|
logo
Live
Argus News App
GET APP

Argus News - ୧୯ ଅପ୍ରେଲରୁ ଆରମ୍ଭ ହେବ ଚାରିଧାମ ଯାତ୍ରା; ଜାରି ରହିଛି ପ୍ରସ୍ତୁତି

National

Chardham Yatra / ୧୯ ଅପ୍ରେଲରୁ ଆରମ୍ଭ ହେବ ଚାରିଧାମ ଯାତ୍ରା; ଜାରି ରହିଛି ପ୍ରସ୍ତୁତି

Subhramjit ray
Browse all articles by Subhramjit ray
·1 month ago·3 min read
୧୯ ଅପ୍ରେଲରୁ ଆରମ୍ଭ ହେବ ଚାରିଧାମ ଯାତ୍ରା; ଜାରି ରହିଛି ପ୍ରସ୍ତୁତି
Chardham Yatra 2026

Key Points

ଚଳିତ ବର୍ଷ ପାରମ୍ପରିକ ଭାବରେ ଅପ୍ରେଲ ୧୯ ତାରିଖ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବ। ସେହିପରି ଆସନ୍ତା ମାସ ୨୨ ତାରିଖରେ କେଦାରନାଥ ଏବଂ ୨୩ ତାରିଖରେ ବଦ୍ରୀନାଥ ଦ୍ୱାର ତୀର୍ଥଯାତ୍ରୀଙ୍କ ପାଇଁ ଖୋଲାଯିବ।
Chardham Yatra will begins from 19 April 2026: ଚଳିତ ବର୍ଷ ଅପ୍ରେଲ ୧୯ ତାରିଖ ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା। ଏନେଇ ଗତ (ମାର୍ଚ୍ଚ ୬) ଶୁକ୍ରବାର ଠାରୁ ଆରମ୍ଭ ହୋଇସାରିଛି ଅନଲାଇନ ପଞ୍ଜୀକରଣ। ପ୍ରଥମ ଦିନରେ ୧ ଲକ୍ଷ ୨୪ ହଜାର ୦୮୯ ଜଣ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ସାମିଲ ହେବା ପାଇଁ ନିଜର ପଞ୍ଜୀକରଣ କରାଇ ସାରିଛନ୍ତି। ଏଥର ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ସାମିଲ ହୋଇପାରନ୍ତି।

ଏହି ତୀର୍ଥୀଯାତ୍ରୀଙ୍କ ମଧ୍ୟରୁ ୪୧,୧୦୭ ଜଣ କେଦାରନାଥ, ୨୯,୪୮୮ ଜଣ ବଦ୍ରିନାଥ, ୧୬,୮୦୪ ଜଣ ଗଙ୍ଗୋତ୍ରୀ, ୧୫,୮୨୯ ଯମୁନୋତ୍ରୀ ଯାତ୍ରା ପାଇଁ ପଞ୍ଜୀକରଣ କରାଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଉତ୍ତରାଖଣ୍ଡ ସରକାରଙ୍କ ପର୍ଯ୍ୟଟନ, ଧାର୍ମିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ ହିନ୍ଦୁ ଧର୍ମରେ ଚାରିଧାମ ଯାତ୍ରାର ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଆଧ୍ୟାତ୍ମିକ ଲାଭ ପାଇବା ପାଇଁ ଚାରିଧାମ ଯାତ୍ରାରେ ସାମିଲ ହୋଇଥାନ୍ତି। ନିରାପଦ ଏବଂ ସୁଗମ ଯାତ୍ରା ବ୍ୟବସ୍ଥା କାରଣରୁ ଗତ ବର୍ଷ ୫୬ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଥିଲେ। ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ସୁବ୍ୟବସ୍ଥିତ ଏବଂ ସୁରକ୍ଷିତ ତୀର୍ଥଯାତ୍ରା ଆୟୋଜନ କରିବା ନେଇ ପ୍ରୟାସ କରାଯାଉଛି।

ଚଳିତ ବର୍ଷ ପାରମ୍ପରିକ ଭାବରେ ଅପ୍ରେଲ ୧୯ ତାରିଖ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବ। ସେହିପରି ଆସନ୍ତା ମାସ ୨୨ ତାରିଖରେ କେଦାରନାଥ ଏବଂ ୨୩ ତାରିଖରେ ବଦ୍ରୀନାଥ ଦ୍ୱାର ତୀର୍ଥଯାତ୍ରୀଙ୍କ ପାଇଁ ଖୋଲାଯିବ। ତୀର୍ଥଯାତ୍ରାକୁ ସୁଗମ କରିବା ପାଇଁ ସମସ୍ତ ବିଭାଗ ଜାରି ରହିଥିବା ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଯାତ୍ରୀଙ୍କ ସୁବିଧା ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଅଫଲାଇନ୍ ପଞ୍ଜୀକରଣ ପାଇଁ ଋଷିକେଶ ଠାରେ ୩୦ ଏବଂ ବିକାଶନଗର ଠାରେ ୨୦ ଏପରି ମୋଟ ୫୦ କାଉଣ୍ଟର ସ୍ଥାପନ କରାଯାଇଛି। ତୀର୍ଥଯାତ୍ରୀଙ୍କୁ ପଞ୍ଜୀକରଣ କରିବା ସମୟରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସମସ୍ତ କାଉଣ୍ଟର ୨୪ ଘଣ୍ଟା କାର୍ଯ୍ୟ କରିବ। ଚାରିଧାମ ଦ୍ୱାର ଖୋଲାଯିବାର ୨ ଦିନ ପୂର୍ବରୁ ଅପ୍ରେଲ ୧୭ ତାରିଖରୁ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ।

ପର୍ଯ୍ୟଟନ ବିଭାଗ ସରକାରୀ ୱେବସାଇଟ୍ ଏବଂ "ଟୁରିଷ୍ଟ କେୟାର ଉତ୍ତରାଖଣ୍ଡ" ମୋବାଇଲ୍ ଆପ୍ ମାଧ୍ୟମରେ ଭକ୍ତ ନିଜର ପଞ୍ଜୀକରଣ କରିପାରିବେ। ଆଧାର କାର୍ଡ ବ୍ୟବହାର କରି ମଧ୍ୟ ପଞ୍ଜୀକରଣ କରିହେବ। ବିଦେଶୀ ତୀର୍ଥଯାତ୍ରୀଙ୍କ ପାଇଁ, ଇମେଲ୍ ଆଇଡି଼ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ତୀର୍ଥଯାତ୍ରୀଙ୍କ ପାଖରେ ଆଧାର କାର୍ଡ ନାହିଁ, ସେମାନଙ୍କ ପାଇଁ ଋଷିକେଶ ଟ୍ରାନଜିଟ୍ କ୍ୟାମ୍ପ, ହରିଦ୍ୱାରର ଋଷିକୂଳ ଗ୍ରାଉଣ୍ଡ ଏବଂ ରାଜଧାନୀ ଡେରାଡୁନ ସ୍ଥିତ ବିକାଶନଗର ଠାରେ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇଛି।

ଏହା ସହ ପଢନ୍ତୁ: ଚାରିଧାମ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା

ବିକଳ୍ପ ମାର୍ଗକୁ ମରାମତି କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ
ଚାରିଧାମ ଯାତ୍ରାକୁ ଦୃଷ୍ଟିରେ ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରା ମାର୍ଗରେ ସାର୍ବଜନୀନ ଚିକିତ୍ସା ସୁବିଧା, ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହି ଯାତ୍ରା ବ୍ୟବବାର କାରାଯିବାକୁ ରହିଥିବା ମୁଖ୍ୟ ଏବଂ ବୈକଳ୍ପିକ ରାସ୍ତାର ମରାମତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରାକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବା ପାଇଁ ମାନକ କାର୍ଯ୍ୟ ପ୍ରଣାଳୀ (SOP) ଜାରି କରାଯିବ।

ଯାତ୍ରୀଙ୍କ ସୁବିଧା ପାଇଁ ଚଳାଚଳ କରିବ ୧୮୦୦ ବସ୍
ଯାତ୍ରା ପାଇଁ ପରିବହନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ, ଚାରିଧାମ ଯାତ୍ରା ପାଇଁ ମୋଟ ୧୮୦୦ ବସ୍ ପ୍ରାୟ ୧୩୦୦ ମାର୍ଗ ଦେଇ ଚଳାଚଳ କରିବ। ଯାହା ମଧ୍ୟରୁ ପ୍ରାୟ ୪୦୦ ବସ୍ ସଂରକ୍ଷିତ ରହିବ। ପ୍ରାୟ ୧୩୦ ବସ୍ ପ୍ରତିଦିନ ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chardham Yatra: ୧୯ ଅପ୍ରେଲରୁ ଆରମ୍ଭ ହେବ ଚାରିଧାମ ଯାତ୍ରା; ଜାରି ରହିଛି ପ୍ରସ୍ତୁତି | Argus News