Videos
|
National

Bihar Boat Capsize Tragedy / ଗଙ୍ଗାନଦୀରେ ଓଲଟି ପଡ଼ିଲା ଡଙ୍ଗା; ୧୧ ମୃତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଗଙ୍ଗାନଦୀରେ ଓଲଟି ପଡ଼ିଲା ଡଙ୍ଗା; ୧୧ ମୃତ
Bihar Boat Capsize Tragedy

Key Points

ବିହାରର ରାଘୋପୁର ଅଞ୍ଚଳରେ ଗଙ୍ଗା ନଦୀରେ ୧୫-୨୦ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି। ସେମାନେ ଏକ ଭୋଜିକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ମଙ୍ଗଳବାର (ଅକ୍ଟୋବର ୧୩) ବିହାରର ବୈଶାଳୀ ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ବୈଶାଳୀ ଜିଲ୍ଲାର ରାଘୋପୁର ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ମଙ୍ଗଳବାର ବିହାରର ରାଘୋପୁର ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯାଇଛି। ରିପୋର୍ଟ ଅନୁଯାୟୀ ବୁଡ଼ି ଯାଇଥିବା ଡଙ୍ଗାରେ ପ୍ରାୟ ୧୫-୨୦ ଜଣ ଲୋକ ରହିଥିଲେ। ସମସ୍ତେ ଏକ ଭୋଜି ଖାଇବାକୁ ଯାଉଥିଲେ। ସ୍ଥାନୀୟ ରାମପୁର ଶ୍ୟାମଚାନ୍ଦ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ଗଙ୍ଗା ନଦୀରେ ଡଙ୍ଗା ଓଲଟି ପଡ଼ିବା ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ରାଘୋପୁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ରହିଥିବାର ବିଶ୍ୱାସ କରାଯାଉଛି। ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବୋଲି ବିଶ୍ୱାସ କରାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତୁରନ୍ତ ସତର୍କ ହୋଇ ଉଠିଥିଲା। ବୈଶାଳି ଜିଲ୍ଲା ମୁଖ୍ୟାଳୟ ହାଜିପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି।

ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳକୁ ଅଧିକାରୀଙ୍କ ଏକ ଦଳ ପଠାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଏକ ଏନଡିଆରଏଫ (NDRF) ଦଳକୁ ମଧ୍ୟ ଡକାଯାଇଛି। ନଦୀରେ ନିଖୋଜ ଥିବା ଲୋକଙ୍କୁ ଖୋଜିବାରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ପ୍ରଶାସନକୁ ସହାୟତା କରୁଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନ ପରିସ୍ଥିତି ଉପରେ ସତର୍କ ନଜର ରଖିଛି।

ଏହା ସହ ପଢନ୍ତୁ: ଗଙ୍ଗା ନଦୀରେ ଓଲଟିଗଲା ଡଙ୍ଗା; ୨୨ ଶ୍ରମିକ କରୁଥିଲେ ଯାତ୍ରା, ଜଣେ ନିଖୋଜ

ଏହି ଘଟଣାରେ ପ୍ରତିକ୍ରିୟା ରଖି ବୈଶାଳୀ ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାର ରାଘୋପୁର ଦିଆରା ଅଞ୍ଚଳରେ ଏକ ଡଙ୍ଗା ବୁଡ଼ିଯିବାରୁ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ନାବାଳକ ଥିଲେ ଯେଉଁମାନେ ଏକ ଭୋଜିରେ ଯୋଗଦେବା ପାଇଁ ଡଙ୍ଗାରେ ଯାତ୍ରା କରୁଥିଲେ। ଜିଲ୍ଲା ପୋଲିସ ଅଧିକାରୀ ଏବଂ ଏସଡିଆରଏଫ୍ (SDRF) ଦଳକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ରାଜ୍ୟରେ ହୋଇଥିବା ଡଙ୍ଗା ବୁଡି଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ଏନେଇ ସେ କହିଛନ୍ତି ବୈଶାଳୀ ଜିଲ୍ଲାର ରାଘୋପୁର ଠାରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ନିରୀହ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ। ଏହି କଷ୍ଟକର ସମୟରେ ମୋର ଗଭୀର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ରହିଛି। ଭଗବାନ ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ପରିବାରକୁ ଏହି ବିରାଟ କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ। ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। 


ଅନ୍ୟପଟେ ବିହାର ବିଧାନସଭା ବିରୋଧି ଦଳ ନେତା ତଥା ସ୍ଥାନୀୟ ରାଘୋପୁର ବିଧାୟକ ତେଜସ୍ୱାୀ ଯାଦବ କହିଛନ୍ତି, ରାଘୋପୁର ଦିଆରା ଅଞ୍ଚଳରେ ଡଙ୍ଗା ବୁଡ଼ିଯିବାର ଦୁର୍ଭାଗ୍ୟଜନକ ଖବର ପାଇଲି। ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ନାବାଳକ ରହିଥିଲେ। ଭଗବାନ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ। ମୁଁ ସ୍ଥାନୀୟ ଲୋକ, ପ୍ରଶାସନ ଏବଂ ଅଧିକାରୀଙ୍କ ସହ କଥା ହୋଇ ଉଦ୍ଧାର ଏବଂ ଚିକିତ୍ସା ପ୍ରୟାସ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି। 



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: