Videos
|
National

E10 Series High Speed Train / ଭାରତକୁ E10 ସିରିଜ ହାଇ-ସ୍ପୀଡ୍ ଟ୍ରେନ ଯୋଗାଇବାକୁ ରାଜି ଜାପାନ; ୨୦୩୦ ରେ ହେବ ପ୍ରଥମ ଯୋଗାଣ

Subhramjit Ray
Browse all articles by Subhramjit Ray
·1 month ago·2 min read
ଭାରତକୁ E10 ସିରିଜ ହାଇ-ସ୍ପୀଡ୍ ଟ୍ରେନ ଯୋଗାଇବାକୁ ରାଜି ଜାପାନ; ୨୦୩୦ ରେ ହେବ ପ୍ରଥମ ଯୋଗାଣ
E10 Series High Speed Train

Key Points

ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ଘରୋଇ ଭାବରେ ନିର୍ମିତ ହାଇ-ସ୍ପୀଡ୍ ଟ୍ରେନ ବ୍ୟବହାର କରିବାକୁ ଯୋଜନା କରୁଛି। ଏହା ପରେ ଜାପାନ ଆସନ୍ତା ୨୦୩୦ ପ୍ରାରମ୍ଭରେ ଏହାର ପରବର୍ତ୍ତୀ ପିଢ଼ିର E10 ସିରିଜ୍ ଶିଙ୍କାନସେନ୍ (ବୁଲେଟ୍) ଟ୍ରେନ ଯୋଗାଇବ।
E10 series Japanese Shinkansen high speed train: ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପୀଡ୍ ରେଳ ପ୍ରକଳ୍ପକୁ ନେଇ ଭାରତ-ଜାପାନ ମଧ୍ୟରେ ସକାରାତ୍ମକ ଆଲୋଚନା ଚାଲିଛି। ଉଭୟ ଦେଶ ବୁଲେଟ୍ ଟ୍ରେନ ପ୍ରକଳ୍ପ ସମ୍ପର୍କରେ ସହମତି ହୋଇସାରିଛି। ଜାପାନ ଏହି ପ୍ରକଳ୍ପ ପାଇଁ ନୂତନ ପିଢ଼ିର E10 ସିରିଜ ହାଇ-ସ୍ପୀଡ୍ ଟ୍ରେନ ଯୋଗାଇବାକୁ ରାଜି ହୋଇଛି। E10 ସିରିଜ୍ ଟ୍ରେନ ବର୍ତ୍ତମାନ ବିକଶିତ ପର୍ଯ୍ୟାୟରେ ରହିଛି। ଯାହାର ପ୍ରଥମ ଯୋଗାଣ ଆସନ୍ତା ୨୦୩୦ ପ୍ରାରମ୍ଭରେ ହେବ।

ଏହି ସମୟରେ ବୁଲେଟ୍ ଟ୍ରେନ୍ କରିଡ଼ର ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ପ୍ରକଳ୍ପର ପ୍ରଥମ ଅଂଶ ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବାର ଯୋଜନା କରାଯାଇଛି। ଯେହେତୁ E10 ସିରିଜ ହାଇସ୍ପୀଡ୍ ଟ୍ରେନ୍ ଆସନ୍ତା ୨୦୩୦ ବେଳକୁ ଉପଲବ୍ଧ ହେବ। ଏହା ପୂର୍ବରୁ ଭାରତୀୟ ହାଇସ୍ପୀଡ ଟ୍ରେନ୍ ଯାତ୍ରାରୁ ଏହି ପ୍ରକଳ୍ପର କାର୍ଯ୍ୟକାରିତା ଆରମ୍ଭ କରିବା ପାଇଁ ସହ ଭାରତ-ଜାପାନ ମଧ୍ୟ ସହମତି ହୋଇଛି। ଯାହାର ଉଦ୍ଦେଶ୍ୟ ହେଉଛି କୌଣସି ବିଳମ୍ବ ନକରି ଯଥାଶୀଘ୍ର ସମ୍ଭବ ଯାତ୍ରୀଙ୍କ ପାଇଁ ହାଇ ସ୍ପୀଡ ଟ୍ରେନ୍ ସେବା ଆରମ୍ଭ କରିବା।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସୱାଲ କହିଛନ୍ତି, "ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପୀଡ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ଭାରତ-ଜାପାନ ମଧ୍ୟରେ ସକାରାତ୍ମକ ଆଲୋଚନା ଚାଲିଛି। ଜାପାନ E10 ସିରିଜ୍ ହାଇସ୍ପୀଡ ଟ୍ରେନ୍ ଆସନ୍ତା ୨୦୩୦ ପ୍ରାରମ୍ଭରେ ଯୋଗାଇବ। ଯେଉଁ ବୁଲେଟ୍ ଟ୍ରେନ୍କୁ ନେଇ ଆଲୋଚନା ହେଉଛି ତାହା ବର୍ତ୍ତମାନ ବିକଶିତ ପର୍ଯ୍ୟାୟରେ ରହିଛି। ଏହି ସମୟରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରଗତି କରିଛି। ଏହାର ପ୍ରଥମ ସେକ୍ସନ୍ ଆସନ୍ତା ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଉଭୟ ପକ୍ଷ ଭାରତୀୟ ହାଇ-ସ୍ପିଡ୍ ଟ୍ରେନ୍ ସହିତ କାର୍ଯ୍ୟ ଆରମ୍ଭ କରିବାକୁ ରାଜି ହୋଇଛନ୍ତି।"

