Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭିଏତନାମରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ସ୍ପୀଡ୍‌ବୋଟ୍ ଦୁର୍ଘଟଣାଗ୍ରସ୍ତ; ୧୫ ମୃତ, ଜାରି ରହିଛି ଉଦ୍ଧାର ଅଭିଯାନ

National

Vietnam speedboat accident / ଭିଏତନାମରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ସ୍ପୀଡ୍‌ବୋଟ୍ ଦୁର୍ଘଟଣାଗ୍ରସ୍ତ; ୧୫ ମୃତ, ଜାରି ରହିଛି ଉଦ୍ଧାର ଅଭିଯାନ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଭିଏତନାମରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ସ୍ପୀଡ୍‌ବୋଟ୍ ଦୁର୍ଘଟଣାଗ୍ରସ୍ତ; ୧୫ ମୃତ, ଜାରି ରହିଛି ଉଦ୍ଧାର ଅଭିଯାନ
Vietnam speedboat accident

Key Points

ଘଟଣା ସମ୍ପର୍କରେ ସୂଚନା ପାଇଁ ଭାରତୀୟ ଦୂତାବାସ ନିୟନ୍ତ୍ରଣ କକ୍ଷ ସହ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଦୂତାବାସ ଏପର୍ଯ୍ୟନ୍ତ ମୃତାହତ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।


Vietnam tourist boat capsized: ଶନିବାର ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପୀଡ୍‌ବୋଟ୍ ଦୁ୍ର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ଘଟିଥିବା ନେଇ ନିଶ୍ଚିତ କରିଛି ରାଜଧାନୀ ହାନୋଇ ସ୍ଥିତ ଭାରତୀୟ ଦୂତାବାସ। ଏନେଇ ଦୂତାବାସ ପକ୍ଷରୁ କୁହାଯାଉଛି ଯେ ଶନିବାର (ଜୁଲାଇ ୧୧) ଦକ୍ଷିଣ ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପୀଡ୍‌ବୋଟ୍ ବୁଡ଼ିଯାଇଛି।

ଏହି ଦୁର୍ଘଟଣା ପରେ ଭାରତୀୟ ମିଶନ୍ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଅନ୍ୟପକ୍ଷରେ ସ୍ପୀଡ୍‌ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତୀୟ ଦୂତାବାସ ପକ୍ଷରୁ ଆହୁରି କହିଛି ଯେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରୁଛନ୍ତି। ଏପି ଏବଂ ରଏଟର୍ସ ନ୍ୟୁଜ୍ ଏଜେନ୍ସି ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି।


ଏହି ଘଟଣାରେ ପ୍ରତିକ୍ରିୟା ରଖି ଦକ୍ଷିଣ ଭିଏତନାମ କର୍ତ୍ତୃପକ୍ଷ କହିଛନ୍ତି ଯେ ଏକ ସ୍ପୀଡ୍‌ବୋଟ୍ ବୁଡ଼ିଯିବାରୁ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ଭିଏତନାମର ଫୁ କ୍ୱିକ୍ ନିକଟବର୍ତ୍ତୀ ହୋନ୍ ମି ରୁଟ୍ ଙ୍ଗୋଇ ଦ୍ୱୀପ ନିକଟରେ ଡଙ୍ଗା ବୁଡ଼ିବା ସମୟରେ ଏଥିରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ ଚାଳକ ସଦସ୍ୟ ସଦସ୍ୟ ରହିଥିଲେ।

ହାନୋଇ ସ୍ଥିତ ଭାରତୀୟ ଦୂତାବାସ ଏକ ଏକ୍ସ ପୋଷ୍ଟ ସେୟାର କରି କହିଛି, "ଏକ ଦୁଃଖଦ ଘଟଣାରେ, ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି।" ଏଥିରେ ଆହୁରି କୁହାଯାଇଛି ଯେ ସୂଚନା ଏବଂ ସହାୟତା ପାଇଁ ହୋ ଚି ମିନ୍ ସିଟି ସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ଏବଂ ହାନୋଇ ସ୍ଥିତ ଦୂତାବାସରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।

ଏହା ସହ ପଢନ୍ତୁ: ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍

ଜାରି ହୋଇଛି ହେଲପ୍ ଲାଇନ ନମ୍ବର
ଦକ୍ଷିଣ ଭିଏତନାମରେ ହୋଇଥିବା ସ୍ପୀଡବୋଟ୍ ଦୁର୍ଘଟଣା ପରେ ଭାରତୀୟ ଦୂତାବାସ ପକ୍ଷରୁ ଯେକୌଣସି ପ୍ରକାରର ସହାୟତା ପାଇଁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି। ଜାରି ହୋଇଥିୂବା ପ୍ରଥମ ନିୟନ୍ତ୍ରଣ କକ୍ଷ (Control Room) ହେଲପଲାଇନ୍ ନମ୍ବର ହେଉଛି +84 36 281 7930, +84 91 552 37 14, ଏବଂ +84 33 452 0414। ସେହିପରି ହାନୋଇ ସ୍ଥିତ ଦ୍ୱିତୀୟ ନିୟନ୍ତ୍ରଣ କକ୍ଷର ହେଲପଲାଇନ୍ ନମ୍ବର ହେଉଛି +84 91 308 9165। ଏନେଇ ଭାରତୀୟ ମିଶନ ପକ୍ଷରୁ କୁହାଯାଇଛି ଯେ ସେମାନେ ଯେକୌଣସି ସହାୟତା କିମ୍ବା ପ୍ରଶ୍ନ ପାଇଁ ଉପଲବ୍ଧ ଅଛନ୍ତି।

କିପରି ଘଟିଲା ଏହି ଦୁର୍ଘଟଣା?

VnExpress ଅନୁଯାୟୀ, ଅଧିକାରୀ କହିଛନ୍ତି ଯେ ଏହି ସ୍ପୀଡୋବଟ୍ ହୋନ୍ ମି ରୁଟ୍ ଦ୍ୱୀପରୁ ଆନ୍ ଥୋଇ ବନ୍ଦରକୁ ଯାଉଥିବା ସମୟରେ ଏହା ସମୁଦ୍ରରେ ପ୍ରାୟ ୪୦୦ ମିଟର ଦୂରରେ ଓଲଟି ପଡ଼ିଥିଲା। VnExpress ଅନୁଯାୟୀ, ସେତେବେଳେ ସମୁଦ୍ର ଅଶାନ୍ତ ରହିବା ଉଚ୍ଚ ଉଚ୍ଚ ତରଙ୍ଗ ଉଠୁଥିଲା। ଭିଏତନାମର ସର୍ବବୃହତ ଦ୍ୱୀପ, ଫୁ କ୍ୱିକ୍ ଦେଶର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ। ଯାହା ବିଗତ କିଛି ବର୍ଷରେ ବହୁ ସଂଖ୍ୟକ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored