Videos
|
National

Bengal Biryani Controversy 2026 / ଦୁର୍ଗା ପୂଜା ସମୟରେ ବିରିୟାନି ଲାଗି ତେଜିଲା ବିବାଦ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦୁର୍ଗା ପୂଜା ସମୟରେ ବିରିୟାନି ଲାଗି ତେଜିଲା ବିବାଦ
Bengal Biryani Controversy 2026

Key Points

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ହିନ୍ଦୁ ଦୋକାନରୁ ବିରିୟାନି ଏବଂ ପୂଜା ସାମଗ୍ରୀ କିଣିବା କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ ବରଂ ନିବେଜନ କରାଯାଇଛି। ଯଦି ଲୋକ ହିନ୍ଦୁଙ୍କ ଦ୍ୱାରା ପରିଚାଳିତ ବ୍ୟବସାୟକୁ ସମର୍ଥନ କରନ୍ତି, ତାହେଲେ ଏହାର ପ୍ରଭାବ ସ୍ଥାନୀୟ ଅର୍ଥନୀତି ଉପରେ ମଧ୍ୟ ପଡ଼ିବ।
ଗଣପର୍ବ କୁହାଯାଉଥିବା ଦୁର୍ଗାପୂଜାକୁ ନେଇ ଏବେ ଠାରୁ ଉତ୍ସବ ମୁଖର ହୋଇଉଠିଛି ପଶ୍ଚିମବଙ୍ଗ। ହେଲେ ରାଜ୍ୟର ସିଲିଗୁଡି ଅଞ୍ଚଳରେ ଦୁର୍ଗା ପୂଜା ସମୟରେ ବିରିୟାନି ପାଇଁ ଏକ ବିବାଦ ଦେଖାଦେଇଛି। ହିନ୍ଦୁ ଜାଗରଣ ମଞ୍ଚ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ହିନ୍ଦୁ ଦୋକାନରୁ ବିରିୟାନି ଏବଂ ପୂଜା ସାମଗ୍ରୀ କିଣିବାକୁ ଅନୁରୋଧ କରିଥିଲା। ଦୁର୍ଗା ପୂଜା ଉତ୍ସବ ପୂର୍ବରୁ ହିନ୍ଦୁ ଜାଗରଣ ମଞ୍ଚ ସହର ସାରା ଏହି ପୋଷ୍ଟର ଲଗାଇ ଲୋକଙ୍କୁ QR କୋଡ୍ ମାଧ୍ୟମରେ ଦୋକାନୀଙ୍କ ନାମ ଜାଣିବାକୁ ଅନୁରୋଧ କରିଥିଲା। ହେଲେ ଏହି ପୋଷ୍ଟର ପାଇଁ ବିବାଦ ଉପୁଜିବା ପରେ ସଙ୍ଗଠନ ସ୍ପଷ୍ଟ କରିଛି ଯେ "ହିନ୍ଦୁ ଦୋକାନରୁ ବିରିୟାନି ଖାଅ" ଏବଂ "ହିନ୍ଦୁ ଦୋକାନରୁ ପୂଜା ସାମଗ୍ରୀ କିଣ" ଭଳି ବାର୍ତ୍ତା କୌଣସି ଆଦେଶ ନୁହେଁ।

