West Bengal Name Change / 'ପଶ୍ଚିମବଙ୍ଗ' ନାଁ ପରିବର୍ତ୍ତନକୁ କ୍ୟାବିନେଟ୍ ମଞ୍ଜୁରୀ, ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ
·48 mins ago·3 min read

Key Points
- ପଶ୍ଚିମବଙ୍ଗର ନାଁ ବଦଳାଇ 'ପଶ୍ଚିମବଙ୍ଗ' ରଖିବାକୁ କ୍ୟାବିନେଟ୍ ମଞ୍ଜୁରୀ
- ଡିସେମ୍ବର ୯ରେ ବିଧାନସଭାରେ ଆଗତ ହେବ ନାଁ ପରିବର୍ତ୍ତନ ପ୍ରସ୍ତାବ
- ଇଂରାଜୀରେ ମଧ୍ୟ 'West Bengal' ବଦଳରେ 'Paschim Banga' ହେବ ନୂଆ ନାଁ
- ବିଧାନସଭାରେ ପାରିତ ହେବା ପରେ କେନ୍ଦ୍ରର ଅନୁମୋଦନ ଆବଶ୍ୟକ
କୋଲକାତା: ପଶ୍ଚିମବଙ୍ଗର ନାଁ ବଦଳାଇବାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟର ବିଜେପି ସରକାର । ଏବେ 'West Bengal' ବଦଳରେ ରାଜ୍ୟର ନାଁ 'Paschim Banga' ରଖିବାକୁ ନିଷ୍ପତ୍ତି ହୋଇଛି । ସୋମବାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଡିସେମ୍ବର ୯ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ପ୍ରସ୍ତାବ ଆଗତ କରାଯିବ । ବିଧାନସଭାରେ ପ୍ରସ୍ତାବ ପାରିତ ହେବା ପରେ ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ତେବେ କେବଳ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବାରୁ ରାଜ୍ୟର ନାଁ ଏବେଠାରୁ ବଦଳିଯାଇନାହିଁ । ଏଥିପାଇଁ ଆହୁରି ଆଇନଗତ ପ୍ରକ୍ରିୟା ବାକି ରହିଛି ।'
ଏଥିସହ ପଢ଼ନ୍ତୁ: ଫାଶରୁ ଖସି ଗ୍ରାମବାସୀଙ୍କୁ ଆକ୍ରମଣ କଲା ବାଘ, ଶେଷରେ ଘେରି ମାରିଦେଲେ ଲୋକେ
କାହିଁକି ବଦଳିବ ରାଜ୍ୟର ନାଁ ?
ରାଜ୍ୟର ନାଁ ବଦଳାଇବା ପଛରେ ଏକ ପ୍ରଶାସନିକ କାରଣ ମଧ୍ୟ ରହିଛି । ଇଂରାଜୀ ବର୍ଣ୍ଣମାଳା ଅନୁସାରେ 'West Bengal' ନାଁ 'W' ଅକ୍ଷରରୁ ଆରମ୍ଭ ହେଉଥିବାରୁ ରାଜ୍ୟଟି ବିଭିନ୍ନ ସରକାରୀ ବୈଠକରେ ଶେଷ ଆଡ଼କୁ ଆସୁଥିଲା । ଏଥିପାଇଁ ରାଜ୍ୟର ପ୍ରତିନିଧିମାନଙ୍କୁ ଅନେକ ସମୟରେ ଶେଷ ଆଡ଼କୁ କହିବାର ସୁଯୋଗ ମିଳୁଥିଲା । 'Paschim Banga' ନାଁ ହେଲେ ଇଂରାଜୀରେ ମଧ୍ୟ ଏହା 'P' ଅକ୍ଷରରୁ ଆରମ୍ଭ ହେବ ।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ବଙ୍ଗଳା ଭାଷାରେ ରାଜ୍ୟର ନାଁ ଯେମିତି ରହିଛି, ଇଂରାଜୀରେ ମଧ୍ୟ ସେହି ନାଁ ରଖାଯିବ । ଅର୍ଥାତ୍ ଇଂରାଜୀରେ ମଧ୍ୟ 'West Bengal' ବଦଳରେ 'Paschim Banga' ଲେଖାଯିବ ।
ପୂର୍ବରୁ ମଧ୍ୟ ନାଁ ବଦଳାଇବାକୁ ହୋଇଥିଲା ଉଦ୍ୟମ
ପଶ୍ଚିମବଙ୍ଗର ନାଁ ବଦଳାଇବା ପାଇଁ ପୂର୍ବରୁ ମଧ୍ୟ ଅନେକଥର ଉଦ୍ୟମ ହୋଇଛି । ୧୯୯୯ ମସିହାରେ ତତ୍କାଳୀନ ବାମପନ୍ଥୀ ସରକାର ଏହି ପ୍ରସଙ୍ଗ ଉଠାଇଥିଲେ । ପରେ ୨୦୧୧ରେ ମମତା ବାନାର୍ଜୀ ସରକାର ମଧ୍ୟ ରାଜ୍ୟର ନାଁ ବଦଳାଇବାକୁ ପ୍ରସ୍ତାବ ଆଣିଥିଲେ ।
୨୦୧୬ରେ ବଙ୍ଗଳା ଭାଷାରେ ‘ବାଂଲା’, ଇଂରାଜୀରେ ‘ବେଙ୍ଗଲ’ ଏବଂ ହିନ୍ଦୀରେ ‘ବାଙ୍ଗାଲ’ ନାଁ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଗୋଟିଏ ରାଜ୍ୟର ତିନୋଟି ଭାଷାରେ ଭିନ୍ନ ଭିନ୍ନ ନାଁ ରହିବାକୁ ନେଇ କେନ୍ଦ୍ର ଆପତ୍ତି ଉଠାଇଥିଲା।
ଏହାପରେ ୨୦୧୮ରେ ତିନୋଟି ଭାଷାରେ ରାଜ୍ୟର ନାଁ 'ବାଂଲା' ରଖିବାକୁ ପ୍ରସ୍ତାବ ପାରିତ ହୋଇଥିଲା । କିନ୍ତୁ ଏହି ପ୍ରସ୍ତାବକୁ ମଧ୍ୟ କେନ୍ଦ୍ରର ଅନୁମୋଦନ ମିଳିନଥିଲା । ଏବେ ନୂଆ ସରକାର 'ପଶ୍ଚିମବଙ୍ଗ' ନାଁ ରଖିବାକୁ ପୁଣିଥରେ ଉଦ୍ୟମ ଆରମ୍ଭ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ହାଇଦ୍ରାବାଦରେ ୨୬/୧୧ ଷ୍ଟାଇଲ୍ ଆକ୍ରମଣ ଧମକ, ହାଇ ଆଲର୍ଟରେ ପୋଲିସ
କେବେ ହେବ ଚୂଡ଼ାନ୍ତ ନିଷ୍ପତ୍ତି?
ପଶ୍ଚିମବଙ୍ଗ ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୯ରେ ନାଁ ପରିବର୍ତ୍ତନ ପ୍ରସ୍ତାବ ଆଗତ ହେବ । ବିଧାନସଭାରେ ଏହା ପାରିତ ହେବା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ । ଏହାପରେ ହିଁ ରାଜ୍ୟର ନାଁ ପରିବର୍ତ୍ତନ ହୋଇପାରିବ ।
ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଭୌଗଳିକ ବାଖ୍ୟା ଦୃଷ୍ଟିରୁ ନାଁ ଗୁରୁତ୍ଵପୂର୍ଣ୍ଣ । ଏହା ଅଞ୍ଚଳର ଲୋକଙ୍କର ପରିଚୟ, ସେମାନଙ୍କ ଐତିହ୍ୟର ଗର୍ବ । ଏବେ ପଶ୍ଚିମବଙ୍ଗ ନାଁ ପରିବର୍ତ୍ତନ ପ୍ରସ୍ତାବ ଅଞ୍ଚଳର ଐତିହାସିକ ପରିଚୟକୁ ଶକ୍ତିଶାଳୀ କରିବ ।"

A name is more than an expression of geography; it carries the memory of people, the continuity of their civilizational identity and the pride of their heritage. The proposed renaming of 'West Bengal' as 'Pashchim Banga' is a powerful reaffirmation of the region’s historical identity, its civilisational inheritance and the enduring legacy of a land that has contributed immensely to India’s cultural, intellectual and spiritual evolution. I appreciate Hon’ble Chief Minister Shri @SuvenduWB Ji for this initiative. A renewed engagement with Bengal’s history and civilisational roots can inspire a larger resurgence of its cultural pride, historic glory and rightful place in India’s civilisational narrative.
— Dharmendra Pradhan (@dpradhanbjp) November 23, 2026
ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଭୌଗଳିକ ବାଖ୍ୟା ଦୃଷ୍ଟିରୁ ନାଁ ଗୁରୁତ୍ଵପୂର୍ଣ୍ଣ । ଏହା ଅଞ୍ଚଳର ଲୋକଙ୍କର ପରିଚୟ, ସେମାନଙ୍କ ଐତିହ୍ୟର ଗର୍ବ । ଏବେ ପଶ୍ଚିମବଙ୍ଗ ନାଁ ପରିବର୍ତ୍ତନ ପ୍ରସ୍ତାବ ଅଞ୍ଚଳର ଐତିହାସିକ ପରିଚୟକୁ ଶକ୍ତିଶାଳୀ କରିବ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: