ରିଲିଜ ପୂର୍ବରୁ ଆସିଲା ’ଟାଇଗର-୩’ର ନୂଆ ପ୍ରୋମୋ, ଦେଖନ୍ତୁ...

ଅର୍ଗସ ବ୍ୟୁରୋ : ଦୀପାବଳିରେ ଧୁମ ମଚାଇବାକୁ ଆସୁଛି ଟାଇଗର-ଥ୍ରୀ । ୟଶ ରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଟାଇଗର-ଥ୍ରୀ ଆସନ୍ତା ୧୨ତାରିଖରେ ରିଲିଜ ହେବ । ଯାହାର ରିଲିଜ ହୋଇଯାଇଛି ଆଉ ଏକ ନୂଆ ପ୍ରୋମୋ । ଯାହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ହଲଚଲ ମଚାଇ ଦେଇଛି ।
ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ଅଭିନିତ ଏହି ସିନେମାର ରିଲିଜ ନେଇ ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ । ଏହାରି ଭିତରେ ନିର୍ମାତା ଏବେ ଦର୍ଶକଙ୍କ ପାଇଁ ନୂଆ ଧମାକାଦାର ପ୍ରୋମୋ ଭେଟିଦେଇଛନ୍ତି । ପ୍ରୋମୋର ଆରମ୍ଭ ହୋଇଛି ଖଳନାୟକ ଆତିଶଙ୍କ ଭୂମିକାରେ ଥିବା ଇମ୍ରାନ ହାସମିଙ୍କ ଦମଦାର ଡାଇଲଗରୁ । ୫୦ ସେକେଣ୍ଡର ଏହି ପ୍ରୋମୋରେ ଭରଫୁର ଆକ୍ସନ ସିନ୍ ବି ରହିଛି ।
📱 Get Argus News App
✨ସଲମାନ ଖାନ୍ ଓ କ୍ୟାଟ୍ରିନାଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମା ଏଥର ଦିୱାଲି ଅବସରରେ ବଡ଼ ପରଦାକୁ ଆସିବାକୁ ଯାଉଛି । ରିଲିଜକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଏବେ ଏହାର ଆଡଭାନ୍ସ ବୁକିଂକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଏଥିପାଇଁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଆଡଭାନ୍ସ ବୁକିଂ । ହିନ୍ଦୀ ଭାଷା ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିବ ଭାଇଜାନଙ୍କ ଏହି ସିନେମା । ମନୀଷ ଶର୍ମା ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।