Videos
|
National

Varanasi Firecracker Factory Blast / ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଲା ସମ୍ପୂର୍ଣ୍ଣ କୋଠା, ଭଗ୍ନାବଶେଷ ତଳେ ପୋତି ହୋଇଗଲେ ଲୋକ

Subhramjit Ray
Browse all articles by Subhramjit Ray
·2 hours ago·2 min read
ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଲା ସମ୍ପୂର୍ଣ୍ଣ କୋଠା, ଭଗ୍ନାବଶେଷ ତଳେ ପୋତି ହୋଇଗଲେ ଲୋକ
Varanasi Firecracker Factory Blast

Key Points

ବାରାଣସୀର ଏକ ଘରେ ଚାଲିଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ସମ୍ପୂର୍ଣ୍ଣ କୋଠାଟି ଭୁଶୁଡ଼ି ପଡ଼ିଥିଲା।
ଉତ୍ତର ପ୍ରଦେଶରେ ବାରଣାସୀ ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ସାରନାଥ ଥାନା ଅଞ୍ଚଳର ସାରଙ୍ଗ ତାଲାବ ଅଞ୍ଚଳରେ ଏକ ଘରେ ଚାଲିଥିବା ବେଆଇନ ବାଣ କାରଖାନାରେ ହୋଇଥିଲା ଜୋରଦାର ବିସ୍ଫୋରଣ। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମ୍ପୂର୍ଣ୍ଣ କୋଠା ଭୁଶୁଡ଼ି ପଡ଼ିଥିଲା। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ଯାଇଥିବାର ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁଯାୟୀ, ସାରନାଥ ଥାନା ଅଞ୍ଚଳର ପୈଗମ୍ବରପୁର ଗ୍ରାମର ସାରଙ୍ଗ ତାଲାବ ନିକଟରେ ଥିବା ଏକ ଘରେ ଗୁପ୍ତ ଭାବରେ ବାଣ ତିଆରି କରାଯାଉଥିଲା। ହେଲେ ହଠାତ୍ ଗୁରୁବାର (ଅକ୍ଟୋବର ୧୫) ଅପରାହ୍ନରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।

ଏହି ବିସ୍ଫୋରଣ ଘଟଣା ସମ୍ପର୍କରେ ଖବର ମିଳିବା ମାତ୍ରେ ସାରନାଥ ଥାନା ପୋଲିସ, ବରିଷ୍ଠ ଅଧିକାରୀ ଏବଂ ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥଲା। ସେଠାରେ ତତ୍କାଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୨ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରାଯାଇ ହସ୍ପିଟାଲ ପଠାଯାଇଛି। ଅନେକ ଲୋକ ଏବେ ମଧ୍ୟ ଭଗ୍ନାବଶେଷ ତଳେ ଫସି ରହିଥିବାର ଖବର ରହିଛି। ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଏନଡ଼ିଆରଏଫ (NDRF) ଦଳକୁ ଡକାଯାଇଛି।

ଏହା ସହ ପଢନ୍ତୁ: ରାବଣ ପ୍ରତିମୂର୍ତ୍ତି ନିର୍ମାଣ ବେଳେ ଜୋରଦାର ବିସ୍ଫୋରଣ; ୫ ଆହତ

ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଉପର ସତର୍କ ନଜର ରଖିଛନ୍ତି। ସେ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇବା ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି। ବର୍ତ୍ତମାନ ପୋଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରେ ଭଗ୍ନାବଶେଷ ଅପସାରଣ କାର୍ଯ୍ୟ ଚାଲିଛି। ପୋଲିସ କହିଛି ଯେ ତଦନ୍ତ ପରେ ଯାଇ ବିସ୍ଫୋରଣର ସଠିକ୍ କାରଣ ଜଣାପଡ଼ିବ। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ଗତ ସୋମବାର (୫ ଅକ୍ଟୋବର) ସକାଳେ ରାଜ୍ୟର ଗାଜିଆବାଦ ଜିଲ୍ଲାର ସାହିବାବାଦ ଅଞ୍ଚଳର ଲାଜପତ ନଗର ସ୍ଥିତ ଶନି ଚୌକ ଠାରେ ଘଟିଯାଇଥିଲା ଅଘଟଣ। ଏଠାରେ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୫ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ବାକି ୩ ଜଣଙ୍କୁ ଦିଲ୍ଲୀ GTB ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା।