Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଜବ ଷ୍ଟାର୍ଟଅପ୍, ଦୁଃଖ ଶୁଣିବାକୁ ନେଉଛନ୍ତି ଟଙ୍କା...୧୦୦୦ ଟଙ୍କା ଦେଲେ ସାଥିରେ କାନ୍ଦିବେ

National

Viral Story / ଅଜବ ଷ୍ଟାର୍ଟଅପ୍, ଦୁଃଖ ଶୁଣିବାକୁ ନେଉଛନ୍ତି ଟଙ୍କା...୧୦୦୦ ଟଙ୍କା ଦେଲେ ସାଥିରେ କାନ୍ଦିବେ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଅଜବ ଷ୍ଟାର୍ଟଅପ୍, ଦୁଃଖ ଶୁଣିବାକୁ ନେଉଛନ୍ତି ଟଙ୍କା...୧୦୦୦ ଟଙ୍କା ଦେଲେ ସାଥିରେ କାନ୍ଦିବେ
Viral Story

Key Points

ଅଜବ ଷ୍ଟାର୍ଟଅପ୍ !
ଦୁଃଖ ଶୁଣିବାକୁ ନେଉଛନ୍ତି ଟଙ୍କା
୧୦୦୦ ଦେଲେ ସାଥିରେ କାନ୍ଦିବେ
ଡିଜିଟାଲ୍‌ ଯୁଗରେ ସୋସିଆଲ ମିଡିଆରେ କ'ଣ ଭାଇରାଲ ହେବ ତାହା ଆକଳନ କରିବା କଷ୍ଟକର । କେବେ କୌଣସି ଅନୋଖା ଟ୍ୟାଲେଣ୍ଟ ଚର୍ଚ୍ଚାରେ ଆସିଯାଏ, ତ କେବେ କୌଣସି ଏମିତି ଆଇଡିଆ ଭାଇରାଲ୍ ହୁଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏହାରି ମଧ୍ୟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଲୋକଙ୍କ ଦୁଃଖ ଶୁଣିବାକୁ ହିଁ ନିଜର ବ୍ୟବସାୟ କରିଦେଇଛନ୍ତି ।

ଏହି ଘଟଣାଟି ମୁମ୍ବାଇର ଜୁହୁ ବିଚ୍‌ର ବୋଲି କୁହାଯାଉଛି । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ସମୁଦ୍ର କୂଳରେ ଜଣେ ଲୋକ ବୋର୍ଡ ଲଗାଇ ବସିଛନ୍ତି । ସେହି ବୋର୍ଡରେ ସ୍ପଷ୍ଟ ଲେଖାଯାଇଛି— ସାଧାରଣ ଦୁଃଖ ଶୁଣିବା ପାଇଁ ୨୫୦ ଟଙ୍କା, ବଡ଼ ଦୁଃଖ ପାଇଁ ୫୦୦ ଟଙ୍କା ଏବଂ ସଙ୍ଗରେ ବସି କାନ୍ଦିବା ପାଇଁ ୧୦୦୦ ଟଙ୍କା । ଭିଡିଓ ତିଆରି କରୁଥିବା ବ୍ୟକ୍ତି ଯେତେବେଳେ ତାଙ୍କୁ ପଚାରିଲେ, ସେ ବହୁତ ସହଜରେ କହିଥିଲେ ଯେ ଲୋକମାନେ ସତରେ ତାଙ୍କ ପାଖକୁ ଆସନ୍ତି ଏବଂ ନିଜର କଥା ତାଙ୍କ ସହ ସେୟାର କରିଥାନ୍ତି ।



ସେହି ବ୍ୟକ୍ତି ଜଣକ କହୁଛନ୍ତି ଯେ ସେ କାହାକୁ ଜଜ୍‌ କରନ୍ତି ନାହିଁ ଶାନ୍ତିରେ ତାଙ୍କର କଥା ଶୁଣନ୍ତି ଏବଂ ସମ୍ଭବ ହେଲେ ସୁପାରିଶ ମଧ୍ୟ ଦିଅନ୍ତି । ତାଙ୍କ ମତାନୁସାରେ, ଆଜିର ସମୟରେ ଅନେକ ଲୋକ ଏକାକୀପଣ ଏବଂ ଚାପରେ ରହୁଛନ୍ତି, ତେଣୁ ମାତ୍ର ଜଣେ ଏମିତି ଲୋକ ଦରକାର ଯିଏ ତାଙ୍କ କଥା ଶୁଣିପାରିବ ।
ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କେହି ଏହାକୁ ଏକ ମଜାଦାର ଷ୍ଟାର୍ଟଅପ୍ ଆଇଡିଆ ବୋଲି କହୁଛନ୍ତି, ତ ଆଉ କେହି ସମାଜର ବାସ୍ତବ ଚିତ୍ର ବୋଲି କହୁଛନ୍ତି ।

ସୋସିଆଲ୍ ମିଡିଆ ୟୁଜର୍ସମାନେ ମଧ୍ୟ ଏହି ଭିଡିଓକୁ ନେଇ ମଜାଦାର କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି— “ଭାଇଙ୍କ ଷ୍ଟାର୍ଟଅପ୍ ବହୁତ ଆଗକୁ ଯିବ।” ଆଉ ଜଣେ ଲେଖିଛନ୍ତି— “ଆଜିକାଲି କାହାର ପାଖରେ ସମୟ ନାହିଁ ଦୁଃଖ ଶୁଣିବାକୁ, ସେଥିପାଇଁ ଟଙ୍କା ଦେଇ ଶୁଣାଇବାକୁ ପଡୁଛି ।”

ଅନ୍ୟ ଜଣେ ୟୁଜର ଏହାକୁ “ଜୁହୁ ବିଚ୍‌ର ସବୁଠୁ ୟୁନିକ୍ ଷ୍ଟାର୍ଟଅପ୍” ବୋଲି କହିଛନ୍ତି । ଆଉ ଜଣେ କହିଛନ୍ତି— “ଖୁସି ହେଉ କି ଦୁଃଖ, ସବୁକିଛିରେ ବିଜନେସ୍ ହୋଇପାରେ''। ଆଉ କେହି ମଜାକରେ ଲେଖିଛନ୍ତି— “ମୋତେ ତ ଦେଶର ବେରୋଜଗାରୀ ଦେଖି ଦୁଃଖ ଲାଗୁଛି ।”
ଏଥିସହ ପଢ଼ନ୍ତୁ: ରିଲ୍ସ ପାଇଁ ପାଗଳାମି! ବୃଦ୍ଧଙ୍କୁ ବସ୍ତାରେ ଭରି କୋରିଅର କରିଦେଲେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Startup Charges ₹1000 to Listen to Your Problems at Juhu Beach | Argus News