Videos
|
National

ବଡ଼ ପରଦାରେ ଧୁମ ମଚାଉଛନ୍ତି ଭିକି କୌଶଲ ବନାମ ରଣବୀର କପୁର

Jitendra Dash
Browse all articles by Jitendra Dash
·2 years ago·1 min read
ବଡ଼ ପରଦାରେ ଧୁମ ମଚାଉଛନ୍ତି ଭିକି କୌଶଲ ବନାମ ରଣବୀର କପୁର

ଅର୍ଗସ ବ୍ୟୁରୋ : ଗତ କାଲି ରିଲିଜ ହୋଇଛି ଦୁଇଦୁଇଟି ବିଗ ବଜେଟ ଫିଲ୍ମ । ମୁହାଁମୁହିଁ ହେଇଛନ୍ତି ଭିକି କୌଶଲ ଓ  ରଣବୀର କପୁର । ଭିକି କୌଶଲଙ୍କ ସାମ ବାହାଦୂର ବଡ ପରଦାକୁ ଆସିଥିବା ବେଳେ ରଣବୀର କପୁରଙ୍କ  ବହୁ ପ୍ରତିକ୍ଷିତ ସିନେମା ଆନିମଲ ମୁକ୍ତି ଲାଭ କରିଛି । ଦୁଇଟି ଯାକ ସିନେମା ପରସ୍ପରଠୁ ସମ୍ପୂର୍ଣ୍ଣ ଅଲଗା ମନୋରଞ୍ଜର ହୋଇଥିବା ନେଇ ଜଣା ପଡ଼ିଛି ।

ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କର ବାୟୋପିକ ହେଉଛି ସାମ ବାହାଦୂର । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଯୁଦ୍ଧ ଡ୍ରାମା ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଫ୍ୟାନ୍ସ ମାନେ ଉତ୍ସାହର ସହିତ ‘ସାମ ବାହାଦୂର’ ରିଲିଜକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବାପରଠାରୁ ଏହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଆଉ ସେପଟେ ଧୁମ ମଚାଉଛି ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ସିନେମା ଫିଲ୍ମ ଆନିମଲ । ଏହି ସିନାମାରେ ବାପା ଓ ପୁଅ କାହାଣୀକୁ ଅତି ସୁନ୍ଦରଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ ଏହି ସିନାମାରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ରଣବୀରଙ୍କ ଅନସ୍କ୍ରିନ ଯୋଡିକୁ ଦର୍ଶକ ବେଶ ପସନ୍ଦ କରଥିବା ଜଣା ପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେଘନା ଗୁଲଜାର ନିର୍ଦ୍ଦେଶିତ ସିନେମା ସାମ ବାହାଦୂର ସବୁ ବର୍ଗର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ, ପ୍ରଥମ ଦିନରେ ସିନେମାକୁ ମିଳିଛି ଆଶାଠୁ ଅଧିକ ଭଲ ପାଇବା ମିଳିଛି । ଦେଖିବାକୁ ବାକି ରହିଲା କୋଉ ଫିଲ୍ମ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାରେ ସଫଳ ହେଉଛି  ।