Videos
|
National

Army Police Clash / ସେନା-ପୋଲିସ ହାତାହାତି; ଉତ୍ତରାଖଣ୍ଡର ମାଣାରେ କ'ଣ ଘଟିଲା ?

Sushanta Sahoo
Browse all articles by Sushanta Sahoo
·38 mins ago·2 min read
ସେନା-ପୋଲିସ ହାତାହାତି; ଉତ୍ତରାଖଣ୍ଡର ମାଣାରେ କ'ଣ ଘଟିଲା ?
Major, 10 Soldiers Booked After Army-Police Fight

Key Points

ସେନା-ପୋଲିସ ହାତାହାତି ମାମଲାରେ ମାମଲା ରୁଜୁ କରାଯାଇଛି । ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ଆସାମ ରେଜିମେଣ୍ଟର ମେଜର ଓ ୧୦ ଯବାନଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।
ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ପୁଣି ଥରେ ହିଂସା । କିନ୍ତୁ, ଏଥର ଦୁଇ ଦେଶ ଭାରତ-ଚୀନର ଯବାନ ନୁହନ୍ତି । ବରଂ ଭାରତୀୟ ସେନା ଓ ଉତ୍ତରାଖଣ୍ଡ ପୋଲିସ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ତରାଖଣ୍ଡକୁ ଲାଗି ରହିଥିବା ଚୀନ ସୀମାର ମାଣା ଗାଁରେ ଆସାମ ରେଜିମେଣ୍ଟ ମେଜର ଓ ଯବାନଙ୍କ ସହ ଉତ୍ତରାଖଣ୍ଡ ପୋଲିସ କର୍ମଚାରୀ ହାତାହାତି ହୋଇଛନ୍ତି ।

ସେନା ଓ ପୋଲିସ ମଧ୍ୟରେ ଉତ୍ତେଜନା ଏତେ ଉଗ୍ର ଥିଲା ଯେ, ଶେଷରେ ଗ୍ରାମବାସୀ ପୋଲିସକୁ ଡାକିବାକୁ ବାଧ୍ୟ ହୋଇଥିଲେ । ଅତିରିକ୍ତ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଅଲଗା କରିବା ସହ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏଥିସହ ପଢ଼ନ୍ତୁ: ବିଦେଶୀ ପାଣ୍ଠି ଏବଂ NGO ପରିଚାଳନା ବିଲ୍ ବିରୋଧରେ ଏକାଠି ହେଉଛନ୍ତି ବିରୋଧୀ 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସେନା-ପୋଲିସ ହାତାହାତି ମାମଲାରେ ମାମଲା ରୁଜୁ କରାଯାଇଛି । ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ଆସାମ ରେଜିମେଣ୍ଟର ମେଜର ଓ ୧୦ ଯବାନଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଅନ୍ୟପଟେ ଆସାମ ରେଜିମେଣ୍ଟ ଅଧିକାରୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଗାଡ଼ି ଚେକିଂରୁ ବିବାଦ, ମାଡ଼ପିଟ୍

ଖବର ଅନୁସାରେ, ମେଜରଙ୍କ ଗାଡ଼ିକୁ ପୋଲିସ ଅଟକାଇବାରୁ ବିବାଦ ଆରମ୍ଭ ହୋଇଥିଲା । ସନ୍ଧ୍ୟା ପ୍ରାୟ ୬ଟାରେ ମାଣା ଗାଁ ନିକଟରେ ପୋଲିସ ବ୍ୟାରିକେଡ୍ ଲଗାଇଥିଲା । କାଉଡ଼ି ଯାତ୍ରା ଲାଗି ଭିଡ଼ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଚେକିଂ ଚାଲିଥିଲା ।

ସେହି ସମୟରେ ୬୪ ଇଞ୍ଜିନିୟରିଂ ଆସାମ ରେଜିମେଣ୍ଟର ମେଜର ଅନମୋଲ ପ୍ରୀତ ସାଥୀ ଯବାନଙ୍କ ସହ ଆସୁଥିଲେ । ଭିଡ଼ ଭିତରେ ତାଙ୍କ ଗାଡ଼ି ଫସି ଯାଇଥିଲା । ତେଣୁ ପ୍ରଥମେ ତାଙ୍କ ଗାଡ଼ି ଛାଡ଼ିବାକୁ କହିଥିଲେ ମେଜର । ପୋଲିସର ଉତ୍ତର ଥିଲା, ଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ ହେଉଛି, ଟିକିଏ ଅପେକ୍ଷା କରନ୍ତୁ । ଏହି କଥାକୁ ନେଇ ମେଜର ଓ ସାଥୀ ଯବାନ ସିଧା ପୋଲିସ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ ।

ପୋଲିସ କନଷ୍ଟେବଳଙ୍କ ଏତଲା

ପୋଲିସର ଅଭିଯୋଗ ଅନୁସାରେ, ଯୁକ୍ତିତର୍କର କିଛି ସମୟ ପରେ ମେଜର ଆଉ କିଛି ଯବାନଙ୍କୁ ଡାକିଥିଲେ । ଆଉ ପୋଲିସ କର୍ମଚାରୀଙ୍କ ସହ ମାଡ଼ପିଟ୍ କରିଥିଲେ । ସେହି ସମୟରେ ଗ୍ରାମବାସୀ ପୋଲିସକୁ ଡାକିବାରୁ ବଦ୍ରିନାଥ ଏସ୍ଆଇ ତାଙ୍କ ଟିମ୍ ସହ ପହଞ୍ଚିଥିଲେ ।

ଏଥିସହ ପଢ଼ନ୍ତୁ: ଚାଷ ଜମିରେ ପୋତା ହୋଇଥିଲା ଦେଢ଼ କୋଟିର ସୁନା; ୨ ରାଜ୍ୟ, ୧୫ ଜିଲ୍ଲାରେ ରେଡ୍ ପରେ ମିଳିଲା ଲିଙ୍କ୍ 

ପୋଲିସ କନଷ୍ଟେବଳ ବିଜୟ ସିଂହ ଲିଖିତ ଏତଲା ଦେଇଛନ୍ତି । ମେଜର ଅନମୋଲ ପ୍ରୀତଙ୍କ ସମେତ ୧୧ ଯବାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଚମୋଲି ଏସ୍‌ପି ସୁରଜିତ୍ ସିଂହ ପାୱାର କହିଛନ୍ତି, "ଯବାନ-ପୋଲିସ କର୍ମଚାରୀଙ୍କ ସହ ମାଡ଼ପିଟ୍ ହୋଇଛି। ଯେଉଁଥିପାଇଁ ମାମଲା ରୁଜୁ କରିବା ସହ ସେନାର ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ପଠାଯାଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: