BJP Wins 32 Seats / ବାଲାଟ ଭୋଟ୍ରେ କଂଗ୍ରେସକୁ ଝଟ୍କା; ଦଳକୁ ମାତ୍ର ୨ ଆସନ, ୩୨ ଆସନରେ ଜିତିଲା ବିଜେପି
·38 mins ago·2 min read

Key Points
କଂଗ୍ରେସ ବାଲାଟ ପେପରରେ ନିର୍ବାଚନ କରିବାକୁ ଦାବି କରୁଛି । ଆଉ ଏହାରି ଭିତରେ ଆସାମରେ ହୋଇଥିବା ଏକ ସ୍ଥାନୀୟ ନିର୍ବାଚନରେ ଦଳକୁ ବଡ଼ ଝଟ୍କା ଲାଗିଛି ।
ନୂଆଦିଲ୍ଲୀ: କଂଗ୍ରେସକୁ ଝଟ୍କା । SIR ବିରୋଧରେ ପ୍ରଦର୍ଶନ କରୁଥିବା କଂଗ୍ରେସ ବାଲାଟ ପେପରରେ ନିର୍ବାଚନ କରିବାକୁ ଦାବି କରୁଛି । ଆଉ ଏହାରି ଭିତରେ ଆସାମରେ ହୋଇଥିବା ଏକ ସ୍ଥାନୀୟ ନିର୍ବାଚନରେ ଦଳକୁ ବଡ଼ ଝଟ୍କା ଲାଗିଛି । ଯାହାକୁ ନେଇ ବିଜେପି କଂଗ୍ରେସକୁ କଟାକ୍ଷ କରିଛି ।
ଆସାମର ସିଲଚର ମହାନଗର ନିଗମ ହେବା ପରେ ହୋଇଥିବା ନିର୍ବାଚନରେ କଂଗ୍ରେସ ପରାଜୟ ବରଣ କରିଛି । ଆଉ କଂଗ୍ରେସର ଏହି ପରାଜୟକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା କଟାକ୍ଷ କରି କହିଛନ୍ତି, "ବାଲାଟ ପେପର୍ରେ ମଧ୍ୟ କଂଗ୍ରେସ ଜିତି ପାରିଲା ନାହିଁ ।"
ଏଥିସହ ପଢ଼ନ୍ତୁ: ଉପନିର୍ବାଚନ ମତଦାନ ବେଳେ ହଙ୍ଗାମା; AJUP ମୁଖ୍ୟ ହୁମାୟୁଁ କବୀରକୁ ହେପାଜତକୁ ନେଲା ପୋଲିସ
ବଡ଼ କଥା ହେଉଛି, ସିଲଚର ମହାନଗର ନିଗମ ନିର୍ବାଚନ ଭୋଟିଂ ବାଲାଟ୍ ପେପର୍ରେ ହୋଇଥିଲା । ଗୋଟିଏ ପଟେ ଦିଲ୍ଲୀରେ କଂଗ୍ରେସ ନେତା EVM ହଟାଇ ବାଲାଟ ପେପର୍ରେ ମତଦାନ ପାଇଁ ଦାବି କରୁଛନ୍ତି । ସେହି ସମୟରେ ସିଲଚରରେ ବାଲାଟ ପେପର୍ ମତଦାନରେ କଂଗ୍ରେସ ହାରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି, "ବାଲାଟ୍ ପେପର୍ରେ କଂଗ୍ରେସ ବଡ଼ ପରାଜୟ ବରଣ କରିଛି । କିଛି ଲୋକ EVMରେ ଥିବା ନୋଟାକୁ ଦବାଇ ଦିଅନ୍ତି । ମେସିନ୍ ଦେଖିବା ମାତ୍ରେ କିଛି ଲୋକ ହଡ଼ବଡ଼େଇ ଯାଇ କେବେ କେବେ ଭୁଲ୍ ସ୍ଥାନରେ ଭୋଟ୍ ଦେଇ ଦିଅନ୍ତି । ବାଲାଟରେ ଭୋଟ୍ ଦେବା କଥା ଲୋକଙ୍କୁ ଜଣା । ଯେବେ ବାଲାଟରେ ଭୋଟ୍ ହେଉଛି, ସେବେ କଂଗ୍ରେସ ଆହୁରି ଅଧିକ ହାରୁଛି ।"
ସଂଖ୍ୟାଲଘୁ ଆସନରେ କଂଗ୍ରେସର ପରାଜୟ
ଆସାମ ମୁଖ୍ୟମନ୍ତ୍ରୀ ବିଶ୍ଵଶର୍ମା ଆହୁରି କହିଛନ୍ତି, "ସିଲଚର ଅଞ୍ଚଳରେ ୧୦ ସିଟ୍ ଧାର୍ମିକ ସଂଖ୍ୟାଲଘୁଙ୍କ ଲାଗି ସଂରକ୍ଷିତ ଥିଲା । ଯେଉଁଠି କଂଗ୍ରେସ ସଂଖ୍ୟାଲଘୁ ଭୋଟ୍ରେ ଜିତି ପାରିଥାନ୍ତା । କିନ୍ତୁ, କଂଗ୍ରେସକୁ ଭୋଟ୍ ମିଳିଲା ନାହିଁ । ମାତ୍ର ୨ଟି ଆସନ ମିଳିଲା ଏବଂ ସ୍ଵାଧୀନ ପ୍ରାର୍ଥୀ ୫ଟି ଜିତି ନେଲେ । ବିଜେପି-ଏଜେପି ସର୍ବାଧିକ ଭୋଟ୍ ପାଇଥିବା ବେଳେ ଦ୍ଵିତୀୟରେ ସ୍ଵାଧୀନ ଓ ତୃତୀୟରେ କଂଗ୍ରେସ ରହିଛି ।"
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା; କାହାକୁ ମିଳିଲା ଟିକେଟ?
କାହାକୁ କେତେ ଆସନ ?
ସିଲଚର ମୋଟ ୪୨ ୱାର୍ଡରୁ ଅକ୍ଟୋବର ୩ ତାରିଖରେ ୪୦ ୱାର୍ଡ ପାଇଁ ମତଦାନ ହୋଇତିଲା । ୱାର୍ଡ ନମ୍ବର ୯ ଓ ୱାର୍ଡ ନମ୍ବର ୨୦ରୁ ବିଜେପି ପ୍ରାର୍ଥୀ ବିଜେନ୍ଦ୍ର ପ୍ରସାଦ ସିଂହ ଓ ଭକ୍ତି ସେନ ତାଲୁକଦାର ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି । ବିଜେପି ୩୨ଟିରେ ବିଜୟୀ ହୋଇଥିବା ବେଳେ ଆସାମ ଗଣ ପରିଷଦ ୨ଟିରେ ଜିତିଛି । କଂଗ୍ରେସ ୨ଟି ଆସନ ଦଖଲ କରିଥିବା ବେଳେ ୬ଟିରେ ବିଜୟୀ ହୋଇଛନ୍ତି ସ୍ଵାଧୀନ ପ୍ରାର୍ଥୀ ।

ବାଲାଟ ପେପର୍ରେ ନିର୍ବାଚନ ଚାହୁଁଛି କଂଗ୍ରେସ
ସେପ୍ଟେମ୍ବର ୩୦ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼଼ଗେ କହିଥିଲେ, INDIA ମେଣ୍ଟ EVM ପରିବର୍ତ୍ତେ ବାଲାଟ ପେପର୍ରେ ମତଦାନ ଦାବି କରିବା ଉଚିତ୍ ।

Related Topics
Explore more stories