Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Tejashwi Yadav Rohini controversy / କାହିଁକି ପରିବାର ସହ ସମ୍ପର୍କ ଛିନ୍ନ କଲେ ଲାଲୁଙ୍କ ଝିଅ, ସାମ୍ନାକୁ ଆସିଲା ପ୍ରକୃତ କାରଣ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
କାହିଁକି ପରିବାର ସହ ସମ୍ପର୍କ ଛିନ୍ନ କଲେ ଲାଲୁଙ୍କ ଝିଅ, ସାମ୍ନାକୁ ଆସିଲା ପ୍ରକୃତ କାରଣ

Key Points

ଲାଲୁ ପରିବାରରେ ମହାଭାରତ । ପରିବାର ସହ ସର୍ମ୍ପକ ଛିନ୍ନ କଲେ, ଭାଇକୁ ଅଭିଶାପ ଦେଲେ ରୋହଣୀ ।
ବିହାର ନିର୍ବାଚନରେ ମହଗଠବନ୍ଧନର ଶୋଚନୀୟ ପରାଜୟ ପରେ ଲାଲୁ ପରିବାର ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ପରିବାର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଏତେ ବୃଦ୍ଧି ପାଇଲା ଯେ ତେଜସ୍ୱୀ ଯାଦବ ଏବଂ ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ପାରିବାରିକ ବାଦବିବାଦ ସମୟରେ ତେଜସ୍ୱୀ ରୋହିଣୀଙ୍କୁ ତାଚ୍ଛଲ୍ୟ କରି କହିଲେ, "ତୁମେ ବହୁତ ଖୁସି ହେବା ଉଚିତ, ତୁମେ ଯାହା ଚାହୁଁଥିଲ ତାହା ଘଟିଛି ।" ତେଜସ୍ବୀଙ୍କ ଏହି ବୟାନ ପରେ ରୋହିଣୀ କ୍ରୋଧିତ ହୋଇ କହିଥିଲେ ଯେ "ତୁମେ ଯେପରି ପରିବାରର ଝିଅକୁ ଅପମାନ କରୁଛ, ତୁମେ ମୋର ଅଭିଶାପ ପାଇବ।"

ଅଧିକ ପଢ଼ନ୍ତୁ: 'ଭାଇ ଥିଲେ ଭଗବାନ ସମାନ ବାପାଙ୍କୁ ବଞ୍ଚାନ୍ତୁ ନାହିଁ'; କାହିଁକି ଏମିତି କହିଲେ ଲାଲୁଙ୍କ ବଡ଼ ଝିଅ

ତେଜସ୍ୱୀ ଯାଦବ ବିହାର ନିର୍ବାଚନ ପରାଜୟ ପାଇଁ ରୋହିଣୀଙ୍କୁ ଦାୟୀ କରିଥିଲେ । ରୋହିଣୀ ସିଙ୍ଗାପୁରରୁ ପାଟନା ଆସିଥିଲେ ଏବଂ ପ୍ରଚାରରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ । କିନ୍ତୁ ପ୍ରଚାର ପାଇଁ ତାଙ୍କୁ ସୀମିତ ସ୍ଥାନକୁ ହିଁ ପଠାଯାଇଥିଲା । ସାରଣରେ ତାଙ୍କୁ କେବଳ ଗୋଟିଏ ଦିନ ପାଇଁ ନିମନ୍ତ୍ରଣ କରାଯାଇଥିଲା, ତାହା ମଧ୍ୟ ଅଖିଳେଶ ଯାଦବଙ୍କ ରାଲି ସମୟରେ । ଏହା ସତ୍ତ୍ୱେ, ତେଜସ୍ୱୀ ପରାଜୟ ପାଇଁ ତାଙ୍କୁ ଦାୟୀ କରିବାରୁ ରୋହିଣୀ ବେଶ୍ କ୍ରୋଧିତ ଥିଲେ ।

