Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା କାଲି ବନ୍ଦ ରହିବ କି ବ୍ୟାଙ୍କ, ଜାଣନ୍ତୁ ...

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆସନ୍ତା କାଲି ବନ୍ଦ ରହିବ କି ବ୍ୟାଙ୍କ, ଜାଣନ୍ତୁ ...

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଗୁଡ୍ ଫ୍ରାଇଡେ । ଖ୍ରୀଷ୍ଟିୟାନ କ୍ୟାଲେଣ୍ଡରରେ ଏହାକୁ ଖୁବ ମହତ୍ତ୍ବପୂର୍ଣ୍ଣ ଦିନ ଭାବେ ପାଳନ କରାଯାଏ । ଯେଉଁଦିନ ଯୀଶୁଙ୍କ ତ୍ୟାଗ ତଥା ବଳିଦାନକୁ ସାରା ବିଶ୍ବ ମନେ ପକାଏ । ତେବେ ଏହି ଦିନକୁ ଅନେକ ସ୍ଥାନରେ ଛୁଟିଦିନ ବୋଲି ପାଳନ କରାଯାଏ । ଏବଂ ଅନେକ ସ୍ଥାନରେ ଏହିଦିନ ବ୍ୟାଙ୍କ ମଧ୍ୟ ବନ୍ଦ ରହେ । ହେଲେ ଗୁଡ ଫ୍ରାଇଡେ ଏକ ଜାତୀୟ ଛୁଟିଦିନ ନୁହେଁ । କିନ୍ତୁ ଏହି ଦିନ ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହେ । ଆରବିଆଇ କ୍ୟାଲେଣ୍ଡର ମୁତାବକ କେବଳ କିଛି ସହର ଯେପରିକି ତ୍ରିପୁରା, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଆସାମ ଆଦିକୁ ଛାଡିଲେ ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହେ । କେବଳ ଅନଲାଇନ ବ୍ୟାଙ୍କିଂ ଏବଂ ଏଟିଏମ କିଛି ମାତ୍ରାରେ ଖୋଲା ରୁହେ । 

ଅଧିକ ପଢନ୍ତୁ : ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ତେବେ ଯଦି ଦେଖାଯାଏ , ଚଳିତ ମାର୍ଚ୍ଚ ମାସରେ ଅନେକ ଛୁଟି ପଡିଥିବାରୁ ବ୍ୟାଙ୍କ ଅନେକ ଦିନ ବନ୍ଦ ରହିଥିଲା । ସେହିପରି ଅନେକ ଅଞ୍ଚଳରେ ସେମାନଙ୍କ ଆଞ୍ଚଳିକ ଛୁଟି ଯୋଗୁଁ ମଧ୍ୟ ବନ୍ଦ ରହିଥିଲା ବ୍ୟାଙ୍କ । ଏହି ମାସରେ ଶେଷଥର ପାଇଁ ମାର୍ଚ୍ଚ ୩୧ ତାରିଖ ଦିନ ବନ୍ଦ ରହିବ ବ୍ୟାଙ୍କ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
whether the bank will be closed tomorrow , know details | Argus News