Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କୁ ମିଳିବ ମାଗଣା ବସ୍ ସୁବିଧା

National

Bengal BJP Govt New Decision / ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କୁ ମିଳିବ ମାଗଣା ବସ୍ ସୁବିଧା

Subhramjit Ray
Browse all articles by Subhramjit Ray
·1 hour ago·2 min read
ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କୁ ମିଳିବ ମାଗଣା ବସ୍ ସୁବିଧା
Bengal BJP Govt New Decision

Key Points

ରାଜ୍ୟରେ ମହିଳାଙ୍କୁ ଆସନ୍ତା ଜୁନ ପହିଲାରୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଥିଲା ଯେ ସରକାର ଗଠନ ହେବା ପରେ ମହିଳାଙ୍କୁ ମାଗଣା ବସ୍ ଯାତ୍ରା କରିବାର ସୁବିଧା ଯୋଗାଇ ଦିଆଯିବ।
West Bengal CM Suvendu Adhikari: କାର୍ଯ୍ୟଭାର ଗ୍ରହଣ କରିସାରିବା ପରେ ପୁନର୍ବାର ଅନ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧିନ ବିଜେପି ସରକାର। ରାଜ୍ୟରେ ଆସନ୍ତା ଜୁନ୍ ପହିଲାରୁ ଆୟୁଷ୍ମାନ ଭାରତ ଏବଂ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆୟାଇଛି। ଏହା ସହିତ ମହିଳାଙ୍କୁ ମଧ୍ୟ ମାଗଣାରେ ବସ୍ ଯାତ୍ରା କରିବାର ସୁବିଧା ଯୋଗାଇ ଦିଆଯିବ। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ ଯଦି ବିଜେପି ରାଜ୍ୟରେ ସରକାର ଗଠନ କରେ, ତାହେଲେ ଆସନ୍ତା ଜୁନ୍ ପହିଲାରୁ ମହିଳାଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଏହି ପ୍ରତିଶୃତି ଦଳର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ସାମିଲ ରହିଥିଲା।

ମହିଳାଙ୍କ ପାଇଁ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧିନରେ ବିଜେପି ସରକାର ଜୁନ୍ ପହିଲାରୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲା। ଏହି ଯୋଜନା ଅଧିନରେ ମହିଳାଙ୍କୁ ୩୦୦୦ ଟଙ୍କା ପ୍ରଦାନ କରାଯିବ। ବିଦାୟୀ ଟିଏମସି ସରକାରଙ୍କ ଲକ୍ଷ୍ମୀ ଭଣ୍ଡାର ଯୋଜନା ଅଧିନରେ ପ୍ରଦାନ କରାଯାଇଥିବା ୧୫୦୦ ଟଙ୍କାର ସହାୟତାର ଜବାବରେ, ବିଜେପି ଏହି ପ୍ରମୁଖ ନିର୍ବାଚନ ପ୍ରତିଶୃତି ଦେଇଥିଲା। ଦଳ ଏହାର ପରିମାଣକୁ ଦ୍ୱିଗୁଣିତ କରିବାକୁ ପ୍ରତିଶୃତି ଦେଇଥିଲା। ଯାହାକୁ ଏବେ ବିଜେପି ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ଏହା ସହ ପଢନ୍ତୁ: ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ

ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ବହୁ ପ୍ରତୀକ୍ଷିତ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ପାଇଁ ପ୍ରକ୍ରିୟା ଏବଂ ନିୟମ ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି। ହେଲେ ସରକାର ଏହାକୁ ନୀତିଗତ ଭାବରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବିଦ୍ୟମାନ ସାମାଜିକ ଯୋଜନା ବନ୍ଦ କରାଯିବ ନାହିଁ।

ବିଗତ ଏକ ଦଶନ୍ଧି ଧରି ବିଭିନ୍ନ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ରାଜ୍ୟରେ ଅନେକ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରି ନଥିଲା। ଏପରିକି ଅନେକ ଯୋଜନାର ନାମ ପରିବର୍ତ୍ତନ କରାଯାଇଥିଲା। ଏହି ସମୟରେ, ଜମି ଆବଣ୍ଟନ, ପ୍ରଶାସନିକ ଅନୁମୋଦନ ଏବଂ ଅନ୍ୟାନ୍ୟ ପ୍ରକ୍ରିୟାଗତ ସମସ୍ୟା ଯୋଗୁଁ ଅନେକ ପ୍ରକଳ୍ପ ବର୍ଷ ବର୍ଷ ଧରି ଅଟକି ରହିଥିଲା। ହେଲେ ବର୍ତ୍ତମାନ ଏହାର ଏବେ ଅବସାନ ହୋଇଛି। ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ଆଗକୁ ବଢ଼ାଇବା ଦିଗରେ ପଦକ୍ଷେପ ନେଉଛନ୍ତି।

ଏହା ସହ ପଢନ୍ତୁ:  ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ

ଆକ୍ସନ ମୋଡ଼ ରେ ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ନୂତନ ସରକାର ଅନେକ ପ୍ରମୁଖ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଏହି ସମୟରେ ବିଧାୟକଙ୍କ ସହିତ ଏକ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଇଲା ଖଣି, ବାଲି ଖଣି ଏବଂ ଗୋଚାଲଣ ସମ୍ପର୍କରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କଟ-ମନି ସଂସ୍କୃତିକୁ ବରଦାସ୍ତ କରାଯିବ ନାହିଁ। ବିଧାୟକନଙ୍କୁ ସତର୍କ ରହିବାକୁ ଏବଂ ପ୍ରଶାସନକୁ ଯେକୌଣସି ଅନିୟମିତତା କିମ୍ବା ଅବ୍ୟବସ୍ଥା ବିଷୟରେ ତୁରନ୍ତ ଅବଗତ କରିବାକୁ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suvendu Adhikari Announces Free Bus Service for Women from June 1 | Argus News