Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Vande Mataram / ରାଷ୍ଟ୍ରୀୟ ଗୀତର ୧୫୦ତମ ପୂର୍ତ୍ତି

Rashmita Mishra
Browse all articles by Rashmita Mishra
·8 months ago·2 min read
 ରାଷ୍ଟ୍ରୀୟ ଗୀତର ୧୫୦ତମ ପୂର୍ତ୍ତି

Key Points

ଜାତୀୟ ସଂଗୀତର ସ୍ମାରକୀ ସମାରୋହ
`ବନ୍ଦେ ମାତରମ'ର ୧୫୦ ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଭବ୍ୟ ଆୟୋଜନ
ସ୍ମାରକୀ ଡାକଟିକଟ ସହ ପିଏମ ଜାରି କରିବେ ମୁଦ୍ରା

ରାଷ୍ଟ୍ରୀୟ ଗୀତର ୧୫୦ତମ ବର୍ଷ ପୂର୍ତ୍ତି । ଦେଶର ୧୫୦ଟି ସ୍ଥାନରେ ହେଲା ସାମୂହିକ ବନ୍ଦେ ମାତରମ୍ ଗାନ । ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସ୍ମାରକୀ ଡାକଟିକଟ ଓ ମୁଦ୍ରାର ଉନ୍ମୋଚନ କରିବେ ମୋଦି । ସେପଟେ ଭୁବନେଶ୍ବର ଲୋକସେବା ଭବନରେ ମକାର୍ଯ୍ୟକ୍ରମରେ ଯୋଗଦେଇ ବନ୍ଦେ ମାତରମ୍ ଗାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି । ସ୍ମାରକୀ ସମାରୋହର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ସାଢେ ୯ଟାରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ସଂଗୀତ ସ୍ମାରକୀ ଉତ୍ସବ ଆୟୋଜିତ ହୋଇଛି । ସ୍ମାରକୀ ଡାକଟିକଟ ସହ ଜାରି କରିବେ ମୁଦ୍ରା । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି ।

ଏଥିସହ ପଢ଼ନ୍ତୁ: ୨୦୨୭ ସୁଦ୍ଧା ରାଜ୍ୟର ସବୁ ଗାଁକୁ ନିଶ୍ଚିତ ହେବ ବିଦ୍ୟୁତ୍, ପାନୀୟ ଜଳ ଏବଂ ରାସ୍ତା ସଂଯୋଗ 

‘ବନ୍ଦେ ମାତରମ’ ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି । ବିହାର ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ । ବିହାର ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ । ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହ ପରେ ୧୯୫୦ରେ ଭାରତୀୟ ସମ୍ବିଧାନ ଦ୍ୱାରା ଏହା ଜାତୀୟ ଗୀତ ଭାବେ ସ୍ୱୀକୃତି ପାଇଥିଲା । ଗତ କିଛି ଦିନ ତଳେ ବନ୍ଦେ ମାତରମରକୁ ସ୍ମରଣୀୟ କରିବାକୁ ଅପିଲ୍ କରିଥିଲେ ପିଏମ୍ ।

ଆହୁରି ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪%ରୁ ଅଧିକ ମତଦାନ 

ସେପଟେ ଏହି ଉପଲକ୍ଷେ ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଗାନ କରିବେ ଛାତ୍ରଛାତ୍ରୀ । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି । ଏହି ଅବସରରେ ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ।

ଏଥିସହ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vande Mataram | 150th Anniversary Celebration of ‘Vande Mataram’ | Tribute to India’s National Song | Argus News