Videos
|
Politics

UP CM Yogi Adityanath / ଯୋଗୀ ସରକାରଙ୍କ ନିର୍ଦ୍ଦେଶ; ମଦ୍ରାସାରେ ପାଳିତ ହେବ 'ହର ଘର ତିରଙ୍ଗା' ଅଭିଯାନ

Subhramjit Ray
Browse all articles by Subhramjit Ray
·1 month ago·2 min read
ଯୋଗୀ ସରକାରଙ୍କ ନିର୍ଦ୍ଦେଶ; ମଦ୍ରାସାରେ ପାଳିତ ହେବ 'ହର ଘର ତିରଙ୍ଗା' ଅଭିଯାନ
UP CM Yogi Adityanath

Key Points

ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟର ବିଭିନ୍ନ ମଦ୍ରାସାରେ ତ୍ରିରଙ୍ଗା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
Yogi govt new order for madrasa: ଚଳିତ ବର୍ଷ ପାଳିତ ହେବାକୁ ଯାଉଥିବା ୮୦ ତମ ସ୍ୱାଧିନତା ଦିବସ ଅବସରରେ ରାଜ୍ୟରେ ରହିଥିବା ମଦ୍ରାସାରେ ପାଳିତ ହେବ 'ହର ଘର ତିରଙ୍ଗା' ଅଭିଯାନ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଉତ୍ତର ପ୍ରଦେଶ ସରକାରଙ୍କ ସଂଖ୍ୟାଲଘୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଦାନିଶ ଆଜାଦ ଅଂସାରୀ ସ୍ୱାଧିନତା ଦିବସ ଅବସରରେର ପାଳିତ ହେବାକୁ ଯାଉଥିବା 'ହର ଘର ତିରଙ୍ଗା' ଅଭିଯାନ ସମ୍ପର୍କରେ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ସମସ୍ତ ମଦ୍ରାସାରେ "ହର ଘର ତିରଙ୍ଗା" ଅଭିଯାନ ପାଳନ କରାଯିବ। ମନ୍ତ୍ରୀ ଏହି ଅଭିଯାନରେ ମଦ୍ରାସା ଛାତ୍ର ଏବଂ ଯୁବକଙ୍କୁ ସକ୍ରିୟ ଭାବରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଙ୍କୁ ତ୍ରିରଙ୍ଗାର ଗୁରୁତ୍ୱ ଏବଂ ଜାତୀୟ ଏକତା ବିଷୟରେ ଶିକ୍ଷା ଦେବା ପାଇଁ ମଦ୍ରାସାରେ ଦେଶପ୍ରେମ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହା ସହ ପଢନ୍ତୁ: 
'ନିଜ ସମାଜ ଭିତରେ ରହିଥିବା କାଳନେମି ପ୍ରତି ସତର୍କ ରୁହନ୍ତୁ'

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟର ସମସ୍ତ ମଦ୍ରାସା ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ "ଜନ ଗଣ ମନ" ଗାନ କରିବେ। ଛାତ୍ର ଏବଂ ଯୁବକଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। "ହର ଘର ତିରଙ୍ଗା" ଅଭିଯାନ ମାଧ୍ୟମରେ ସରକାର ସ୍ୱାଧିନତା ଦିବସ ଅବସରରେ ସମଗ୍ର ରାଜ୍ୟରେ ଦେଶପ୍ରେମ ଏବଂ ଜାତୀୟ ଏକତାର ଭାବନାକୁ ସୁଦୃଢ଼ ​​କରିବା ପାଇଁ ପ୍ରୟାସ କରୁଛନ୍ତି।

ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅନସାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି "ହର ଘର ତିରଙ୍ଗା" ଅଭିଯାନ ପାଇଁ ଆହ୍ୱାନ ଦେଇଥିଲେ। ଯାହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ଏହା ଏକ ଅଭୂତପୂର୍ବ ଅଭିଯାନ। ତ୍ରିରଙ୍ଗା ମାଧ୍ୟମରେ, ଦେଶର ନାଗରିକ ଦେଶର ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ମନେ ପକାଇବେ ଏବଂ ସେମାନଙ୍କ ସ୍ମୃତିଚାରଣ କରିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବାବ୍ରୀ ପାଇଁ କାନ୍ଦୁଥିବା ଲୋକ ଏବେ ରାମ ମନ୍ଦିର କଥା କହୁଛନ୍ତି, ୱାକଫ୍ ବେଳକୁ ମୁହଁ ବନ୍ଦ ହୋଇଯାଉଛି'

ମଦ୍ରାସା ଛାତ୍ରଙ୍କୁ ଆହ୍ୱାନ ଦେଲେ ମନ୍ତ୍ରୀ
ମନ୍ତ୍ରୀ ଆହୁରି କହିଛନ୍ତି, "ଏହା ଏକ ଅଭିଯାନ ଯାହା ଆମକୁ ଆମ ଦେଶ ପାଇଁ ଗର୍ବ ଅନୁଭବ କରାଇଥାଏ। ରାଜ୍ୟରେ ରହିଥିବା ମଦ୍ରାସା ମଧ୍ୟ ଏହି ଅଭିଯାନରେ ଅଂଶଗ୍ରହଣ କରିବେ। ମୁଁ ରାଜ୍ୟର ପ୍ରତ୍ୟେକ ମଦ୍ରାସାରେ ଆୟୋଜିତ ହେବାକୁ ଯାଉଥିବା ଅଭିଯାନରେ ଅଂଶଗ୍ରହଣ କରିବା ଏବଂ ଏହାକୁ ସଂଖ୍ୟାଲଘୁ ବହୁଳ ଅଞ୍ଚଳକୁ ନେବା ପାଇଁ ସମସ୍ତ ମଦ୍ରାସା ଛାତ୍ରଙ୍କୁ ନିବେଦନ କରୁଛି।"