Videos
|
National

ଆସିଲା ମେସେଜ୍, ଟନେଲରେ ଭଲ ଅଛନ୍ତି ଓଡ଼ିଆ

Jitendra Dash
Browse all articles by Jitendra Dash
·2 years ago
ଆସିଲା ମେସେଜ୍, ଟନେଲରେ ଭଲ ଅଛନ୍ତି ଓଡ଼ିଆ

ଅର୍ଗସ ବ୍ୟୁରୋ : ଉତ୍ତରକାଶୀ ଟନେଲ୍‌ରେ ଫସି ରହିଛନ୍ତି ୪୦ ଶ୍ରମିକ  ଘଟଣା । ଟନେଲରେ ଫସିଥିବା ଜଣେ ଓଡ଼ିଆଙ୍କ ଆସିଲା ପ୍ରଥମ ମେସେଜ୍‌ । ଫସିଥିବା ମୟୂରଭଞ୍ଜର ଧୀରେନ୍‌ ନାଏକଙ୍କ ମେସେଜ୍‌ ଆସିଲା । ସାଙ୍ଗରେ ଯାଇଥିବା ବେଢ଼ାକୁଦର ଅଞ୍ଚଳର କ୍ଷୀରୋଦ ନାଏକ ଧୀରେନଙ୍କ ପରିବାରକୁ ଜଣାଇଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଲାଗିଥିବା ସ୍ଵତନ୍ତ୍ର ପାଇପ୍‌ ଯୋଗେ ଧୀରେନ୍‌ କଥା ହୋଇଥିବା ଜଣାପଡ଼ିଛି । ଟନେଲ୍‌ ଭିତରେ ସମସ୍ତେ ଭଲରେ ଅଛୁ ବୋଲି ଧୀରେନ୍‌ କହିଥିବା କହିଲେ । ୪୦ ଜଣଙ୍କ ମଧ୍ୟରେ ଆମେ ୫ ଓଡ଼ିଆ ଭଲରେ ଅଛୁ ବୋଲି କହିଛନ୍ତି । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଅଛି, ଯିବାକୁ ବ୍ୟସ୍ତ ହେଉଛନ୍ତି ବୋଲି କହିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Uttarakhand tunnel collapse | Argus News