OBC Amendment Bill 2026 / ପଶ୍ଚିମବଙ୍ଗରେ ଓବିସି ସଂଶୋଧନ ବିଲ୍ ପାସ୍; ତାଲିକାରୁ ବାଦ ପଡ଼ିଲେ ୭୭ ସମ୍ପ୍ରଦାୟ
·2 hours ago·2 min read

Key Points
ନିକଟରେ ପଶ୍ଚିମବଙ୍ଗ ବିଧାନସଭାରେ ୭୭ ମୁସଲିମ ସମ୍ପ୍ରଦାୟକୁ ଓବିସି ସଂରକ୍ଷଣରୁ ବାହାର କରି ଏବଂ ସଂରକ୍ଷଣ କୋଟାକୁ ୭ ପ୍ରତିଶତକୁ ବୃଦ୍ଧି କରି ଦୁଇଟି ବିଲ୍ ପାରିତ କରାଯାଇଛି।
OBC Amendment Bill passed in West Bengal: ସୋମବାର (ଜୁନ ୨୯) ପଶ୍ଚିମବଙ୍ଗ ବିଧାନସଭାରେ ସରକାରୀ ଚାକିରିରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ସମ୍ପର୍କିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇଛି। ଏହି ବିଲ୍ ପାସ୍ ହେବା ସହିତ, ଓବିସି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ୭୭ ମୁସଲିମ ସମ୍ପ୍ରଦାୟକୁ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଓବିସି ସଂରକ୍ଷଣରୁ ବାଦ ଦିଆଯାଇଛି। ବାମ ଏବଂ ତୃଣମୂଳ ସରକାରଙ୍କ ଶାସନ ସମୟରେ ଏହି ସମ୍ପ୍ରଦାୟକୁ ଓବିସି ବର୍ଗରେ ସାମିଲ କରାଯାଇଥିଲା। ନୂତନ ଆଇନ ଅନୁଯାୟୀ, ମେ ୨୦୨୪ ରେ କଲିକତା ହାଇକୋର୍ଟ ଦେଇଥିବା ଆଦେଶ ଅନୁଯାୟୀ ଅନେକ ମୁସଲିମ ସମ୍ପ୍ରଦାୟକୁ ଓବିସି ତାଲିକାରୁ ବାଦ ଦିଆଯାଇଛି। ଏହା ବ୍ୟତୀତ, ଓବିସି ପାଇଁ ସଂରକ୍ଷଣ କୋଟା ୧୦ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରାଯାଇଛି। ଏପରିକି ଓବିସି ବର୍ଗୀକରଣରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହା ସହିତ ୧୯୯୩ ପଶ୍ଚିମବଙ୍ଗ ପଛୁଆ ବର୍ଗ କଲ୍ୟାଣ କମିଶନ ଆଇନକୁ ମଧ୍ୟ ସଂଶୋଧନ କରାଯାଇଛି।
ବିନା ସର୍ଭେ କରି ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିଥିଲା ଟିଏମସି ସରକାର
ପଶ୍ଚିମବଙ୍ଗ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଗୌରୀଶଙ୍କର ଘୋଷ ବିଧାନସଭାରେ କହିଥିଲେ ଯେ ପୂର୍ବ ତୃଣମୂଳ କଂଗ୍ରେସ (ଟିଏମସି) ସରକାର କେବଳ ମୁସଲମାନଙ୍କୁ ବିଶେଷ ସୁବିଧା ପ୍ରଦାନ କରିବା ପାଇଁ ସର୍ଭେ ନକରି କିଛି ସମ୍ପ୍ରଦାୟକୁ ଓବିସି ତାଲିକାରେ ଅନ୍ତର୍ଭୂକ୍ତ କରିଥିଲା। ଯାହାକୁ ଏବେ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟାହାର କରାଯାଇଛି। ମନ୍ତ୍ରୀ କହିଛନ୍ତି, ସର୍ଭେ ଆଧାରରେ ଅନ୍ତର୍ଭୂକ୍ତ ୬୬ ସମ୍ପ୍ରଦାୟକୁ ଓବିସି ତାଲିକାରେ ବଜାୟ ରଖାଯାଇଛି। ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଏବେ ଓବିସି ସମ୍ପ୍ରଦାୟର ପ୍ରକୃତ ସାମାଜିକ-ଆର୍ଥିକ ସ୍ଥିତି ମୂଲ୍ୟାଙ୍କନ କରିବ। ପୂର୍ବ ସରକାର ଓବିସି ଆୟୋଗକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ପଦକ୍ଷେପ ନେଇଥିଲେ। ନୂତନ ଆଇନ ନକଲି ଓବିସି ପ୍ରମାଣପତ୍ର ପ୍ରଦାନକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ।
ଏହା ସହ ପଢନ୍ତୁ: ଅନୁପ୍ରବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: କହିଲେ...
ଓବିସି ସଂରକ୍ଷଣ ୧୦ ରୁ ୭ ପ୍ରତିଶତକୁ ହ୍ରାସ
ଗତ ମେ ମାସରେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ଟିଏମସି ସରକାର ସମୟରେ ଓବିସି ମାନ୍ୟତା ପାଇଥିବା ୭୭ ମୁସଲମାନ ସମ୍ପ୍ରଦାୟର ମାନ୍ୟତା ପ୍ରତ୍ୟାହାର କରି ନେଇଥିଲା। ଏହା ସହିତ ଓବିସି ସଂରକ୍ଷଣ ୧୦ ପ୍ରତିଶତରୁ ୭ ପ୍ରତିଶଦକୁ ହ୍ରାସ କରାଯାଇଥିଲା। ମନ୍ତ୍ରୀ ଗୌରୀ ଶଙ୍କର ଘୋଷ କହିଛନ୍ତି, ଆମେ ଆମର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲୁ ଯେ ଯଦି ଆମ ଦଳ ସରକାର ଗଠନ କରେ, ତାହେଲେ ଆମ ସରକାର ୧୯୯୩ ମସିହାର ମୂଳ ଓବିସି ତାଲିକାକୁ ପୁନଃସ୍ଥାପିତ କରିବ। ଯାହାକୁ ଟିଏମସି ସରକାର ଉପଯୁକ୍ତ ଯାଞ୍ଚ ବିନା ବାତିଲ କରିଦେଇଥିଲା। ଏବେ ଏ ସମ୍ପର୍କିତ ଆମ ସରକାରଙ୍କ ବିଲ୍ ୧୮୬ ଭୋଟରେ ଗୃହୀତ ହୋଇଛ। ଏହା ସହିତ 'ଗୁଣ୍ଡା ଦମନ' (ଅସାମାଜିକ କାର୍ଯ୍ୟକଳାପ) ବିଲ୍ ମଧ୍ୟ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଆସନ୍ତା ଅଗଷ୍ଟ ମାସରେ ରାଜ୍ୟରେ ୟୁସିସି (ସମାନ ନାଗରିକ ସଂହିତା) ଲାଗୁ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories