Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାମିଲନାଡୁରେ ବିଜୟ ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

National

Vijay Tamil Nadu CM / ତାମିଲନାଡୁରେ ବିଜୟ ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ତାମିଲନାଡୁରେ ବିଜୟ ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
Vijay CM

Key Points

ବିଜୟ ହେଲେ ତାମିଲନାଡୁ CM
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ଫ୍ୟାନ୍ସ ମଧ୍ୟରେ ଉତ୍ସାହ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଥଲାପତି ବିଜୟ । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ବିଜୟଙ୍କୁ ତାମିଲନାଡ଼ୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି । ବିଜୟ ଶପଥ ନେବା ସହିତ ତାମିଲନାଡୁବାସୀଙ୍କୁ ପ୍ରଥମ ଥର ପାଇଁ ଜଣେ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ମିଳିଛି ।

କେବଳ ବିଜୟ ନୁହଁନ୍ତି ତାଙ୍କ ସହିତ ତାଙ୍କର କ୍ୟାବିନେଟରେ ସ୍ଥାନ ପାଇଥିବା ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀ ଭାବେ ଏନ୍. ଆନନ୍ଦ, TVK ମହାସଚିବ କେ.ଜି ଅରୁଣରାଜ, କେ.ଏ ସେଙ୍ଗୋଟେୟନ, ଭେଙ୍କଟରମଣନ, ନିର୍ମାଲକୁମାର, ରାଜମୋହନ, ଟିକେ ପ୍ରଭୁ ଓ ସେଲ୍‌ଭି ଏସ୍. କୀର୍ତ୍ତନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ଜଣ ବିଧାୟକ ମଧ୍ୟ ସାମିଲ ହୋଇଥିଲେ ।


ସୂଚନା ଅନୁସାରେ, ତାମିଲନାଡୁରେ ଦୀର୍ଘ ୬ ଦଶନ୍ଧି ଧରି ଚାଲିଆସିଥିବା ଦୁଇ ଦ୍ରାବିଡ଼ ଦଳଙ୍କ ପତିଆରାରେ ପୂର୍ଣ୍ଣଛେଦ ଟାଣି ମାତ୍ର ୨ ବର୍ଷ ତଳେ ସୁପରଷ୍ଟାର ବିଜୟ ଗଢ଼ିଥିବା ନୂଆ ରାଜନୈତିକ ଦଳ TVKକୁ ସମର୍ଥନ ଅଜାଡ଼ି ଦେଇଥିଲେ ଭୋଟର । ସୋମବାର ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ଫଳାଫଳ ସାରାଦେଶର ରାଜନୈତିକ ପଣ୍ଡିତମାନଙ୍କୁ ଚକିତ କରିଦେଇଥିଲା । ବିଜୟ ଦୁଇଟି ଆସନରୁ ଜିତିଥିବାବେଳେ ମୋଟ୍ ୧୦୮ଟି ଆସନ ପାଇଥିଲା ତାମିଲଗା ଭେକଟ୍ରି କଝଗମ୍ ଅର୍ଥାତ TVK ପାର୍ଟି । ଥାଲାପତି ବିଜୟ ଏହାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଆବଶ୍ୟକ ହେଉଥିଲା ଆଉ ୧୧ ବିଧାୟକଙ୍କ ସମର୍ଥନ । ୫ ଦିନର କସରତ ପରେ ଏହି ଅଭାବ ଦୂର ହେବା ସହ ୨ଜଣ ଅତିରିକ୍ତ ବିଧାୟକଙ୍କ ସମର୍ଥନ ଯୋଗାଡ଼ରେ ସଫଳ ହୋଇଛି TVK । ଏଥିସହ ଶେଷରେ ତାମିଲନାଡୁରେ ବିଜୟଙ୍କ ସରକାର ହେବାକୁ ଯାଉଛି । ୧୩ ତାରିଖ ଅର୍ଥାତ ଆସନ୍ତା ବୁଧବାର ସୁଦ୍ଧା ବିଜୟଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijay Sworn In as Tamil Nadu CM | TVK Forms Government After Historic Win | Argus News