Videos
|
National

WhatsApp Web Security Alert / ହ୍ୱାଟ୍ସଆପ୍ ୱେବ୍ ବ୍ୟବହାରକାରୀ ସାବଧାନ! ଆକାଉଣ୍ଟ ହ୍ୟାକ୍ ନେଇ I4Cର ବଡ଼ ଚେତାବନୀ

Subhramjit Ray
Browse all articles by Subhramjit Ray
·22 mins ago·3 min read
ହ୍ୱାଟ୍ସଆପ୍ ୱେବ୍ ବ୍ୟବହାରକାରୀ ସାବଧାନ! ଆକାଉଣ୍ଟ ହ୍ୟାକ୍ ନେଇ I4Cର ବଡ଼ ଚେତାବନୀ
Photo Source: Social Media/AI

Key Points

ହ୍ୱାଟ୍ସଆପ୍ ୱେବ୍ ବ୍ୟବହାରକାରୀଙ୍କ ପାଇଁ I4C ପକ୍ଷରୁ ସାଇବର ସୁରକ୍ଷା ଚେତାବନୀ ଜାରି ହୋଇଛି। ଲଗ୍‌ଆଉଟ୍ ନକରିବା ଦ୍ୱାରା ଅନ୍ୟ ବ୍ୟକ୍ତି ଆକାଉଣ୍ଟରେ ଅନଧିକୃତ ପ୍ରବେଶ କରି ବ୍ୟକ୍ତିଗତ ମେସେଜ୍ ପଢ଼ିବା ସହ ଠକେଇ କରିପାରନ୍ତି। ତେଣୁ ବ୍ୟବହାର ପରେ ମାନୁଆଲି ଲଗ୍‌ଆଉଟ୍ କରିବା ଓ ଲିଙ୍କ୍‌ଡ ଡିଭାଇସ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସାର୍ବଜନୀନ କମ୍ପ୍ୟୁଟରରେ ବ୍ୟବହାର ଏଡ଼ାଇବାକୁ ମଧ୍ୟ କୁହାଯାଇଛି।

ଦିଲ୍ଲୀ:  ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଜାରି ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ସାଇବର ସୁରକ୍ଷା ଚେତାବନୀ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ଅଧିନସ୍ଥ ଜାତୀୟ ସାଇବରକ୍ରାଇମ୍ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ (NCTAU) ଜାଣିବାକୁ ପାଇଛି ଯେ, କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପୂର୍ବରୁ ଲଗ୍ଇନ୍ (Login) ହୋଇଥିବା ହ୍ୱାଟ୍ସଆପ୍ ୱେବ୍ ସେସନ୍ (WhatsApp Web Session) ଅପବ୍ୟବହାର କରି କୌଣସି ବ୍ୟକ୍ତିଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ମଧ୍ୟରେ ଅନଧିକୃତ ପ୍ରବେଶ (WhatsApp Account Unauthorized Access) କରାଯାଇ ପାରିବ।

ଯାହାର ଅର୍ଥ ହେଉଛି ଯଦି ଆପଣ କୌଣସି କମ୍ପ୍ୟୁଟର (Computer System) ରେ ହ୍ୱାଟ୍ସଆପ୍ ୱେବ୍‌ ଲଗ୍ ଇନ୍ (WhatsApp Web Login) କରନ୍ତି ଏବଂ ପରେ ସଠିକ୍ ଭାବରେ ଲଗ୍ ଆଉଟ୍ (Log Out) କରିବାରେ ବିଫଳ ହୁଅନ୍ତି, ତାହେଲେ ଅନ୍ୟ ଜଣେ ବ୍ୟକ୍ତି ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ର ଅପବ୍ୟବହାର କରିପାରିବେ।

କ’ଣ ହୋଇପାରେ ସମ୍ଭାବ୍ୟ କ୍ଷତି?
I4C (Indian Cybercrime Coordination Centre) ଅନୁଯାୟୀ ଏଭଳି ପରିସ୍ଥିତିରେ, ସାଇବର ଅପରାଧି ବ୍ୟକ୍ତିଗତ ମେସେଜ୍ ପଢ଼ି ଅନ୍ୟମାନଙ୍କ ସହିତ ଏହାକୁ ସେୟାର କରିପାରିବେ। ଏହା ବ୍ୟତୀତ, ଆପଣଙ୍କ ଭରସାକୁ ଫାଇଦା ଉଠାଇ ସାଇବର ଠକାମୀ ଭଳି ଅପରାଧିକ କାର୍ଯ୍ୟକଳାପ କରାଯାଇପାରେ। ସାଇବର ଠକ ଫିସିଂ ଲିଙ୍କ୍ (Phishing Links) ପଠାଇ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଇ ପାରିବେ। ଏପରିକି ସୋସିଆଲ ଇଞ୍ଜିନିୟରିଂ (Social Engineering) ମାଧ୍ୟମରେ ଲୋକଙ୍କ ଠାରୁ ଟଙ୍କା ଦାବି କରିପାରିବେ।

