Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଙ୍ଗରେ ବଦଳିଲା ସରକାର; ବଦଳିଗଲା ୧୦୭ ବର୍ଷର ଇତିହାସ

National

Red Road Kolkata / ବଙ୍ଗରେ ବଦଳିଲା ସରକାର; ବଦଳିଗଲା ୧୦୭ ବର୍ଷର ଇତିହାସ

Subhramjit Ray
Browse all articles by Subhramjit Ray
·2 hours ago·2 min read
ବଙ୍ଗରେ ବଦଳିଲା ସରକାର; ବଦଳିଗଲା ୧୦୭ ବର୍ଷର ଇତିହାସ
Bakra Eid 2026 Celebration Kolkata

Key Points

ଏଥର ବକ୍ରି ଇଦ୍ ବେଳେ କୋଲକାତାରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ୧୯୧୯ ମସିହାରୁ ଚାଲି ଆସୁଥିବା ଏକ ପରମ୍ପରା ଚଳିତ ବର୍ଷ ବନ୍ଦ ହୋଇଯାଇଛି।
Bakra Eid 2026 Celebration Kolkata: ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବା ପର ଠାରୁ ରାଜ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଲାଣି। କେନ୍ଦ୍ର ସରକାରଙ୍କ ବନ୍ଦ ହୋଇ ପଡ଼ିଥିବା ଅନେକ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି। ବିଦାୟୀ ଟିଏମସି ସରକାରଙ୍କ ଅନେକ ଅଣ-ଅତ୍ୟାବଶ୍ୟକୀୟ ଯୋଜନାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ପଶୁ ବଦ୍ଧ ସମ୍ପର୍କରେ ମଧ୍ୟ ନିୟମ ପ୍ରଣୟନ କରାଯାଇଛି। ଏହା ସହିତ ସର୍ବସାଧାରଣ ରାସ୍ତାରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯାହାର ପ୍ରଭାବ ଗୁରୁବାର (ମେ ୨୮) ପାଳିତ ହୋଇଥିବା ବକ୍ରିଇଦ୍ ଅବସରରେ ଦେଖିବାକୁ ମିଲିଥିଲା। ରାଜ୍ୟର ସମସ୍ତ ରାସ୍ତା ସହିତ, ୧୦୭ ବର୍ଷ ପରେ ଐତିହାସିକ "ରେଡ୍ ରୋଡ୍" ଠାରେ ଇଦ୍ ଅବସରରେ ନମାଜ ପଢା ଯାଇନଥିଲା।

କ'ଣ ରହିଛି ଐତିହାସିକ ରେଡ୍ ରୋଡ୍ ର ଗୁରୁତ୍ୱ?
ରେଡ୍ ରୋଡ୍କୁ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଜୀବନରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ରାସ୍ତା ସହର ମଧ୍ୟ ଦେଇ ଯାାଇଛି। ଯାହା କୋଲକତା ମହାନଗରୀର ସବୁଠାରୁ ପ୍ରତିଷ୍ଠିତ ଏବଂ ଐତିହାସିକ ରାସ୍ତା ମଧ୍ୟରୁ ଅନ୍ୟତମ ଗୋଟିଏ। ଏହା ମଇଦାନ ଅଞ୍ଚଳ ଦେଇ ଗତି କରିଥାଏ। ଯାହାର ଆଖପାଖରେ ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଘେରି ରହିଛି। ଏହି ରାସ୍ତା ଭିକ୍ଟୋରିଆ ମେମୋରିଆଲ୍, ଫୋର୍ଟ ୱିଲିୟମ୍ ଏବଂ ରେସ୍ କୋର୍ସ ଭଳି ପ୍ରମୁଖ ସ୍ଥାନର ବହୁତ ନିକଟରେ ଅବସ୍ଥିତ। ଯାହା ପ୍ରାୟତଃ ସାଧାରଣତନ୍ତ୍ର ଦିବସ ଏବଂ ସ୍ୱାଧିନତା ଦିବସ ପ୍ୟାରେଡ୍ ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ ଏକ ଏୟାରଷ୍ଟ୍ରିପ୍ ରେ ପରିଣତ କରାଯାଇଥିଲା। ବ୍ରିଟିଶ ବାୟୁସେନାର ବିମାନ ଏହି "ରେଡ୍ ରୋଡ୍" ରାସ୍ତାରେ ଅବତରଣ କରୁଥିଲା।

