Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mission PoWaR / ୨୦୨୭ ସୁଦ୍ଧା ରାଜ୍ୟର ସବୁ ଗାଁକୁ ନିଶ୍ଚିତ ହେବ ବିଦ୍ୟୁତ୍, ପାନୀୟ ଜଳ ଏବଂ ରାସ୍ତା ସଂଯୋଗ

Sushanta Sahoo
Browse all articles by Sushanta Sahoo
·8 months ago·2 min read
୨୦୨୭ ସୁଦ୍ଧା ରାଜ୍ୟର ସବୁ ଗାଁକୁ ନିଶ୍ଚିତ ହେବ ବିଦ୍ୟୁତ୍, ପାନୀୟ ଜଳ ଏବଂ ରାସ୍ତା ସଂଯୋଗ

Key Points

ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ମିଶନ ପାୱାର (Mission PoWaR) । ଯେଉଁଥିରେ ଶକ୍ତି ବିଭାଗ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ରହିବ ଯୋଗଦାନ ।
ଭୁବନେଶ୍ଵର: ସବୁ ଗାଁକୁ ନିତିଦିନିଆ ପକ୍କା ରାସ୍ତା, ପ୍ରତି ଘରେ ପହଞ୍ଚିବ ବିଜୁଳି, ଟ୍ୟାପ୍ ଖୋଲିଲେ ମିଳିବ ବିଶୁଦ୍ଧ ପାଣି । ଏଭଳି ଲକ୍ଷ୍ୟ ରଖି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ମିଶନ ପାୱାର (Mission PoWaR) । ଯେଉଁଥିରେ ଶକ୍ତି ବିଭାଗ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ରହିବ ଯୋଗଦାନ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କ ଲକ୍ଷ୍ୟ ହେଉଛି, ୨୦୨୭ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ବିଦ୍ୟୁତ୍, ପାନୀୟ ଜଳ ଏବଂ ରାସ୍ତା ସଂଯୋଗ ନିଶ୍ଚିତ ହେବ । ଏଥିପାଇଁ ସରକାର ଆରମ୍ଭ କରିବେ ମିଶନ ପାୱାର । ଏନେଇ ଆସନ୍ତା ୧୧ ତାରିଖରେ ଲୋକସେବା ଭବନର କନଫରେନ୍ସ ହଲ୍‌ରେ ବୈଠକ ବସିବ ।

ଉକ୍ତ ବୈଠରେ ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବଙ୍କ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ରହିବେ । ଏନେଇ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: 'ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ୨୪ ବର୍ଷରେ ପାରିଲେନି ନବୀନ': ବିଷ୍ଣୁଦେବ ସାଏ

ଯେଉଁଥିରେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଲେଖିଛନ୍ତି, "ଗତ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ସବୁ ଗାଁକୁ ବିଦ୍ୟୁତ୍, ପାନୀୟ ଜଳ ଏବଂ ରାସ୍ତା ସଂଯୋଗ ୨୦୨୭ ସୁଦ୍ଧା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।"

ସରକାରଙ୍କ ନୂଆ ଚିନ୍ତା 'ମିଶନ ପାୱାର' ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ୧୧ ତାରିଖରେ ଲୋକସେବା ଭବନରେ ବସିବ ।

ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାର ୫୯ ହଜାର ୯୭୧ ଗାଁ ମଧ୍ୟରୁ ଏବେ ପ୍ରାୟ ୮ ହଜାର ୩୦୦ ଗାଁକୁ ନିତିଦିନିଆ ରାସ୍ତା ନାହିଁ । ଫଳରେ ଅନେକ ସମୟରେ ବିଶେଷ କରି ବର୍ଷା ଦିନେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ଫଳରେ ଗର୍ଭବତୀ, ବୟସ୍କ ଓ ରୋଗାକ୍ରାନ୍ତଙ୍କୁ କାନ୍ଧରେ କିମ୍ବା ଖଟିଆରେ ଆଣିବାକୁ ପଡ଼ୁଛି ।

ପୂର୍ବ ବିଜେଡି ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇ ଅସଫଳ ରହିଥିଲେ । ପରେ ୨୦୨୬କୁ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିଭଳି ଅନେକ ଘରେ ଏବେ ଯାଏଁ ବିଦ୍ୟୁତ୍ ପହଞ୍ଚି ପାରିନାହିଁ । ଗତ ସେପ୍ଟେମ୍ବରରେ CAG ତାଙ୍କ ରିପୋର୍ଟରେ ସହରାଞ୍ଚଳରେ ଯୋଗାଣ ହେଉଥିବା ପାଣିର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ଏଥିସହ ପଢ଼ନ୍ତୁ: NGO ଠାରୁ ଫୋନ୍‌ପେ'ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ

ଏବେ ସରକାର ମିଶନ ମୋଡ୍‌ରେ 'ମିଶନ ପାୱାର' ଜରିଆରେ ଏସବୁ ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଆଗାମୀ ୧୧ ତାରିଖରେ ବସିବାକୁ ଥିବା ବୈଠକରେ ଆବଶ୍ୟକ ବଜେଟ୍ ସହ ଆବଶ୍ୟକ ସମ୍ବଳ ନେଇ ଆଲୋଚନା ହେବ । ଏହାପରେ ସମସ୍ତ ଜିଲ୍ଲାକୁ ପଠାଯିବ ରିପୋର୍ଟିଂ ଫର୍ମାଟ ।

ଜିଲ୍ଲା ସ୍ତରରୁ ସରକାରଙ୍କୁ ତଥ୍ୟ ମିଳିବା ପରେ ଏକ ଯୁଗ୍ମ ସମୀକ୍ଷା ବୈଠକ ଜିଲ୍ଲାପାଳ ଓ ଯନ୍ତ୍ରୀମାନଙ୍କ ସହ ବିଭାଗ କରିବ । ଏହାପରେ ଅଧିକାରୀଙ୍କ ଦାୟିତ୍ଵ ବଣ୍ଟନ ସହ ଲକ୍ଷ୍ୟ ପୂରଣ ନେଇ ସମୟ ଦିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Launches Mission PoWaR to Ensure Power, Water & Roads in All Villages by 2027 | Argus News