Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Wedding Card Scam / ହ୍ବାଟ୍ସଆପ୍‌ରେ ଆସିଲା ନିମନ୍ତ୍ରଣ କାର୍ଡ...କ୍ଲିକ୍ କରୁ କରୁ ହ୍ୟାକ୍‌ ହୋଇଗଲା ଫୋନ୍‌

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ହ୍ବାଟ୍ସଆପ୍‌ରେ ଆସିଲା ନିମନ୍ତ୍ରଣ କାର୍ଡ...କ୍ଲିକ୍ କରୁ କରୁ ହ୍ୟାକ୍‌ ହୋଇଗଲା ଫୋନ୍‌

Key Points

ହ୍ବାଟ୍ସଆପ୍‌ରେ ଆସୁଛି କି ବିବାହ କାର୍ଡ । କରନ୍ତୁନି କ୍ଲିକ୍‌ । ନହେଲେ ଖାଲି ହୋଇଯିବ ଆକାଉଣ୍ଟ ।
ଏବେ ଚାଲିଛି ବିବାହ ଋତୁ । ଆଉ ଏହି ମ୍ୟାରେଜ୍‌ ସିଜିନ୍‌ର ଫାଇଦା ଉଠାଉଛନ୍ତି ସାଇବର ଅପରାଧି । ଠକମାନେ ଏବେ ଡିଜିଟାଲ ବିବାହ ନିମନ୍ତ୍ରଣ କାର୍ଡକୁ ଠକେଇର ଏକ ମାଧ୍ୟମ କରିଛନ୍ତି । ଆଉ ଠକ ପଠାଇଥିବା ଏହି ନିମନ୍ତ୍ରଣ କାର୍ଡରେ କ୍ଲିକ୍‌ କରିବା ଦ୍ବାରା ମୋବାଇଲ ଫୋନ୍‌ ହ୍ୟାକ୍ ହୋଇଯାଏ । ଆଉ ଏହାର କିଛି ମିନିଟ୍‌ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଏ ।

ଏମିତି ଏକ ହାଇଟେକ୍‌ ଠକେଇର ଶିକାର ହୋଇଛନ୍ତି ବିଜନୌରର ଧାମପୁରର ବାସିନ୍ଦା ଡାକ୍ତର ଓମପ୍ରକାଶ ଚୌହାନ । ସେ ତାଙ୍କ ହ୍ୱାଟ୍ସଆପ୍‌ରେ ଏକ ବିବାହ ନିମନ୍ତ୍ରଣ ପାଇଥିଲେ । ଡକ୍ଟର ଓମ୍ ପ୍ରକାଶ ସେଥିରେ କ୍ଲିକ୍ କରିବା ମାତ୍ରେ ତାଙ୍କ ମୋବାଇଲ୍ ଫୋନ୍ ଫ୍ରିଜ୍ ହୋଇଯାଇଥିଲା । ଆଉ ଏହାର କିଛି ମିନିଟ୍‌ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୩୧ ହଜାର ଟଙ୍କା କଟି ଯାଇଥିଲା ।

ଅଧିକ ପଢ଼ନ୍ତୁ: ପୋଖରୀରେ ବୁଡ଼ି ଯାଉଥିଲା କାର, ପାଣିକୁ ଡେଇଁ ଡ୍ରାଇଭରକୁ ବଞ୍ଚାଇଲେ ଦୁଇ ଯୁବକ


ଡକ୍ଟର ଓମପ୍ରକାଶ କହିଛନ୍ତି, ସେ ତାଙ୍କ ହ୍ବାଟ୍ସଆପକୁ ଆସିଥିବା ବିବାହ କାର୍ଡ ଉପରେ କ୍ଲିକ୍‌ କରିବା ପରେ ତାଙ୍କ ଫୋନ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଲେ । ପରବର୍ତ୍ତୀ ସମୟରେ ତାଙ୍କ ଫୋନ୍‌ରେ ଥିବା ବ୍ୟକ୍ତିଗତ ଡାଟା ମଧ୍ୟ ସାଇବର ଠକ ନେଇଯାଇଥିଲେ । ଯାହା ଫଳରେ ପୀଡିତଙ୍କୁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା ।
ଠକେଇର ଶିକାର ହେବା ପରେ ଡକ୍ଟର ଓମ୍‌ପ୍ରକାଶ ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ ଦାୟର କରିଥିଲେ। ବିଜନୌର ସାଇବର ପୋଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ ଦାୟର କରିଥିଲେ । ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ASP ସିଟି ବିଜନୌର ଡକ୍ଟର କୃଷ୍ଣ ଗୋପାଳ କହିଛନ୍ତି ଯେ ଅଜଣା ନମ୍ବରରୁ ଯେକୌଣସି ଲିଙ୍କ୍, ଫାଇଲ୍ କିମ୍ବା ବିବାହ ନିମନ୍ତ୍ରଣ କାର୍ଡ ଖୋଲିବା କ୍ଷତିକାରକ ହୋଇପାରେ । APK ଫାଇଲ୍ ଡାଉନଲୋଡ୍ କରିବା, OTP ସେୟାର କରିବା ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ନଜର ଆସିଲେ ତୁରନ୍ତ ସାଇବର ହେଲପଲାଇନ୍ ସହିତ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ, ଠକମାନେ ଏହି ନିମନ୍ତ୍ରଣ କାର୍ଡଗୁଡ଼ିକୁ ସାଧାରଣ ଲିଙ୍କ୍ ଭାବରେ ପଠାନ୍ତି ନାହିଁ ବରଂ APK ଫାଇଲ୍ ଭାବରେ ପଠାନ୍ତି। ଜଣେ ବ୍ୟକ୍ତି ନିମନ୍ତ୍ରଣ କାର୍ଡ ଡାଉନଲୋଡ୍ କରିବା ମାତ୍ରେ ତାଙ୍କ ମୋବାଇଲ୍ ଫୋନରେ ଏକ ଭାଇରସ୍ ସକ୍ରିୟ ହୋଇଯାଏ । ଏହା ଫୋନ୍‌କୁ ସମ୍ପୂର୍ଣ୍ଣ ଭାବରେ ଠକଙ୍କ ନିୟନ୍ତ୍ରଣରେ ରଖିଥାଏ । ବ୍ୟାଙ୍କ ଆକାଉଣ୍ଟ, UPI ଆପ୍ସ, ପାସୱାର୍ଡ ଏବଂ ମୋବାଇଲ୍ ଡାଟାକୁ ଆକ୍ସେସ୍ ମିଳିଯାଏ । ଯାହାଫଳରେ ସାଇବର ଠକ କିଛି ମିନିଟ୍‌ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦିଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Wedding Invitation Scam on WhatsApp: Doctor’s Phone Hacked, ₹31,000 Stolen | Argus News