|
logo
Live

Argus News - ଯଦି ଦେଶରେ ଉତ୍ପାଦିତ ହେଉଛି ସାର; ତାହେଲେ ବିଦେଶ ଉପରେ କାହିଁକି ନିର୍ଭରଶୀଳ ଭାରତ?

National

Fertilizer Production in India / ଯଦି ଦେଶରେ ଉତ୍ପାଦିତ ହେଉଛି ସାର; ତାହେଲେ ବିଦେଶ ଉପରେ କାହିଁକି ନିର୍ଭରଶୀଳ ଭାରତ?

Subhramjit Ray
Browse all articles by Subhramjit Ray
·1 day ago·2 min read
ଯଦି ଦେଶରେ ଉତ୍ପାଦିତ ହେଉଛି ସାର; ତାହେଲେ ବିଦେଶ ଉପରେ କାହିଁକି ନିର୍ଭରଶୀଳ ଭାରତ?
Fertilizer Production in India

Key Points

ଘରୋଇ ଉତ୍ପାଦନ ସତ୍ତ୍ୱେ ମଧ୍ୟ ସାର ପାଇଁ ଅନେକାଂଶରେ ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳ ଭାରତ। 
why india rely on gulf countries for fertilizer production: ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ସଂକଟ ପାଇଁ ଭାରତ ଭଳି କୃଷି ପ୍ରଧାନ ଦେଶର ସାର ଯୋଗାଣ ଶୃଙ୍ଖଳ ଚାପରେ ରହିଛି। ପରିବହନରେ ବିଳମ୍ବ, ବୃଦ୍ଧି ପାଉଥିବା ମୂଲ୍ୟ ଏବଂ କଞ୍ଚାମାଲର ଉପଲବ୍ଧତା ଦେଶରେ ଉତ୍ପାଦନକୁ ନେଇ ପ୍ରଶ୍ନ ଉଠାଇଛି। ଯଦିଓ ଭାରତ ଘରୋଇ ଭାବରେ ସାର ଉତ୍ପାଦନ କରିଥାଏ, ହେଲେ ତଥାପି ଏଥିପାଇଁ ପଶ୍ଚିମ ଏସିଆ (ମଧ୍ୟ ପ୍ରାଚ୍ୟ) ନିର୍ଭରଶୀଳ ହେବାକୁ ପଡ଼ିଥାଏ। ସାର ଉତ୍ପାଦନ ସହିତ ଭାରତର ମଧ୍ୟପ୍ରାଚ୍ୟ କ'ଣ ରହିଛି ସମ୍ପର୍କ?

ୟୁରିଆ ଉତ୍ପାଦନରେ ବିଶ୍ୱର କେଉଁ ଦେଶ ପ୍ରଥମ?

ବିଶ୍ୱରେ ୟୁରିଆ ଉତ୍ପାଦନରେ ଚୀନ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏପରି ଦୃଢ଼ ସ୍ଥିତି ସତ୍ତ୍ୱେ ଭାରତ ୟୁରିଆ ଉତ୍ପାଦନରେ ସମ୍ପୂର୍ଣ୍ଣ ଭାବରେ ସ୍ୱାବଲମ୍ବୀ ନୁହେଁ। ଏହି କାରଣରୁ ଭାରତକୁ ଏହାର ବିଶାଳ କୃଷି ଚାହିଦା ପୂରଣ କରିବା ପାଇଁ ବିଦେଶରୁ ଆମଦାନୀ କରିବା ଉପରେ ନିର୍ଭର କରିଥାଏ।

