Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାମିଲନାଡ଼ୁରେ ଆଜିଠୁ 'ବିଜୟ' ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ TVK ସଭାପତି

National

Vijay Tamil Nadu CM / ତାମିଲନାଡ଼ୁରେ ଆଜିଠୁ 'ବିଜୟ' ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ TVK ସଭାପତି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ତାମିଲନାଡ଼ୁରେ ଆଜିଠୁ 'ବିଜୟ' ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ TVK ସଭାପତି
Vijay CM

Key Points

ଆଜି ତାମିଲନାଡୁରେ ହେବ 'ବିଜୟ' ତିଲକ
ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ
ଆଗାମୀ ୧୩ ସୁଦ୍ଧା ବିଜୟଙ୍କୁ ଦେବାକୁ ପଡ଼ିବ ଫ୍ଲୋର ଟେଷ୍ଟ
ଆଜି ତାମିଲନାଡୁରେ ହେବ 'ବିଜୟ' ତିଲକ । ସୁପରହିଟ୍ ସିନେମା ପରି ୫ ଦିନର ଅପେକ୍ଷା, ରାଜ୍ୟପାଳଙ୍କ ସହ ୪ ଥର ସାକ୍ଷାତ ଓ ସମର୍ଥନ ଯୋଗାଡ଼ ପାଇଁ ଜୋରଦାର କସରତ ଭିତରେ, ୧୧୮ର ମ୍ୟାଜିକ ନମ୍ବର ଛୁଇଁବାରେ ସଫଳ ହୋଇଛନ୍ତି TVK ସଭାପତି । କଂଗ୍ରେସ ସହ ଦୁଇ ବାମଦଳ, VCK ଏବଂ IUMLର ସମର୍ଥନ ମିଳିବା ପରେ ୧୨୦ରେ ପହଞ୍ଚିଛି ବିଧାୟକଙ୍କ ସଂଖ୍ୟା । ରାଜ ଭବନରୁ ମିଲିସାରିଛି ଫର୍ମାନ୍ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଗାମୀ ୧୩ ତାରିଖ ଅର୍ଥାତ ବୁଧବାର ସୁଦ୍ଧା ବିଜୟଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ପଡ଼ିବ ।

ତାମିଲନାଡୁରେ 'ବିଜୟ' ଥ୍ରୀଲର ଏହାର କ୍ଲାଇମାକ୍ସ ଆଡକୁ ଗତି କରୁଛି । କାରଣ ଶେଷରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଥାଲାପତି ବିଜୟ । ୫ ଦିନର ଅପେକ୍ଷା, ରାଜ୍ୟପାଳଙ୍କ ସହ ୪ଥର ସାକ୍ଷାତ ଓ ସମର୍ଥନ ଯୋଗାଡ଼ ପାଇଁ ଜୋରଦାର କସରତ ଭିତରେ ୧୧୮ର ମ୍ୟାଜିକ ନମ୍ବର ଛୁଇଁବାରେ ସଫଳ ହୋଇଛନ୍ତି TVK ସଭାପତି ।

ଅଧିକ ପଢ଼ନ୍ତୁ: ତାମିଲନାଡ଼ୁରେ TVK ସରକାର ଗଠନ ପାଇଁ ମିଳିଲା ଅନୁମତି, କାଲି ଶପଥ ନେବେ ବିଜୟ


ଶନିବାର ରାଜ୍ୟପାଳ ଆରଭି ଆର୍ଲେକରଙ୍କୁ ବିଜୟ ପୁଣିଥରେ ସାକ୍ଷାତ କରିବା ପରେ, ସରକାର ଗଠନ ପାଇଁ ମିଳିଛି ଗ୍ରୀନ୍ ସିଗନାଲ୍ । କାରଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିସାରିଛନ୍ତି TVK ମୁଖ୍ୟ । ଆଜି ଚେନ୍ନାଇର ନେହେରୁ ଷ୍ଟାଡିୟମରେ ହେବ ବିଜୟ ତିଲକ ।  ରାଜ୍ୟପାଳଙ୍କୁ ଭେଟିବା ସମୟରେ କଂଗ୍ରେସର ୫, ଦୁଇ ବାମଦଳ ସିପିଆଇ ଓ ସିପିଏମର ଦୁଇଟି ଲେଖାଏଁ VCK ଏବଂ IUMLର ୨ଜଣ ଲେଖାଏଁ ବିଧାୟକଙ୍କ ସମର୍ଥନ ରହିଥିବା ନେଇ TVK ମୁଖ୍ୟ ଜଣାଇଥିବା ରାଜଭବନ ପକ୍ଷରୁ ଜାରି ପ୍ରେସ ରିଲିଜରେ ସ୍ପଷ୍ଟ କରାଯାଇଛି ।

ତାମିଲନାଡୁରେ ଦୀର୍ଘ ୬ ଦଶନ୍ଧି ଧରି ଚାଲିଆସିଥିବା ଦୁଇ ଦ୍ରାବିଡ଼ ଦଳଙ୍କ ପତିଆରାରେ ପୂର୍ଣ୍ଣଛେଦ ଟାଣି ମାତ୍ର ୨ ବର୍ଷ ତଳେ ସୁପରଷ୍ଟାର ବିଜୟ ଗଢ଼ିଥିବା ନୂଆ ରାଜନୈତିକ ଦଳ TVKକୁ ସମର୍ଥନ ଅଜାଡ଼ି ଦେଇଥିଲେ ଭୋଟର । ସୋମବାର ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ଫଳାଫଳ ସାରାଦେଶର ରାଜନୈତିକ ପଣ୍ଡିତମାନଙ୍କୁ ଚକିତ କରିଦେଇଥିଲା । ବିଜୟ ଦୁଇଟି ଆସନରୁ ଜିତିଥିବାବେଳେ ମୋଟ୍ ୧୦୮ଟି ଆସନ ପାଇଥିଲା ତାମିଲଗା ଭେକଟ୍ରି କଝଗମ୍ ଅର୍ଥାତ TVK ପାର୍ଟି । ଥାଲାପତି ବିଜୟ ଏହାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଆବଶ୍ୟକ ହେଉଥିଲା ଆଉ ୧୧ ବିଧାୟକଙ୍କ ସମର୍ଥନ । ୫ ଦିନର କସରତ ପରେ ଏହି ଅଭାବ ଦୂର ହେବା ସହ ୨ଜଣ ଅତିରିକ୍ତ ବିଧାୟକଙ୍କ ସମର୍ଥନ ଯୋଗାଡ଼ରେ ସଫଳ ହୋଇଛି TVK । ଏଥିସହ ଶେଷରେ ତାମିଲନାଡୁରେ ବିଜୟଙ୍କ ସରକାର ହେବାକୁ ଯାଉଛି । ୧୩ ତାରିଖ ଅର୍ଥାତ ଆସନ୍ତା ବୁଧବାର ସୁଦ୍ଧା ବିଜୟଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijay to Take Oath as Tamil Nadu CM Today | TVK Forms Government | Argus News