Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ହେବ ମଦ୍ରାସା ସର୍ଭେ; କ'ଣ ରହିଛି ବଙ୍ଗ ସରକାରଙ୍କ ଯୋଜନା?

National

Bengal Govt Madrasa Survey / ରାଜ୍ୟରେ ହେବ ମଦ୍ରାସା ସର୍ଭେ; କ'ଣ ରହିଛି ବଙ୍ଗ ସରକାରଙ୍କ ଯୋଜନା?

Subhramjit Ray
Browse all articles by Subhramjit Ray
·1 hour ago·2 min read
ରାଜ୍ୟରେ ହେବ ମଦ୍ରାସା ସର୍ଭେ; କ'ଣ ରହିଛି ବଙ୍ଗ ସରକାରଙ୍କ ଯୋଜନା?
Bengal Govt Madrasa Survey

Key Points

ପଶ୍ଚିମବଙ୍ଗର ବିଜେପି ସରକାର ନିରନ୍ତର ଭାବରେ ବଡ଼ ନିଷ୍ପତ୍ତି ନେଉଛନ୍ତି। ସଦ୍ୟ ମଦ୍ରାସା ସର୍ଭେ ସମ୍ପର୍କିତ ଏକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧିନ ସରକାର।
Suvendu Adhikari madrasa order: ପଶ୍ଚିମବଙ୍ଗ ସରକାର ରାଜ୍ୟର ରହିଥିବା ମଦ୍ରାସା ସମ୍ପର୍କରେ ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମଦ୍ରାସାର କାର୍ଯ୍ୟ ଏବଂ ଏଠାକାର ଭିତ୍ତିଭୂମି ଏବଂ ଏହାର ଆଇନଗତ ସ୍ଥିତି ସମ୍ପର୍କରେ ବ୍ୟାପକ ସୂଚନା ସଂଗ୍ରହ କରିବା ପାଇଁ ରାଜ୍ୟବ୍ୟାପୀ ଏକ ସର୍ଭେ ଆରମ୍ଭ କରିଛନ୍ତି। ଏନେଇ ଜଣେ ଅଧିକାରୀ ଶନିବାର କହିଛନ୍ତି ଯେ ସମସ୍ତ ଜିଲ୍ଲାପାଳଙ୍କୁ ଆସନ୍ତା ଜୁଲାଇ ୫ ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସର୍ଭେ ସରକାରଙ୍କୁ ସମସ୍ତ ମଦ୍ରାସା ପ୍ରଚଳିତ ନିୟମ ଅନୁଯାୟୀ କାର୍ଯ୍ୟ କରୁଛି କି ନାହିଁ ଏବଂ ସେମାନଙ୍କ ପାଖରେ ଆବଶ୍ୟକୀୟ ଦସ୍ତାବିଜ କିମ୍ବା କାଗଜପତ୍ର ଅଛି ନାଁ ନାହିଁ ତାହା ଯାଞ୍ଚ କରିବାରେ ସହାୟକ ହେବ।

ମଦ୍ରାସାରେ ସର୍ଭେ ଦ୍ୱାରା ସରକାରଙ୍କୁ ମିଳିବ କେଉଁ ତଥ୍ୟ?
ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବା ପରେ ମଦ୍ରାସାରେ ସର୍ଭେ କରିବା ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଗତ ୫ ତାରିଖରେ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁସାରେ ଜିଲ୍ଲା ପ୍ରଶାସନକୁ ମଦ୍ରାସାର ସ୍ଥାନ, ସେମାନଙ୍କ ପ୍ରତିଷ୍ଠା ବର୍ଷ, ପଞ୍ଜିକରଣ ବିବରଣୀ, ବୈଧ ଦସ୍ତାାବିଜର ଉପଲବ୍ଧତା, ଛାତ୍ର, ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ଉପରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ଏହା ମଧ୍ୟ ସ୍ପଷ୍ଟ କରିବାକୁ ପଡି଼ବ ଯେ ଏହି ଶିକ୍ଷାନୁଷ୍ଠାନ ଆବାସିକ ନାଁ ନୁହେଁ, ଏହା ସହାୟତାପ୍ରାପ୍ତ ବେସରକାରୀ କିମ୍ବା ଅଣ-ସହାୟତାପ୍ରାପ୍ତ ତାହା ନିଶ୍ଚିତ କରିବାକୁ ପଡ଼ିବ। ଏହା ସହିତ, ମଦ୍ରାସାରେ ପଢ଼ାଯାଉଥିବା ପାଠ୍ୟକ୍ରମର ବିବରଣୀ ମଧ୍ୟ ପ୍ରଦାନ କରିବାକୁ ହେବ।

ଏହା ସହ ପଢନ୍ତୁ: 'ବନ୍ଦ ମାତରମ୍' କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର

କାହିଁକି କରାଯାଉଛି ମଦ୍ରାସା ସର୍ଭେ?

ମଦ୍ରାସା ସର୍ଭେ କରାଯିବା ସମ୍ପର୍କରେ ପ୍ରତିକ୍ରିୟା ରଖି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ମଦ୍ରାସା ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ଯୋଜନାକୁ ସହାୟତା କରିବା ପାଇଁ ଏକ ଅପଡେଟ୍ ଡାଟାବେସ୍ ପ୍ରସ୍ତୁତ କରିବା। ପ୍ରଶାସନିକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସର୍ଭେ ସମୟରେ ମିଳିଥିବା ଯେକୌଣସି ଅନିୟମିତତା କିମ୍ବା ଅନଧିକୃତ କାର୍ଯ୍ୟକଳାପର ପୃଥକ ଭାବରେ ତଦନ୍ତ କରାଯିବ। ଯଦିଓ ମଦ୍ରାସା ଦ୍ୱାରା ଅନୁସରଣ କରାଯାଉଥିବା ବର୍ତ୍ତମାନର ଶିକ୍ଷାଗତ ଢାଞ୍ଚା କିମ୍ବା ପାଠ୍ୟକ୍ରମରେ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ ନାହିଁ। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ପରଠାରୁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ନୀତିଗତ ପଦକ୍ଷେପ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସମେତ ମଦ୍ରାସାରେ ସକାଳ ପ୍ରାର୍ଥନା ସମୟରେ 'ବନ୍ଦେ ମାତରମ୍' ଗାନକୁ ବାଧ୍ୟତାମୂଳକ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal: Suvendu Adhikari Govt Orders Statewide Madrasa Survey | Argus News