ଏହା ସହ ପଢନ୍ତୁ: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ମୋଦି ସରକାର

ପ୍ରାକୃତିକ ଗ୍ୟାସ
ସାର ଉତ୍ପାଦନ ପାଇଁ ଭାରତ ବିଦେଶୀ ଆମଦାନୀ ନିର୍ଭର କରିବାର ସବୁଠାରୁ ବଡ଼ କାରଣ ହେଉଛି ପ୍ରାକୃତିକ ଗ୍ୟାସ। ୟୁରିଆ ଉତ୍ପାଦନରେ କଞ୍ଚାମାଲ ଭାବରେ ଗ୍ୟାସ୍ ବହୁଳ ମାତ୍ରାରେ ବ୍ୟବହୃତ ହୋଇଥାଏ। ଭାରତ ଏହାର ଗ୍ୟାସ୍ ଆବଶ୍ୟକତାର ପ୍ରାୟ ୫୦% ବିଦେଶରୁ ଆମଦାନୀ କରିଥାଏ। ମଧ୍ୟ ପ୍ରାଚ୍ୟର ଅବସ୍ଥିତ ଦେଶରେ ବିଶାଳ ଏବଂ ଶସ୍ତା ଗ୍ୟାସ୍ ଭଣ୍ଡାର ରହିଛି। ପ୍ରାକୃତିକ ଗ୍ୟାସ୍ ଉପଲବ୍ଧ ହେବା କାରଣରୁ ସେଠାରେ ସାର ଉତ୍ପାଦନ ଭାରତ ଅପେକ୍ଷା ବହୁତ ଅଧିକ ଶସ୍ତା ହୋଇଥାଏ।

ଘରୋଇ ଯୋଗାଣ ଚାହିଦା ଅଧିକ
ଭାରତ ବିଶ୍ୱରେ ସାରର ଦ୍ୱିତୀୟ ସର୍ବବୃହତ ଗ୍ରାହକ। ଏହାର ବାର୍ଷିକ ଚାହିଦା ୬୦ ମିଲିୟନ୍ ଟନ୍ରୁ ଅଧିକ। ହେଲେ ତଥାପି ଘରୋଇ ଉତ୍ପାଦନ କ୍ଷମତା କେବଳ ୩୦ ମିଲିୟନ ଟନ୍। ଏହି ବ୍ୟବଧାନ ଯୋଗୁଁ ଭାରତକୁ ପ୍ରତିବର୍ ୨-୩ ମିଲିୟନ୍ ଟନ୍ ୟୁରିଆ ବିଦେଶରୁ ଆମଦାନୀ କରିବାକୁ ପଡ଼ିଥାଏ।

ଏହା ସହ ପଢନ୍ତୁ: ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ସାର ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି

ମଧ୍ୟପ୍ରାଚ୍ୟ ସଂକଟର ଯୋଗାଣ ଉପରେ ପ୍ରଭାବ

ମଧ୍ୟପ୍ରାଚ୍ୟ ସଂକଟର ପ୍ରଭାବ ଭାରତର ସାର ଯୋଗାଣ ଉପରେ ସିଧାସଳଖ ପଡୁଛି। କାରଣ ହର୍ମୁଜ ପ୍ରଣାଳୀ ଭଳି ଜଳମାର୍ଗରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁଁ ମାଲବାହୀ ଜାହାଜକୁ ଆଫ୍ରିକା ମହାଦେଶର ଦକ୍ଷିଣର ଅବସ୍ଥିତ "କେପ୍ ଅଫ୍ ଗୁଡ୍ ହୋପ୍" (Cape of Good Hope) ସାମୁଦ୍ରିକ ମାର୍ଗ ଲମ୍ବା ରାସ୍ତାରେ ଯାତ୍ରା କରିବାକୁ ପଡ଼ିଛି। ଯାହା ଦ୍ୱାରା ପରିବହନ ସମୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ୟୁରିଆ (Urea) ଉତ୍ପାଦନ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଡିଏପି (DAP) ଏବଂ ପଟାସ (Potas) ଭଳି ଅନ୍ୟାନ୍ୟ ସାର ପାଇଁ ରକ୍ ଫସଫେଟ୍ ଏବଂ ସଲଫର୍ ଭଳି ଖଣିଜ ପଦାର୍ଥ (Rock Phosphate & Sulfur Minerals) ଆବଶ୍ୟକ ହୋଇଥାଏ। ଏହି ଖଣିଜ ପଦାର୍ଥର ଭାରତରେ ଅଭାବ ରହିଛି। ଏହି ଅଭାବକୁ ଦୂର କରିବା ପାଇଁ ଭାରତ ସାଉଦି ଆରବ କମ୍ପାନୀ ସମେତ ବୈଶ୍ୱିକ ଯୋଗାଣକାରୀଙ୍କ ସହିତ ରଣନୈତିକ ଚୁକ୍ତିନାମା କରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fertilizer Production in India: ଯଦି ଦେଶରେ ଉତ୍ପାଦିତ ହେଉଛି ସାର; ତାହେଲେ ବିଦେଶ ଉପରେ କାହିଁକି ନିର୍ଭରଶୀଳ ଭାରତ? | Argus News