Videos
|
National

Vande Bharat Express Fine / ସମ୍ପର୍କୀୟଙ୍କୁ ଟ୍ରେନ୍‌ରେ ବସାଇବାକୁ ଯାଇ ଫସିଲେ ୧୨ ଜଣ, ୩୬ ହଜାର ଟଙ୍କା ଜରିମାନା

Subhramjit Ray
Browse all articles by Subhramjit Ray
·1 hour ago·3 min read
ସମ୍ପର୍କୀୟଙ୍କୁ ଟ୍ରେନ୍‌ରେ ବସାଇବାକୁ ଯାଇ ଫସିଲେ ୧୨ ଜଣ, ୩୬ ହଜାର ଟଙ୍କା ଜରିମାନା
Vande Bharat Passengers Fine (Photo Source: Social Media/AI)

Key Points

କାନପୁର ରେଳ ଷ୍ଟେସନରେ ସମ୍ପର୍କୀୟଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ବସାଇବାକୁ ଯାଇ ୧୨ ଜଣ ଲୋକ ଟ୍ରେନ୍ ଭିତରେ ଫସିଯାଇଥିଲେ। ସ୍ୱୟଂଚାଳିତ ଦ୍ୱାର ବନ୍ଦ ହୋଇଯିବାରୁ ସେମାନେ ୧୩୯ କିମି ଦୂର ଇଟାୱାରେ ପହଞ୍ଚିଥିଲେ। ସେଠାରେ ଓହ୍ଲାଇବା ପରେ ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କା ହିସାବରେ ମୋଟ ୩୬ ହଜାର ଟଙ୍କା ଜରିମାନା କରାଯାଇଥିଲା।

କାନପୁର, ଉତ୍ତର ପ୍ରଦେଶ (16/11): ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ପାଇଁ ଫସି ଯାଇଛନ୍ତି ପ୍ରାୟ ୧୨ ଜଣ ଲୋକ। ଏଥିପାଇଁ ତାଙ୍କ ପାଖରୁ ରେଳବାଇ ଦ୍ୱାରା ଆଦାୟ ହୋଇଛି ଜରିମାନା। ଏନେଇ କୁହାଯାଉଛି ଯେ ସେମାନେ ସେମାନଙ୍କର ପରିବାର ସଦସ୍ୟଙ୍କୁ ଟ୍ରେନ୍ ରେ ବସାଇବାକୁ ଯାଇଥିଲେ। ଏପରିକି ସେମାନେ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କୁ ସିଟ୍ ରେ ବସାଇବା ପାଇଁ ଟ୍ରେନ୍ କୋଚ୍ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ଆଉ ଏହି ସମୟରେ ଟ୍ରେନ୍ ର ସ୍ୱୟଂଚାଳିତ ଦ୍ୱାର ବନ୍ଦ ହୋଇଗଲା। ଯାହା ଫଳରେ ସେମାନେ ଟ୍ରେନ୍ ରୁ ଓହ୍ଲାଇ ପାରିଲେ ନାହିଁ। ଏପରିକି ସେମାନେ ପ୍ରାୟ ୧୩୯ କିଲୋମିଟର ଦୂରରେ ପହଞ୍ଚି ଯାଇଥିଲେ। ଏଭଳି ଘଟଣା କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ ଠାରେ ଘଟିଛି। ଯେଉଁଠାରେ ସେମାନେ, ବନ୍ଦେ ଭାରତ ଏକ୍ସପ୍ରେସ (୨୨୪୧୫) ରେ ସେମାନଙ୍କ ବନ୍ଧୁ, ପରିଜନକୁ ଟ୍ରେନ୍ ରେ ବସାଇବା ପାଇଁ ଆସିଥିଲେ।