ହିନ୍ଦୁ ଜାଗରଣ ମଞ୍ଚ ପୋଷ୍ଟର ପାଇଁ ତେଜିଲା ବିବାଦ
ହିନ୍ଦୁ ଜାଗରଣ ମଞ୍ଚ ସଦସ୍ୟ ଅଭିଷେକ ଦାସଙ୍କ ନେତୃତ୍ୱରେ ଏହି ଅଭିଯାନ କରାଯାଇଥିଲା। ଏନେଇ ସେ କହିଛନ୍ତି ଯେ ହିନ୍ଦୁ ଦୋକାନରୁ ବିରିୟାନି ଏବଂ ପୂଜା ସାମଗ୍ରୀ କିଣିବା ଆମ ସଙ୍ଗଠନ ଦ୍ୱାରା ଜାରି ହୋଇଥିବା କୌଣସି ଆଦେଶ ନୁହେଁ ବରଂ ଏକ ଆହ୍ବାନ। ଯଦି ଲୋକ ହିନ୍ଦୁଙ୍କ ଦ୍ୱାରା ପରିଚାଳିତ ବ୍ୟବସାୟକୁ ସମର୍ଥନ କରନ୍ତି, ତାହେଲେ ଏହା ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବ। ପୋଷ୍ଟର ଲଗାଇଥିବା ଲୋକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ ସିପିଏମ ନେତା ଏବଂ ପୂର୍ବତନ ମନ୍ତ୍ରୀ ଅଶୋକ ଭଟ୍ଟାଚାର୍ଯ୍ୟ।

ଏହା ସହ ପଡନ୍ତୁ:  ରାମ ନବମୀ ବେଳେ ଚର୍ଚ୍ଚାରେ ଅଞ୍ଜନୀ ପୁତ୍ର ସେନା

ହିନ୍ଦୁ ମାଲିକାନାରେ ରହିଥିବା ଦୋକାନରୁ ବିରିୟାନି କିଣିବାକୁ ନିବେଦନ
ଏନେଇ ପୂର୍ବତନ କହିଛନ୍ତି ଯେ ଏପରି ପୋଷ୍ଟର ଲଗାଇବା ଏକ ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ଦେଶରେ ଏକ ଅପରାଧ। ପ୍ରଶାସନ କେବଳ ଏହି ପୋଷ୍ଟର ହଟାଇବା ଉଚିତ ନୁହେଁ ବରଂ ଏହି ସାମ୍ପ୍ରଦାୟିକ ଅଭିଯାନରେ ସାମିଲ ଥିବା ଲୋକଙ୍କ ବିରୋଧରେଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଅନ୍ୟପଟେ ଜଣେ ବିଜେପି ନେତା କହିଛନ୍ତି ଯେ ହିନ୍ଦୁ ଜାଗରଣ ମଞ୍ଚ ଏକ ସ୍ୱାଧିନ ସଙ୍ଗଠନ। ସେମାନଙ୍କ ଅଭିଯାନ ସହ ଦଳର କୌଣସି ଭୂମିକା ନାହିଁ ବୋଲି ବିଜେପି ନେତା ଜଣଙ୍କ କହିଛନ୍ତି।

ବିରିୟାନି ପୋଷ୍ଟର ପାଇଁ ତେଜିଲା କଳି
କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକ ପାରମ୍ପରିକ ଭାବରେ ବିରିୟାନି ଖାଇଛନ୍ତି। ଯେଉଁମାନେ ଏହାକୁ ପ୍ରସ୍ତୁତ କରନ୍ତି ସେମାନଙ୍କର ଧାର୍ମିକ ପରିଚୟ ପଚରାଯାଉ ନାହିଁ। ଦୁର୍ଗା ପୂଜା ସାମଗ୍ରୀ ତିଆରି କରୁଥିବା ଅନେକ କାରିଗର ମୁସଲମାନ। ଲୋକ ଏହି ଆବେଦନକୁ ପଶ୍ଚିମବଙ୍ଗର ସାମାଜିକ ପରମ୍ପରାର ବିପରୀତ ବୋଲି ବର୍ଣ୍ଣନା କରିଛନ୍ତି। ହେଲେ ଏହାର ଜବାବରେ ହିନ୍ଦୁ ଜାଗରଣ ମଞ୍ଚ କହିଛି ଏନେଇ ଆମ ସଙ୍ଗଠନ ଦ୍ୱାରା କୌଣସି ଆଦେଶ ଜାରି ହୋଇନାହିଁ ବରଂ ଏହା ଏକ ନିବେଦନ। 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: