Brigade Parade Ground / କ'ଣ ରହିଛି ଏହାର ଇତିହାସ? ଯେଉଁଠି ହେବ ବିଜେପି ସରକାରଙ୍କ ଶପଥ ଗ୍ରହଣ
·1 hour ago·3 min read

Key Points
କୋଲକାତା ସ୍ଥିତ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ରାଜ୍ୟ ସ୍ତରରେ ମମତା ବାନାର୍ଜୀଙ୍କ ରାଜନୈତିକ ପ୍ରତିଷ୍ଠାର ଏକ ମଞ୍ଚ ପାଲଟିଥିଲା। ୧୯୯୧ ମସିହା ନଭେମ୍ବର ୨୫ ତାରିଖଖରେ, ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ରାଲି ମମତା ବାନାର୍ଜୀଙ୍କୁ ବଙ୍ଗ ରାଜନୀତିର କେନ୍ଦ୍ରକୁ ଆଣିଥିଲା।
Brigade Parade Ground History: ନିକଟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗ ରାଜନୀତିରେ ହୋଇଛି କ୍ଷମତା ପରିବର୍ତ୍ତନ। ରାଜ୍ୟର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜେପି ଏକ ବୃହତ୍ତ ବିଜୟ ହାସଲ କରିବା ସହ ରାଜ୍ୟରେ ବିଗତ ୧୫ ବର୍ଷ ଧରି ଶାସନ କରୁଥିବା ଟିଏମସି ସରକାରର ଅନ୍ତ ଘଟାଇଛି। ଏହା ସହିତ ଦଳ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତର ସହ ସରକାର ଗଠନ କରିବାକୁ ଯାଉଛି। ବିଧାନସଭା ନିର୍ବାଚନ ଫଳାପଳ ଆସିବା ପରେ ସରକାର ଗଠନ କରିବା ଲାଗି ପ୍ରସ୍ତୁତି ଜାରି ରହିଛି।
ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହେବ। ରାଜଧାନୀ କୋଲକାତା ସ୍ଥିତ ଏହି ଐତିହାସିକ ପଡ଼ିଆ ଦଶନ୍ଧି ଦଶନ୍ଧି ଧରି ରାଜ୍ୟର ରାଜନୈତିକ ଏବଂ ସାମାଜିକ କାର୍ଯ୍ୟକଳାପର ସାକ୍ଷୀ ହୋଇ ରହିଛି। ଯାହାର ଫଳସ୍ୱରୂପ, ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ କେବଳ ଏକ ପଡ଼ିଆ ନୁହେଁ। ବରଂ ତତ୍କାଳୀନ ବଙ୍ଗ ସହ ଭାରତ ବର୍ଷର ଇତିହାସ ଦର୍ଶାଇଥାଏ। ଏହି ଐତିହାସିକ ସ୍ଥାନ ଉପନିବେଶବାଦ ଯୁଗରୁ ଦେଶ ସ୍ୱାଧିନ ହେବା ପର୍ଯ୍ୟନ୍ତ ଅନେକ ଐତିହାସିକ ଘଟଣାର ସାକ୍ଷୀ ହୋଇରହିଛି। ୧୯୧୯ ମସିହାରେ ଏଠାରେ ପ୍ରଥମ ରାଜନୈତିକ ରାଲି ଅନୁଷ୍ଠିତ ହୋଇଥିଲା। ଯାହା ପରେ ଧିରେ ଧିରେ ଜନ ଆନ୍ଦୋଳନ ଏବଂ ରାଜନୈତିକ ସମାବେଶର ଏକ ପ୍ରମୁଖ କେନ୍ଦ୍ର ପାଲଟି ଯାଇଥିଲା।
କିପରି ହୋଇଥିଲା ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ନାମକରଣ?