ବନାରସ-ନୂଆଦିଲ୍ଲୀ ମଧ୍ୟରେ ରହିଛି କେବଳ ଦୁଇଟି ରହଣୀସ୍ଥଳ
ବନ୍ଦେ ଭାରତ ଏକ୍ସପ୍ରେସ (୨୨୪୧୫) ବନାରସ-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିଥାଏ। ଏହି ଟ୍ରେନ୍ ନୂଆଦିଲ୍ଲୀ ପୂର୍ବରୁ ସିଧାସଳଖ ପ୍ରୟାଗରାଜ ଏବଂ କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ୍ ଠାରେ ଅଟକିଥାଏ। ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହାର ସ୍ୱୟଂଚାଳିତ ଖୋଲିଥିବା ଏବଂ ବନ୍ଦ ହେଉଥିବା ଦ୍ୱାର। ଟ୍ରେନ ଯେଉଁ ଷ୍ଟେସନ ଠାରେ ଅଟକିଥାଏ ସେଠାରେ ପହଞ୍ଚିବା ପରେ ଯାଇ ଦ୍ୱାର ଖୋଲିଥାଏ। ଏହା ପରେ, ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୁନର୍ବାର ବନ୍ଦ ହୋଇଯାଏ।


କୌଣସି ବ୍ୟକ୍ତି ଯାତ୍ରା ମଝିରେ ଏହାକୁ ଖୋଲିପାରିବେ ନାହିଁ। ଯଦି ବନ୍ଦେ ଭାରତ ଏକ୍ସପ୍ରେସ୍ ର କୌଣସି ଷ୍ଟେସନ ଠାରେ ରହଣିସ୍ଥଳ ନଥାଏ ଏବଂ କୌଣସି କାରଣରୁ ସେଠାରେ ଟ୍ରେନ୍ ଅଟକିଯାଏ, ତାହେଲେ ମଧ୍ୟ ଦ୍ୱାର ଖୋଲିନଥାଏ। କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ନିଜ ସମ୍ପର୍କୀୟଙ୍କୁ ବସାଇବାକୁ ଆସିଥିବା ୧୨ ଜଣ ଲୋକଙ୍କ ସହିତ ଠିକ୍ ଏପରି ଘଟଣା ଘଟିଥିଲା। ବାରାଣସୀ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ନିଜ ସମ୍ପର୍କୀୟଙ୍କୁ ବିଦାୟ ଦେବାକୁ ଯାଇଥିବା ୧୨ ଜଣ ଲୋକ ଟ୍ରେନ୍ ଭିତରେ ଫସି ଯାଇଥିଲେ।

କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ ଠାରେ ଘଟିଥିଲା ଏହି ଘଟଣା
କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ୍ ଠାରୁ ବନ୍ଦେ ଭାରତ ଟ୍ରେନ୍ ଯାତ୍ରା ଆରମ୍ଭ କରିବା ମାତ୍ରେ, ନିଜ ସମ୍ପର୍କୀୟଙ୍କୁ ବିଦାୟ ଦେବାକୁ ଯାଇଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଟ୍ରେନ୍ ଭିତରେ ମହିଳା ଏବଂ ପିଲାଙ୍କ ସମେତ ଯାତ୍ରୀଙ୍କ ସମସ୍ୟା ବହୁ ପରିମାଣରେ ବୃଦ୍ଧି ପାଇଥିଲା। ଯେତେବେଳେ ଟ୍ରେନ୍ ଏହାର ଗତି ବଢ଼ାଇଲା, ସେତବେଳେ ଫସି ରହିଥିବା ଯାତ୍ରୀଙ୍କ ସମ୍ପର୍କୀୟ ଅର୍ଥାତ ତାଙ୍କୁ ଛାଡ଼ିବାକୁ ଆସିଥିବା ଲୋକ ତୁରନ୍ତ ଦ୍ୱାର ଖୋଲିବାକୁ ଟ୍ରେନ୍ କର୍ମଚାରୀଙ୍କୁ ଅନୁରୋଧ କଲେ। ହେଲେ ଦ୍ୱାର ଖୋଲିପାରିଲା ନାହିଁ। ଏହା ପରେ, କିଛି ଯାତ୍ରୀ ପ୍ରତିବାଦ କରିବା ସହ ହଙ୍ଗାମା କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ର ପରୀକ୍ଷଣ ସଫଳ; ୧୮୦ ବେଗରେ ଦୌଡ଼ିଲା ଟ୍ରେନ୍

