ଓଡିଶାର ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁ ଗ୍ରହଣ କଲେ ପଦ୍ମଶ୍ରୀ

ଅର୍ଗସ ବ୍ୟୁରୋ : ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମ ବିଭୂଷଣ'ରେ ସମ୍ମାନିତ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପବ୍ଲିକ ଆଫାୟାର୍ସ ବା ଜନସଭା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେହିପରି କଳା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ବିନୋଦ କୁମାର ପ୍ରଶାୟତ ଓ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।
ଏମାନଙ୍କ ବ୍ୟତୀତ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର କଳା କ୍ଷେତ୍ରରେ ଅଭିନେତା ତଥା ରାଜନେତା କୋନିଦେଲା ଚିରଞ୍ଜିବୀ, ବେଜୟନ୍ତୀମାଲା ବାଲି ଏବଂ ତାମିଲନାଡୁରୁ କଳା କ୍ଷେତ୍ରରେ ପଦ୍ମ ସୁବ୍ରମଣ୍ୟମ ଏବଂ ବିହାରର ସାମାଜିକ କାର୍ଯ୍ୟରେ ବିନ୍ଦେଶ୍ବର ପାଠକ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ତିନୋଟି ଶ୍ରେଣୀରେ ଏହି ପୁରସ୍କାର ପ୍ରଦାନ କରାଯାଏ । ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଦାନ କରାଯାଇଥାଏ । ଯେପରିକି କଳା, ଜନସେବା, ସମାଜ ସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା, ନାଗରିକ ସେବା ଅନ୍ତର୍ଭୁକ୍ତ ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨୨୦୨୪ ବର୍ଷ ପାଇଁ ରାଷ୍ଟ୍ରପତି ୧୩୨ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି । ଏହି ତାଲିକାରେ ୫ ପଦ୍ମ ବିଭୂଷଣ, ୧୭ ପଦ୍ମ ଭୂଷଣ ଏବଂ ୧୧୦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୩୦ ଜଣ ମହିଳା, ୮ ଜଣ ବିଦେଶୀ / NRI / PIO / OCI ଏବଂ ୯ ଜଣଙ୍କୁ ମରୋଣତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ମରଣୋତ୍ତର ପାଇଁ ଏମ ଫତିମା ବିବି, ବିଜୟକାନ୍ତ ଓ ସତ୍ୟବ୍ରତ ମୁଖାର୍ଜୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।