31 May 2026 Blue Moon / ରବିବାର ନଜର ଆସିବ 'ବ୍ଲୁ ମୁନ୍'; କ'ଣ ପ୍ରକୃତରେ ନୀଳ ହୋଇଯିବ ଚନ୍ଦ୍ର?
·1 hour ago·2 min read

Key Points
ଚଳିତ ବର୍ଷ ମେ ୩୦-୩୧ ତାରିଖ ମଧ୍ୟ ରାତ୍ରୀରେ ଆକାଶରେ ଏପରି ଦୃଶ୍ୟ ଦେଖାଯିବ ଯାହା ବର୍ଷ ବର୍ଷ ଧରି ବହୁତ କମ୍ ଥର ଦୃଶ୍ୟମାନ ହୋଇଥାଏ। ସେତବେଳେ ଚନ୍ଦ୍ର ଏହାର ଗତିରେ ସମଗ୍ର ବିଶ୍ୱକୁ ଚମକାଇ ଦେବ। ଯାହାକୁ "ବ୍ଲୁ ମୁନ୍" କୁହାଯାଉଛି।
Rare Lunar Event May 2026: ଚଳିତ ବର୍ଷ ମେ ୩୧ ତାରିଖ ରବିବାର ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ରବିବାର ରାତିରେ ମହାକାଶରେ "ବ୍ଲୁ ମୁନ୍" ଦୃଶ୍ୟମାନ ହେବାକୁ ଯାଉଛି। ହେଲେ ରବିବାର ଯେଉଁ "ବ୍ଲୁ ମୁନ୍" ନଜର ଆସିବା କଥା କୁହାଯାଉଛି ପ୍ରକୃତରେ ତାହାର ଅର୍ଥ କ'ଣ? କ'ଣ ରବିବାର ଚନ୍ଦ୍ର ରଙ୍ଗର ପରିବର୍ତ୍ତନ ହୋଇଯିବ? ରବିବାର ଯେଉଁ "ବ୍ଲୁ ମୁନ୍" ନଜର ଆସିବା କଥା କୁହାଯାଉଛି, ତାହା ମହାକାଶରେ ଚନ୍ଦ୍ର ଦୃଶ୍ୟମାାନ ହେବାର ଏକ ନିର୍ଦ୍ଦିଷ୍ଟ ଢାଞ୍ଚାକୁ ବୁଝାଇଥାଏ। ଯେତେବେଳେ ପୂର୍ଣ୍ଣିମା ଗୋଟିଏ ମାସରେ ୨ ଥର ଦେଖାଯାଏ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ 'ବ୍ଲୁ ମୁନ୍' କୁହାଯାଏ। ଏହା କୌଣସି ସାଧାରଣ ଘଟଣା ନୁହେଁ। ବରଂ ଏହା ପ୍ରକୃତିର ଏକ ଚମତ୍କାର ଘଟଣା। ଯାହାକୁ ସାରା ବିଶ୍ୱ ଉତ୍ସାହର ସହିତ ଅପେକ୍ଷା କରିଥାଏ।
ଚଳିତ ବର୍ଷ "ବ୍ଲୁ ମୁନ୍" ବେଳେ କିପରି ନଜର ଆସିବ ଚନ୍ଦ୍ର?
ରବିବାର ଘଟିବାକୁ ଯାଉଥିବା ଏପରି ବିରଳ ଘଟଣା କେବଳ ଏକ "ବ୍ଲୁ ମୁନ୍" ନଜର ଆସିବା ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ସହିତ ରାତିରେ ଏକ "ମାଇକ୍ରୋମୁନ୍" ମଧ୍ୟ ଦେଖାଯିବ। ସେଦିନ ଚନ୍ଦ୍ର ପୃଥିବୀ ଠାରୁ ବହୁ ଦୂରକୁ ଚାଲିଯିବ। ଯାହା ଫଳରେ ଚନ୍ଦ୍ର ସ୍ୱାଭାବିକ ଠାରୁ ଟିକିଏ ଛୋଟ ଏବଂ କମ୍ ଉଜ୍ଜ୍ୱଳ ଦେଖାଯିବ। ଯାହାର ଅର୍ଥ ହେଉଛି ଆମେ ଆକାଶରେ ଯେଉଁ ଚନ୍ଦ୍ରକୁ ତାହାର ଆକାରରେ କୌଣସି ପରିବର୍ତ୍ତନ ହେବ ନାହିଁ, କେବଳ ପୃଥିବୀ ଠାରୁ ଦୂରତା ବଢିଯିବା ଯୋଗୁଁ ଏହା ସ୍ୱାଭାବିକ ଠାରୁ ସାମାନ୍ୟ ଛୋଟ ଏବଂ କମ୍ ଉଜ୍ଜ୍ୱଳ ନଜର ଆସିବ।
ଏହା ସହିତ ପଢନ୍ତୁ: ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା! ଏଥର କାହିଁକି ସ୍ୱତନ୍ତ୍ର ହେବ ବ୍ଲୁ ମୁନ୍?
ଭାରତରେ ଆପଣ ଏହାକୁ କେବେ ଏବଂ କିପରି ଦେଖିବେ?
ରବିବାର (ମେ ୩୧) ନଜର ଆସିବାକୁ ଯାଉଥିବା "ବ୍ଲୁ ମୁନ୍" ଭାରତୀୟ ପ୍ରାମାଣିକ ସମୟ ଦିନ ୨ ଘଣ୍ଟା ୧୫ ମିନିଟ୍ ସମୟରେ ଏହାର ଶୀର୍ଷରେ ରହିବ। ସ୍ପଷ୍ଟ ଭାବରେ, ଏହା ଦିବାଲୋକରେ ଦୃଶ୍ୟମାନ ହେବ ନାହିଁ। ହେଲେ ଏହାକୁ ମେ ୩୦-୩୧ ମଧ୍ୟ ରାତ୍ରୀରେ ସ୍ପଷ୍ଟ ଭାବରେ ନଜର ଆସିବ। ଏହାକୁ ଦେଖିବା ପାଇଁ ଆପଣଙ୍କୁ କୌଣସି ଚଷମା କିମ୍ବା ସୁରକ୍ଷା ଉପକରଣ ଆବଶ୍ୟକ ପଡ଼ିବ ନାହିଁ। ଆପଣ ଏହାକୁ ଖାଲି ଆଖିରେ ଯେବେ ଚାହିଁବେ ସେବେ ଦେଖିପାରିବେ। ସାମଗ୍ରିକ ଭାବରେ କହିବାକୁ ଗଲେ ମେ ମାସର ସେହି ଶେଷ ରାତି କୌଣସି ଯାଦୁ ଠାରୁ କମ୍ ହେବ ନାହିଁ। ଯଦିଓ ଚନ୍ଦ୍ର ନୀଳ ରଙ୍ଗରେ ନଜର ଆସିବ ନାହିଁ, ହେଲେ ଏହାର ଛୋଟ ଆକାର ଏବଂ "ବ୍ଲୁ ମୁନ୍" ନାମ ଏହାକୁ ସ୍ମରଣୀୟ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories