Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁଖ୍ୟମନ୍ତ୍ରୀ ହେଉ ହେଉ ବିଜୟଙ୍କ ବଡ଼ ନିର୍ଦ୍ଦେଶ; ମଦ ଦୋକାନରେ ୧୫ ଦିନ ମଧ୍ୟରେ ଝୁଲିବ ତାଲା

National

Liquor Shop Closure / ମୁଖ୍ୟମନ୍ତ୍ରୀ ହେଉ ହେଉ ବିଜୟଙ୍କ ବଡ଼ ନିର୍ଦ୍ଦେଶ; ମଦ ଦୋକାନରେ ୧୫ ଦିନ ମଧ୍ୟରେ ଝୁଲିବ ତାଲା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମୁଖ୍ୟମନ୍ତ୍ରୀ ହେଉ ହେଉ ବିଜୟଙ୍କ ବଡ଼ ନିର୍ଦ୍ଦେଶ; ମଦ ଦୋକାନରେ ୧୫ ଦିନ ମଧ୍ୟରେ ଝୁଲିବ ତାଲା
CM Vijay Cracks Down on Liquor Shops

Key Points

ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ଦାୟିତ୍ଵ ଗ୍ରହଣ ପରେ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ୭୧୭ଟି ମଦ ଦୋକାନକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଚେନ୍ନାଇ: ବନ୍ଦ ହେବ ମଦ ଦୋକାନ । ସରକାର ନେଲେ ବଡ଼ ନିଷ୍ପତ୍ତି । ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ଦାୟିତ୍ଵ ଗ୍ରହଣ ପରେ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ୭୧୭ଟି ମଦ ଦୋକାନକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜୟ ।

ଏସବୁ ମଦ ଦୋକାନ ଗୁଡ଼ିକ ମନ୍ଦିର, ବିଦ୍ୟାଳୟ ଏବଂ ବସ୍ ଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ରହିଥିଲା । ଆଗାମୀ ୨ ସପ୍ତାହ ଅର୍ଥାତ୍ ୧୫ ଦିନ ମଧ୍ୟରେ ଏସବୁ ମଦ ଦୋକାନ ବନ୍ଦ କରିବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ପ୍ରଥମ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଅନଫଲୋ କରିଥିବା ପୁଅ ବିଷୟରେ ଏମିତି କହିଲେ ବିଜୟ ଥାଲାପତି 

ବିଦ୍ୟାଳୟ, କଲେଜ୍ ଓ ଧାର୍ମିକ ଅନୁଷ୍ଠାନ ନିକଟରେ ଥିବା ମଦ ଦୋକାନ ବନ୍ଦ ପାଇଁ ତାମିଲନାଡ଼ୁ ଲୋକେ ଦାବି କରି ଆସୁଥିଲେ । କିନ୍ତୁ ମଦରୁ ଆସୁଥିବା ରାଜସ୍ଵ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁନଥିଲେ । କିନ୍ତୁ ବିଜୟଙ୍କ ଟିଭିକେ ସରକାରକୁ ଆସିବା ପରେ ମଦ ଦୋକାନ ବନ୍ଦ ପାଇଁ ପଦକ୍ଷେପ ନେଇଛନ୍ତି ।

ମଦ ବିକ୍ରିରୁ ସରକାରଙ୍କ କେତେ ଆୟ ?

୨୦୨୩ରେ ତାମିଲନାଡ଼ୁରେ ମଦ ପିଇ ଲୋକଙ୍କ ମୃତ୍ୟୁ ଏମ୍‌କେ ଷ୍ଟାଲିନ୍ ସରକାର ୫୦୦ଟି ସରକାରୀ ମଦ ଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ତାମିଲନାଡ଼ୁରେ ୫ ହଜାରରୁ ଅଧିକ ସରକାରୀ ମଦ ଦୋକାନ ରହିଛି । ଯେଉଁଥିରୁ ସରକାର ପ୍ରାୟ ୪୦ ହଜାର କୋଟିରୁ ଅଧିକ ରାଜସ୍ଵ ପାଉଛନ୍ତି ।

ଏଥିସହ ପଢ଼ନ୍ତୁ: ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କୁ ମିଳିବ ମାଗଣା ବସ୍ ସୁବିଧା 

ଏବେ ତାମିଲନାଡ଼ୁରେ ୪ ହଜାର ୭୬୫ଟି ସରକାରୀ ମଦ ଦୋକାନ ରହିଛି । ଯେଉଁଥିରୁ ୨୭୬ଟି ଧାର୍ମିକ ଅନୁଷ୍ଠାନ ନିକଟରେ ରହିଥିବା ବେଳେ ୧୮୬ଟି ଶିକ୍ଷାନଷ୍ଠାନ ଏବଂ ୨୫୫ଟି ବସ୍ ଷ୍ଟାଣ୍ଡ ନିକଟରେ ରହିଥିବା ସରକାର ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ, ମେ ୧୦ ତାରିଖରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ଥଲାପତି ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟ ରାଜ୍ୟରେ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ, ମହିଳାଙ୍କ ପାଇଁ ମାଗଣା ବସ୍‌ ଆଦି ବଡ଼ ଘୋଷଣା କରିଥିଲେ । ଏଥିସହ ଷ୍ଟାଲିନ୍ ସରକାରଙ୍କ ଆର୍ଥିକ ନେଣଦେଣର ତଦନ୍ତ ପାଇଁ ଶ୍ଵେତପତ୍ର ଜାରି କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tamil Nadu CM Vijay Orders Closure of 717 Liquor Shops | Argus News | Argus News