ଅଫିସ୍ କମ୍ପ୍ୟୁଟର ଉପରେ ସର୍ବାଧିକ ବିପଦ
ଏହି ସାଇବର ସୁରକ୍ଷା ଚେତାବନୀରେ କୁହାଯାଇଛି ଯେ ଅଫିସ୍ କମ୍ପ୍ୟୁଟର, ସେୟାର ସିଷ୍ଟମ୍, ସାର୍ବଜନୀନ କମ୍ପ୍ୟୁଟର ଏବଂ ଏକାଧିକ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଉପକରଣରେ (Linked Devices), ୱାଟସ୍ଆପ୍ ୱେବ୍ ବ୍ୟବହାର କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ। I4C, WhatsApp Web ମାଧ୍ୟମରେ ସରକାରୀ ଡକ୍ୟୁମେଣ୍ଟ, ଆର୍ଥିକ ସୂଚନା, ଗୋପନୀୟ ଫାଇଲ୍ ଏବଂ ସମ୍ବେଦନଶୀଳ ଅଫିସ୍ ସୂଚନା ସେୟାର କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଅକ୍ଟୋବର ପହିଲାରୁ ହ୍ୱାଟ୍ସଆପ୍ ମେସେଜ୍ ପାଇଁ ଲାଗୁ ହେବ ଶୁଳ୍କ! କିଏ ଦେବେ ଦେୟ? କିପରି ହେବ ଆଦାୟ? ଦେଖନ୍ତୁ ଦର ତାଲିକା

କେବଳ ଟ୍ୟାବ୍ ବନ୍ଦ କରିବା ଯଥେଷ୍ଟ ନୁହେଁ
ସାଇବର ଏଜେନ୍ସି ସ୍ପଷ୍ଟ କରିଛି ଯେ କେବଳ ଏକ ବ୍ରାଉଜର ଟ୍ୟାବ୍ (Browser Tab) କିମ୍ବା ୱିଣ୍ଡୋ (Window) ବନ୍ଦ କରିବାକୁ ଲଗ୍ଆଉଟ୍ (Log Out) ଭାବରେ ବିବେଚନା କରାଯିବା ଠିକ୍ ନୁହେଁ। WhatsApp Web ବ୍ୟବହାର କରିବା ପରେ ସର୍ବଦା ମାନୁଆଲି ଲଗ୍ଆଉଟ୍ (Manually Logout) କରନ୍ତୁ। ଲିଙ୍କ୍ ହୋଇଥିବା ଡିଭାଇସ୍' (Linked Devices) ବିଭାଗକୁ ଯାଆନ୍ତୁ ଏବଂ ସକ୍ରିୟ ସେସନ୍ (Active Session) ଯାଞ୍ଚ କରନ୍ତୁ। ଯଦି ଆଉ ଆବଶ୍ୟକ ନଥାଏ ତେବେ ସମସ୍ତ ପୁରୁଣା ସେସନ୍ ଡିଲିଟ୍ (Old Session Delete) କରନ୍ତୁ।

ଇନକଗ୍ନିଟୋ ମୋଡ୍ (Incognito Mode) ନୁହେଁ ସମ୍ପୂର୍ଣ୍ଣ ସୁରକ୍ଷିତ
ଯଦି କୌଣସି କାରଣରୁ WhatsApp Web ବ୍ୟବହାର କରିବା ଆବଶ୍ୟକ, ତାହେଲେ ଇନକଗ୍ନିଟୋ (Incognito Mode) କିମ୍ବା ପ୍ରାଇଭେଟ୍ ବ୍ରାଉଜିଂ ମୋଡ୍ (Private Browsing Mode) ବ୍ୟବହାର କରାଯାଇ ପାରିବ। ହେଲେ ତଥାପି I4C ସ୍ପଷ୍ଟ ଭାବରେ କହିଛି ଯେ Incognito Mode କେବଳ ଅତିରିକ୍ତ ସୁରକ୍ଷା ପ୍ରଦାନ କରିପାରିବ। ହେଲେ ଏହା ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ବିକଳ୍ପ ନୁହେଁ।

ସାଇବର କାଫେ ଏବଂ ଅଜଣା ସିଷ୍ଟମ ଠାରୁ ଦୂରରେ ରୁହନ୍ତୁ
ସମସ୍ତଙ୍କୁ ସାଇବର କାଫେ (Cyber Cafe), ହୋଟେଲ ବ୍ୟବସାୟ କେନ୍ଦ୍ର (Hotel Business Center), ସାର୍ବଜନୀନ କିଓସ୍କ (Public Kiosk) ଏବଂ ଅନ୍ୟ କାହାର କମ୍ପ୍ୟୁଟର ରେ ୱାଟସ୍ଆପ୍ ୱେବ୍ ଲଗଇନ୍ ବ୍ୟବହାର କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।