ଏହା ସହିତ ପଢନ୍ତୁ:  କ'ଣ ରହିଛି ଏହାର ଇତିହାସ? ଯେଉଁଠି ହେବ ବିଜେପି ସରକାରଙ୍କ ଶପଥ ଗ୍ରହଣ

ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପଢା ଯାଉଥିଲା ନମାଜ
ବିଗତ ୧୦୭ ବର୍ଷରେ "ରେଡ୍ ରୋଡ୍" ଠାରେ ଇଦ୍ ଅବସରରେ ନମାଜ ପଢା ଯାଉଥିଲା। ବର୍ଷରେ ୨ ଥର ଏହି ଐତିହାସିକ "ରେଡ୍ ରୋଡ୍" ନମାଜ ପାଇଁ ବନ୍ଦ ହେଉଥିଲା। ମମତା ବାନାର୍ଜୀ ନିଜେ ଏହି ଐତିହାସିକ ରାସ୍ତାରୁ ଇଦ୍ ଶୁଭେଚ୍ଛା ଜଣାଉଥିଲେ। "ରେଡ୍ ରୋଡ୍" ପୂର୍ବରୁ, ଶହୀଦ ମୀନାର ଗ୍ରାଉଣ୍ଡ ଠାରେ ମଧ୍ୟ ପ୍ରାର୍ଥନା କରାଯାଉଥିଲା। ୧୯୧୯ ମସିହାରେ, ଶହୀଦ ମୀନାର ଗ୍ରାଉଣ୍ଡ ପାଣିରେ ବୁଡ଼ି ଯାଇଥିଲା। ବନ୍ୟା ଯୋଗୁଁ, "ରେଡ୍ ରୋଡ୍" ଠାରେ ନମାଜ ପଢିବା ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଥିଲା। ଗୁରୁବାର ବକ୍ରିଇଦ୍ ଅବସରରେ "ରେଡ୍ ରୋଡ୍" ପରିବର୍ତ୍ତେ, ଐତିହାସିକ "ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ" ଠାରେ ନମାଜ ପଢା ଯାଇଥିଲା।

କିପରି ପରିବର୍ତ୍ତନ ହେଲା ନମାଜ ପଢିବା ସ୍ଥାନ?
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ମାତ୍ରେ, ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଆଉ କୌଣସି ସର୍ବସାଧାରଣ ରାସ୍ତାରେ ନମାଜ ପଢାଯିବ ନାହିଁ। ଏନେଇ କୁହାଯାଉଥିଲା ରାସ୍ତାରେ ନମାଜ ପଢିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହେଉଥିଲା। ସହରବାସୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲେ। ଆରମ୍ଭରେ ଏପରି ଆଦେଶକୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ପରେ ମୁସଲିମ୍ ସମ୍ପ୍ରଦାୟ ନିଜେ ଏହାକୁ ସମର୍ଥନ କରିଥିଲା। କୋଲକାତାର ପ୍ରସିଦ୍ଧ ନଖୋଦା ମସଜିଦ ଇମାମ ଶଫିକ୍ କାସମି ଏହି ପରିବର୍ତ୍ତନକୁ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି ଯେ "ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ, "ରେଡ୍ ରୋଡ୍" ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଅବସ୍ଥିତ। ସେଠାରେ ଅଧିକ ଖୋଲା ସ୍ଥାନ ରହିଛି। ଯାହା ଦ୍ୱାରା ନମାଜ ପଢିବା ସହଜ ହେବ। ଏହା ପ୍ରଶାସନ ପାଇଁ ବ୍ୟବସ୍ଥା ପରିଚାଳନା କରିବାକୁ ମଧ୍ୟ ସହଜ କରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Red Road Namaz Stopped: Suvendu Govt Breaks 107-Year Bakrid Tradition | Argus News