୧୭୫୭ ମସିହାରେ ପଲାସୀ ଯୁଦ୍ଧରେ ବିଜୟୀ ହେବା ପରେ, ବ୍ରିଟିଶ ସରକାର ସେତେବେଳର ବଙ୍ଗ ଉପରେ ସେମାନଙ୍କର ପ୍ରଭାବକୁ ଆହୁରି ମଜବୁତ କରିଥିଲେ। ଏହି ସମୟ ମଧ୍ୟରେ ଏହି ଅଞ୍ଚଳରେ ଏକ ଦୁର୍ଗ ନିର୍ମାଣ କରାଯାଇଥିଲା। ଯେଉଁଠାରେ ଶାସକଙ୍କ ବଦଳରେ ବ୍ରିଟିଶ ସେନା ମୁତୟନ ହୋଇଥିଲେ। ବ୍ରିଟିଶ ସୈନିକଙ୍କ ଉପସ୍ଥିତି ଯୋଗୁଁ ଏହି ଦୁର୍ଗ ସାମ୍ନାରେ ଏକ ବଡ଼ ପଡ଼ିଆ ବିକଶିତ ହୋଇଥିଲା। ଯେଉଁଠାରେ ପରେଡ୍ ଅନୁଷ୍ଠିତ ହେଉଥିଲା। ଏହି କାରଣରୁ ଏହି ସ୍ଥାନକୁ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ନାମରେ ନାମିତ କରାଯାଇଥିଲା।
ବ୍ରିଟିଶ ଶାସନର ଅନ୍ତ ପରେ ଏହି ଦୁର୍ଗ ଭାରତୀୟ ସେନା ନିୟନ୍ତ୍ରଣକୁ ଆସିଛଥିଲା। ବର୍ତ୍ତମାନ ଏଠାରେ ଭାରତୀୟ ସେନାର ପୂର୍ବ କମାଣ୍ଡ ମୁଖ୍ୟାଳୟ ଅବସ୍ଥିତ ରହିଛି। ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ହେଉଛି ସରକାରୀ ସମ୍ପତ୍ତି। ଯେଉଁଠାରେ ବିଶେଷ ଅବସରରେ ସାର୍ବଜନୀନ ଏବଂ ରାଜନୈତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
"ଜୟ ଭାରତ-ଜୟ ବଙ୍ଗଳା" ସ୍ଲୋଗାନ ମଧ୍ୟ ଏଠାରୁ ଆସିଥିଲା
୧୯୭୨ ମସିହା ଫେବୃଆରୀ ୬ ତାରିଖରେ "ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ" ଏକ ଐତିହାସିକ ଦୃଶ୍ୟ ଦେଖିଥିଲା। ଯେତେବେଳେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନେଇ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ମୁଜିବୁର ରହମାନ ଏବଂ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଉପସ୍ଥିତ ରହିଥିଲେ। ଏହି ରାଲିରେ ଶେଖ ମୁଜିବୁର ରହମାନ "ଜୟ ଭାରତ-ଜୟ ବଙ୍ଗଳା" ସ୍ଲୋଗାନ ଦେଇଥିଲେ।
ଏହା ସହ ପଢନ୍ତୁ: 'ନବାନ୍ନ' ନାଁ 'ରାଇଟର୍ସ ବିଲ୍ଡିଂ'? କେଉଁଠି ଶାସନ ଚଳାଇବେ ବିଜେପି ସରକାର?
ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଏଠାରୁ ଉଠିଥିଲା ବିଦ୍ରୋହର ସ୍ୱର
୧୯୭୦ ଦଶକରେ ଦେଶ ଜରୁରୀକାଳୀନ ପରିସ୍ଥିତି ଘଟଣା ଦେଖିଥିଲା। ଏହାର ପ୍ରଭାବ ୧୯୭୭ ମସିହାରେ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦୃଶ୍ୟମାନ ହୋଇଥିଲା। ଯେତେବେଳେ କଂଗ୍ରେସ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପରାଜୟ ବରଣ କରିଥିଲା। ବଙ୍ଗଳାରେ ବାମ ମୋର୍ଚ୍ଚା କ୍ଷମତାକୁ ଆସିଥିଲା। ଆଉ ସେବେଠାରୁ ବ୍ରିଗେଡ ପରେଡ୍ ଗ୍ରାଉଣ୍ଡ ରାଜନୈତିକ କାର୍ଯ୍ୟକଳାପ ପାଇଁ ଏକ ପ୍ରମୁଖ ମଞ୍ଚ ହୋଇ ରହିଥିଲା। ୧୯୮୪ ମସିହାରେ ଏହି ଐତିହାସିକ ଭୂମିରେ ଏକ ପ୍ରମୁଖ ରାଜନୈତିକ ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା।
ମମତା ବାନାର୍ଜୀଙ୍କୁ ପରିଚୟ ଦେଇଥିଲା ଐତିହାସିକ "ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ"
୧୯୮୦ ଏବଂ ୯୦ ଦଶକରେ ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀଙ୍କ ଉତ୍ଥାନ ଧିରେ ଧିରେ ଦୃଶ୍ୟମାନ ହେବାରେ ଲାଗଥିଲା। ସେହି ସମୟରେ, ସେ ନିଜକୁ ଜଣେ ଯୁବ କଂଗ୍ରେସ ନେତା ଭାବେ ପ୍ରତିଷ୍ଠିତ କରୁଥିଲେ। ବ୍ରିଗେଡ ପରେଡ୍ ଗ୍ରାଉଣ୍ଡ ରାଜ୍ୟ ସ୍ତରରେ ମମତା ବାନାର୍ଜୀଙ୍କ ରାଜନୈତିକ ପ୍ରତିଷ୍ଠାର ମଞ୍ଚ ପାଲଟିଥିଲା। ୧୯୯୨ ମସିହା ନଭେମ୍ବର ୨୫ ତାରିଖରେ ବ୍ରିଗେଡ ପରେଡ୍ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ଏକ ବିଶାଳ ରାଲି ମମତା ବାନାର୍ଜୀଙ୍କୁ ବଙ୍ଗ ରାଜନୀତିର କେନ୍ଦ୍ରକୁ ଆଣିଥିଲା। ଏହି ରାଲିର ମୂଳ ସୂତ୍ରଧର ନିଜେ ମମତା ବାନାର୍ଜୀ ରହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories