ଉତ୍ତରାକାଶୀ ଦୁର୍ଘଟଣା ; 40 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜୋରସୋରରେ ପ୍ରୟାସ ଜାରି

ଅର୍ଗସ ବ୍ୟୁରୋ : ଉତ୍ତରକାଶୀ ଟନେଲ ଭିତରେ ଫସି ରହିଥିବା 40 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜୋରସୋରରେ ପ୍ରୟାସ ଜାରି । NDRF, SDRF, ITBP ଟିମ୍ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ପଞ୍ଚମ ଦିନରେ ପହଞ୍ଚିଛି । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର୍’ ମେସିନ୍ ଅଣାଯାଇଛି । ଆର୍ଥ ଅଗର୍ ମେସିନ୍ ସାହାଯ୍ୟରେ ଡ୍ରିଲ୍ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ୍ । ପାଇପ୍ ଯୋଗେ ଶ୍ରମିକ ନିକଟକୁ ଖାଦ୍ୟ, ପାନୀୟ ଓ ଅକ୍ସିଜେନ୍ ଦିଆଯାଉଛି ।
ଅଧିକ ପଢନ୍ତୁ: ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବେ ରେସକ୍ୟୁ ଟିମ୍
ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ତେବେ ଟନେଲ୍ରେ ଫସିଥିବା ୪୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୫ ଅଛନ୍ତି । ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ବେଶ୍ବର ନାୟକ, କୁଲଡ଼ିହାର ରାଜୁ ନାୟକ, ବଡ଼କୁଦାର ଧିରେନ୍ ନାୟକ । ଶ୍ରମିକଙ୍କ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ଖେଳିଯାଇଥିବାବେଳେ ସମସ୍ତେ ସକୁଶଳ ଫେରିବା ନେଇ ପ୍ରାର୍ଥନା କରୁଛନ୍ତି ।
📱 Get Argus News App
✨ଭାରତ ଖବର ଆହୁରି ପଢନ୍ତୁ