ଟ୍ରେନ୍ କର୍ମଚାରୀ ତୁରନ୍ତ ଟୁଣ୍ଡଲା ରେଳ ନିୟନ୍ତ୍ରଣ କକ୍ଷକୁ ଘଟଣା ବିଷୟରେ ଜଣାଇଥିଲେ। କଣ୍ଟ୍ରୋଲ ରୁମ୍ ନିର୍ଦ୍ଦେଶ ପରେ, ରବିବାର ସକାଳ ପ୍ରାୟ ୧୦:୪୯ ସମୟରେ ଇଟାୱା ଜଙ୍କସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଜରୁରୀକାଳୀନ ଅବସ୍ଥାରେ ଅଟକା ଯାଇଥିଲା। ଟ୍ରେନ୍ ଅଟକିବା ମାତ୍ରେ ଇଟାୱା ଜଙ୍କସନ ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟ ପିଏମ ମୀନା, ଆରପିଏଫ ଇନସପେକ୍ଟର ଦିନେଶ କୁମାର ସିଂହ ଏବଂ ଜିଆରପି ଇନସପେକ୍ଟର ଯଦୁବୀର ସିଂହ ଭାରୀ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଟ୍ରେନ୍ ରୁ ଓହ୍ଲାଇବା ପରେ ଆଦାୟ ହୋଇଥିଲା ୩୬,୦୦୦ ଟଙ୍କାର ଜରିମାନା
ରେଲବାଇ ସୁରକ୍ଷା ବଳ (RPF) ଏବଂ ରେଳବାଇ ପୋଲିସ (GRP) ବାହିନୀର ମିଳିତ ଅଭିଯାନରେ ସମସ୍ତ ୧୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଟ୍ରେନ୍ ରୁ ଓହ୍ଲାଇ ଦିଆଯାଇଥିଲା। ଷ୍ଟେସନ ଠାରେ ଓହ୍ଲାଇବା ପରେ, ସେମାନଙ୍କୁ ଆରପିଏଫ ପୋଷ୍ଟ ଅଣାଯାଇଥିଲା, ଯେଉଁଠାରେ ରେଳବାଇ ଅଧିକାରୀ ସେମାନଙ୍କୁ ଜେରା କରିଥିଲେ ଏବଂ ପରିସ୍ଥିତି ବିଷୟରେ ପଚାରିଥିଲେ। ବାଣିଜ୍ୟିକ ବିଭାଗର କର୍ମଚାରୀ ରେଳ ନିୟମ ଉଲ୍ଲଂଘନ, ପ୍ଲାଟଫର୍ମ ଟିକେଟ୍ ବିନା ଟ୍ରେନ୍ ରେ ଚଢ଼ିବା ଏବଂ ଯାତ୍ରା ନିୟମ ଉଲ୍ଲଂଘନ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ୩୦୦୦ ଟଙ୍କାର ଏକ ବଡ଼ ଜରିମାନା ଲଗା ଯାଇଥିଲା। ଏଠାରେ ଉଲ୍ଲେଖନୀୟ ଯେ ଇଟାୱା ଜଙ୍କସନ କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ ଠାରୁ ୧୩୯ କିଲୋମିଟର ଦୂରରେ ଅବସ୍ଥିତ। ସମାନ ଦୂରତା ପାଇଁ ୧୨ ଜଣଙ୍କୁ ମୋଟ ୩୬ ହଜାର ଟଙ୍କାର ଜରିମାନା ଦେବାକୁ ପଡି଼ଥିଲା। ଭବିଷ୍ୟତରେ ଏପରି ବେପରୁଆ କାର୍ଯ୍ୟ ଏଡାଇବା ଏବଂ ବୈଧ ଟିକେଟ୍ କିମ୍ବା ଅନୁମତି ବିନା ଟ୍ରେନ୍ ରେ ଚଢ଼ିବାକୁ ଏଡାଇବା ପାଇଁ ରେଳ ଅଧିକାରୀ ସମସ୍ତଙ୍କୁ କଡ଼ା ଚେତାବନୀ ଦେଇଥିଲେ। ଏହା ପରେ ସେମାନଙ୍କୁ ଛଡା ଯାଇଥିଲା।