Western Disturbance / ପଶ୍ଚିମ ବିକ୍ଷୋଭ କ'ଣ? ଯାହା ପାଇଁ ବାରମ୍ବାର ବଦଳିଥାଏ ପାଣିପାଗ
·5 months ago·2 min read

Key Points
Western Disturbance: କିଛି ଦିନ ଆଗରୁ ପଶ୍ଚିମ ବିକ୍ଷୋଭ କାରଣରୁ ଦେଶର ଅନେକ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।
what is western disturbance: ବିଗତ କିଛି ପୂର୍ବେ ଦେଶର ବିଭିନ୍ନ ଭାଗରେ ଅଣ-ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା। ଯାହା ଦ୍ୱାରା ସାଧାରଣ ଜୀବନ ଯାତ୍ରାକୁ ବାଧାପ୍ରାପ୍ତ ହୋଇଥିଲା। ଏହାର ସର୍ବାଧିକ ପ୍ରଭାବ ଉତ୍ତର ଭାରତରେ ଦେଖିବାକୁ ମିଳିଥିଲା। ଏହା ଦ୍ଵାରା ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଥିବା ବେଳେ ଅଚାନକ ତୁହାକୁ ତୁହା ବର୍ଷା ହୋଇଥିଲା। ଯାହା ଦ୍ୱାରା ରବି ଋତୁରେ ଚାଷ ହୋଇଥିବା ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ, ପାଗରେ ହଠାତ୍ ହୋଇଥିବା ଏହି ପରିବର୍ତ୍ତନକୁ ପାଣିପାଗ ସହ ଜଡ଼ିତ ଏକ ପୁନରାବୃତ୍ତି ଘଟଣା ବୋଲି ଦର୍ଶାଇଛି। ଯାହାର ନାଁ ହେଉଛି ପଶ୍ଚିମ ବିକ୍ଷୋଭ। ହେଲେ ପାଗକୁ ବାରମ୍ବାର ବଦଳାଉ ଥିବା ପଶ୍ଚିମ ବିକ୍ଷୋଭ କ'ଣ?
ଭୂମଧ୍ୟ ସାଗରରେ ଉତ୍ପନ୍ନ ହେଉଥିବା ଏକ ଝଡ଼
ପଶ୍ଚିମ ବିକ୍ଷୋଭ ହେଉଛି ଏକ ଅଣ-ମୌସୁମୀ ଝଡ଼ ପ୍ରଣାଳୀ। ଯାହାର ଉତ୍ପତ୍ତି ଭୂମଧ୍ୟ ସାଗରରେ ହୋଇଥାଏ। ଏହା ଏକ ନିମ୍ନ-ଚାପ ପ୍ରଣାଳୀ ଭାବରେ ଗଠିତ ନ ହୋଇଥାଏ। ପରେ ଏହା ଦକ୍ଷିଣ ଏସିଆ ଆଡକୁ ଯାତ୍ରା କରିଥାଏ। ଏହା ଝଡ଼ ଏହାର ଯାତ୍ରା ମାର୍ଗରେ ଆର୍ଦ୍ରତା ସଂଗ୍ରହ କରିଥାଏ।
ଏହା ସହ ପଢନ୍ତୁ: ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା; ଜାଣନ୍ତୁ କିପରି କରିବେ ବ୍ୟବହାର?
ୟୁରୋପରୁ ଭାରତ
ଭୂମଧ୍ୟ ସାଗରରେ ଉତ୍ପନ ହେଉଥିବା ଏହି ଝଡ଼ ପ୍ରଣାଳୀ ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଆଦି ଦେଶ ଦେଇ ପୂର୍ବ ଆଡ଼କୁ ଗତି କରିଥାଏ। ଶେଷରେ ଆସି ଏହା ଉତ୍ତର-ପଶ୍ଚିମ ଭାରତରେ ପହଞ୍ଚିଥାଏ। ଏହାର ଗତି ବାୟୁମଣ୍ଡଳ ଉପର ଭାଗରେ ପ୍ରବାହିତ ହେଉଥିବା ପବନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହି ପ୍ରବାହକୁ "ପଶ୍ଚିମ ଜେଟ୍ ଷ୍ଟ୍ରିମ୍" (Western Jet Stream) କୁହାଯାଏ।
କାହିଁକି ସାଥିରେ ବର୍ଷା-ବରଫ ଆଣିଥାଏ ପଶ୍ଚିମ ବିକ୍ଷୋଭ?
ଏହି ଝଡ଼ ପ୍ରଣାଳୀ ଏହାର ଯାତ୍ରା ସମୟରେ ଆର୍ଦ୍ରତା ବହନ କରିଥାଏ। ଭାରତୀୟ ଉପମହାଦେଶ ପହଞ୍ଚିବା ପରେ ଏହି ଝଡ଼ ପ୍ରଣାଳୀର ଆର୍ଦ୍ରତା କାରଣରୁ ବର୍ଷା ହୋଇଥାଏ। ଏହି କାରଣରୁ ଶୀତ ଋତୁରେ ଉତ୍ତର ଭାରତୀୟ ସମତଳ ଅଞ୍ଚଳରେ ବର୍ଷା ହେଉଥିବା ବେଳେ, ହିମାଳୟ ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥାଏ। ଏହି କାରଣରୁ ଭାରତରେ ଶୀତକାଳୀନ ବର୍ଷା ପାଇଁ ପଶ୍ଚିମ ବିକ୍ଷୋଭ ଉପସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: କେତେ ଶକ୍ତିଶାଳୀ ହୋଇଥାଏ ବିଜୁଳି? କେତେ Ampere Current କରିଥାଏ ବହନ?
ପାଗରେ ହୋଇଥିବା ଆକସ୍ମିକ ପରିବର୍ତ୍ତନ
ପଶ୍ଚିମ ବିକ୍ଷୋଭ ଆସିବା ସହିତ ଆକାଶ ପ୍ରାୟତଃ ମେଘୁଆ ହୋଇଯିବା ସହ ପ୍ରବଳ ପବନ ବହିବା ଆରମ୍ଭ ହୋଇଯାଏ। କୁଆ ପଥର ବର୍ଷା ହେବା ସହିତ ତାପମାତ୍ରା ହ୍ରାସ ପାଇଯାଏ। ଯାହାର ଫଳସ୍ୱରୂପ ଅପ୍ରେଲ ମାସ ଜାନୁଆରୀ-ଫେବୃଆରୀ ମାସ ଭଳି ଅନୁଭୂତ ହୋଇଥାଏ। ଏହି ପ୍ରଭାବ ବର୍ତ୍ତମାନ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଅନୁଭୂତ ହୋଇସାରିଛି।
ଅଣମୌସୁମୀ ବର୍ଷା ଏବଂ ଫସଲ କ୍ଷତି
ଯଦିଓ ଶୀତ ଋତୁରେ ପାଣିପାଗରେ ଏପରି ଆକସ୍ମିକ ପରିବର୍ତ୍ତନ ଆସିବା ସାଧାରଣ କଥା ହେଲେ ପଶ୍ଚିମ ବିକ୍ଷୋଭର ପ୍ରଭାବ ପ୍ରାୟତଃ ମାର୍ଚ୍ଚ-ଅପ୍ରେଲ ମାସରେ ଅନୁଭୂତ ହୋଇଥାଏ। ଯାହା ଫଳରେ ଅଣମୌସୁମୀ ବର୍ଷା ହେବା ସହ ରବି ଋତୁରେ ଚାଷ ହୋଇଥିବା ଫସଲ କ୍ଷତିଗ୍ରସ୍ତ ହୋଇଥାଏ। ଏହାର ସର୍ବାଧିକ ପ୍ରଭାବ ଗହମ ଫସଲ ଉପରେ ପଡ଼ିଥାଏ। କାରଣ ସେହି ସମୟ ବେଳକୁ ଗହମ ଅମଳ ହେବା ପାଇଁ ପ୍ରସ୍ତୁତ ହୋଇଯାଏ। ଯଦି ପଶ୍ଚିମ ବିକ୍ଷୋଭ ଯୋଗୁଁ ମଧ୍ୟମ ପରିମାଣର ବର୍ଷା ହୁଏ ତାହେଲେ ଏହା ରବି ଫସଲ ପାଇଁ ଅନୁକୂଳ ହୋଇଥାଏ। ହେଲେ ଯଦି ଏହା ଅତ୍ୟଧିକ ବର୍ଷା କରାଇଥାଏ ତାହାଲେ ଫସଲ ଅମଳ ହେବା ସମୟରେ ନଷ୍ଟ କ୍ଷତିଗ୍ରସ୍ତ ହୋଇଥାଏ।

Related Topics
Explore more stories