ଏହା ସହ ପଢନ୍ତୁ: କିପରି ଦୃଶ୍ୟମାନ ହେବେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍? ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପୀଡ୍ ରେଳ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବା ଏବଂ ଯାତ୍ରୀଙ୍କୁ ଏହାର ଲାଭ ସୁନିଶ୍ଚିତ କରିବା ଉଭୟ ଦେଶର ଏକ ମିଳିତ ଲକ୍ଷ୍ୟ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ଭାରତ ଘରୋଇ ଭାବରେ ନିର୍ମିତ ହାଇ-ସ୍ପୀଡ୍ ଟ୍ରେନ୍ ବ୍ୟବହାର କରିବାକୁ ଯୋଜନା କରୁଛି। ପରବର୍ତ୍ତୀ ସମୟରେ, ଜାପାନ ୨୦୩୦ ଦଶକର ପ୍ରାରମ୍ଭରେ ଏହାର ପରବର୍ତ୍ତୀ ପିଢ଼ିର E10 ସିରିଜ୍ ହାଇ ସ୍ପୀଡ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ଯୋଗାଇବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିବା ପରେ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଯାତ୍ରା କରିବାର ସମୟ ୧ ଘଣ୍ଟା ୫୮ ମିନିଟ୍ ହୋଇଯିବ। କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଏହା ଦେଶର ଦୁଇଟି ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମୁମ୍ବାଇ-ଅହମ୍ମଦାବାଦ ସହରର ଅର୍ଥନୀତିକୁ ପରସ୍ପର ସହ ଯୋଡ଼ିବା ସହଜ ହୋଇଯିବ।

ଏହା ସହ ପଢନ୍ତୁ:  ଦ୍ରୁତ ଗତିରେ ଆଗେଇ ଚାଲିଛି ବୁଲେଟ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ; ମାସକରେ ନିର୍ମିତ ହେଉଛି ୧୫ କିମି ଟ୍ରାକ୍

ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପୀଡ୍ ରେଳ କରିଡର ପ୍ରକଳ୍ପ ପ୍ରାୟ ୫୦୮ କିଲୋମିଟର ଲମ୍ବା। ଯାହା ମଧ୍ୟରୁ ୩୫୨ କିଲୋମିଟର ଗୁଜରାଟ ଏବଂ ଦାଦ୍ରା ଏବଂ ନଗର ହାଭେଳିରେ ଏବଂ ବାକି ୧୫୬ କିଲୋମିଟର ମହାରାଷ୍ଟ୍ରରେ ନିର୍ମିତ ହେବ। ଏହି ରେଳ କରିଡ଼ର ସାବରମତୀ, ଅହମ୍ମଦାବାଦ, ଆଣନ୍ଦ, ଭଦୋଦରା, ଭରୁଚ, ସୁରତ, ବିଲିମୋରା, ଭାପି, ବୋଇସର, ଭିରାର, ଥାନେ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ।

Japan to Supply E10 Series High-Speed Bullet Trains to India | Argus News