ତେବେ ପରିବାର ମଧ୍ୟରେ ଏହାକୁ ନେଇ ବିବାଦ ଏତେ ବୃଦ୍ଧି ପାଇଲା ଯେ ତେଜସ୍ୱୀ ରୋହିଣୀଙ୍କୁ ତାଚ୍ଛଲ୍ୟ କରି କହିଲେ,"ତୁମେ ବହୁତ ଖୁସି ହେବା ଉଚିତ, ଯାହା ଚାହୁଁଥିଲ ତାହା ଘଟିଛି।" ତେବେ ତେଜସ୍ବୀଙ୍କ ଏହି ମନ୍ତବ୍ୟ ପରେ ରୋହିଣୀ କଡ଼ା ଜବାବ ଦେଇ କହିଥିଲେ, "ତୁମେ ଯେଉଁଭଳି ବ୍ୟବହାର କରୁଛ, ମୋ ହୃଦୟରୁ ତୁମକୁ ଅଭିଶାପ ଦେଉଛି ।''

ମୋର କୌଣସି ପରିବାର ନାହିଁ - ରୋହିଣୀ

ବିବାଦ ଚରମ ସୀମାରେ ପହଞ୍ଚିବା ପରେ, ରୋହିଣୀ ଆଚାର୍ଯ୍ୟ ଶନିବାର ବିଳମ୍ବିତ ରାତିରେ ରାବ୍ରିଙ୍କ ବାସଭବନରୁ କାନ୍ଦି କାନ୍ଦି ବାହାରକୁ ଆସିଥିଲେ । ଆଉ ପାଟନା ବିମାନବନ୍ଦରରେ ସେ ସାମ୍ବାଦିକମାନଙ୍କୁ କହିଥିଲେ, "ମୋର କୌଣସି ପରିବାର ନାହିଁ। ସେମାନେ ହିଁ ମୋତେ ପରିବାରରୁ ବାହାର କରିଦେଲେ ।''

ଶନିବାର ଯେତେବେଳେ ତେଜସ୍ୱୀ ଏବଂ ରୋହିଣୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ସେତେବେଳେ ଲାଲୁ ପ୍ରସାଦ, ରାବ୍ରି ଦେବୀ ଏବଂ ରାଚେଲ ସମେତ ସମଗ୍ର ପରିବାର ଘରେ ଉପସ୍ଥିତ ଥିଲେ । ତେବେ ଶେଷରେ ଯେତେବେଳେ ରୋହିଣୀ ଘରୁ ବାହାରିବାକୁ ଲାଗିଲେ ସେ ସମୟରେ ଲାଲୁ ଏବଂ ରାବ୍ରି ଉଭୟ ଭାବପ୍ରବଣ ହୋଇଯାଇଥିଲେ । ପରିବାରର ସମସ୍ତ ଭଉଣୀ ଏହି ବିବାଦରେ ରୋହିଣୀଙ୍କ ସହିତ ଠିଆ ହୋଇଥିଲେ ଏବଂ ତେଜସ୍ୱୀଙ୍କୁ ବିରୋଧ କରିଥିଲେ। ରୋହିଣୀ ତେଜସ୍ୱୀ ଯାଦବଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ଯାଦବ ଏବଂ ରମିଜଙ୍କ ଉପରେ ଚାପ ପକାଇବାର ଅଭିଯୋଗ କରିଥିଲେ ।

ଲାଲୁ ପରିବାରରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଦେଖାଦେବା ଏହା ପ୍ରଥମ ଥର ପାଇଁ ନୁହେଁ । ଚଳିତ ବର୍ଷ ମେ ୨୫ ତାରିଖରେ ଲାଲୁ ପ୍ରସାଦ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳ ଏବଂ ପରିବାରରୁ ବହିଷ୍କାର କରିଥିଲେ। ଏଥିପାଇଁ ତେଜ ପ୍ରତାପ ସଞ୍ଜୟ ଯାଦବଙ୍କୁ ମଧ୍ୟ ଦାୟୀ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Lalu’s Daughter Rohini Achaarya Cut Ties With Family | Real Reason Revealed | Argus News