PM Modi Foreign Visit / ଯୁଦ୍ଧ ଭିତରେ କାହିଁକି ୫ଟି ପ୍ରମୁଖ ଦେଶ ଗସ୍ତରେ ମୋଦି ? ଜାଣନ୍ତୁ ଅସଲ କାରଣ
·1 month ago·3 min read

Key Points
ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଥମ ପର୍ଯ୍ୟାୟରେ ୟୁଏଇ ଗସ୍ତ କରିଥିଲେ ମୋଦି
ଏବେ ଗସ୍ତର ତୃତୀୟ ଚରଣରେ ସ୍ଵିଡେନରେ ପହଞ୍ଚିଛନ୍ତି

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ପ୍ରମୁଖ ଦେଶକୁ ଗସ୍ତ କରିଛନ୍ତି, ଯାହା ଉପରେ ପୁରା ବିଶ୍ଵର ନଜର । ପ୍ରଥମ ପର୍ଯ୍ୟାୟରେ ୟୁଏଇ ଗସ୍ତ କରିଥିଲେ ମୋଦି । ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନିଜର ନେଦରଲ୍ୟାଣ୍ଡ ଗସ୍ତ ସଫଳତାର ସହ ଶେଷ କରିଛନ୍ତି । ଏବେ ମୋଦି ଆଜି ଓ ଆସନ୍ତାକାଲି ଦୁଇ ଦିନିଆ ସ୍ଵିଡେନ ଗସ୍ତରେ ଅଛନ୍ତି । ୟୁଏଇରେ ପ୍ରତିରକ୍ଷା, ପେଟ୍ରୋଲିୟମ ନେଇ ଚୁକ୍ତି ହୋଇଛି । ନେଦରଲ୍ୟାଣ୍ଡସରେ ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ ନେଇ MOU ହୋଇଛି । ମେ ୧୫ ତାରିଖରୁ ବିଦେଶ ଗସ୍ତ ଆରମ୍ଭ କରିଥିବାବେଳେ ମେ ୨୦ ତାରିଖରେ ଗସ୍ତ ଶେଷ ହେବ । ଆଉ ଦୁଇ ଦିନରେ ମୋଦି ନରୱେ ଏବଂ ଇଟାଲୀ ଗସ୍ତ କରିବେ ।
ଆମେରିକା ଓ ଇରାନ ଯୁଦ୍ଧ ନେଇ ସାରା ବିଶ୍ବରେ ଉତ୍ତେଜନା ବେଳେ ପିଏମ ମୋଦିଙ୍କ ପାଞ୍ଚ ଦେଶକୁ କୂଟନୈତିକ ଗସ୍ତ ବେଶ ଗୁରୁତ୍ବ ରଖୁଛି । ୟୁଏଇରେ ପିଏମ ମୋଦିଙ୍କ ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ପେଟ୍ରୋଲିୟମ ଏବଂ ଏଲପିଜି ଯୋଗାଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ସେହିପରି ନେଦରଲ୍ୟାଣ୍ଡସରେ ଦୁଇ ଦେଶ ମଧ୍ୟରେ ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ, ପ୍ରତିରକ୍ଷା ଏବଂ ଜଳ ପରିଚାଳନା କ୍ଷେତ୍ରରେ ମିଳିତ ଭାବେ କାମ କରିବାକୁ ରୋଡମାପ୍ ପ୍ରସ୍ତୁତ କରାଯାଇଛି ।
ବିଶ୍ଵ ବଜାରରେ ଯୁଦ୍ଧ କିମ୍ବା ଅନ୍ୟ କୌଣସି କାରଣରୁ ତୈଳ ଯୋଗାଣ ବାଧାପ୍ରାପ୍ତ ହେଲେ, ଏହି ଗଚ୍ଛିତ ତେଲ ଭାରତର ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବ । ଏହା ସହିତ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଏଲ୍ପିଜି (LPG) ଯୋଗାଣ ଏବଂ ଗ୍ୟାସ୍ ରିଜର୍ଭ ପ୍ରତିଷ୍ଠା ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି, ଯାହା ଭାରତର ସାଧାରଣ ଗ୍ରାହକ ଓ ଶିଳ୍ପ ଜଗତର ଶକ୍ତି ଆବଶ୍ୟକତାକୁ ସହଜରେ ପୂରଣ କରିବାରେ ସାହାଯ୍ୟ କରିବ ।
ପଢନ୍ତୁ ଏହି ଖବର: ସ୍ୱିଡେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନ
ସେହିପରି ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ କମ୍ପାନୀଗୁଡ଼ିକୁ ଭାରତରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଭାରତ ବର୍ତ୍ତମାନ ଟିକସ ବ୍ୟବସ୍ଥା, ଶ୍ରମ କୋଡ୍ ଏବଂ ଶାସନ ପ୍ରଣାଳୀରେ 'ନେକ୍ସଟ୍-ଜେନେରେସନ୍' ସଂସ୍କାର ଆଣିଛି, ଯାହାଫଳରେ ଭାରତରେ ମ୍ୟାନୁଫ୍ୟାକ୍ଚରିଂ ଏବେ ବେଶ୍ ବ୍ୟୟସାପେକ୍ଷ ଓ ଲାଭଦାୟକ ସାବ୍ୟସ୍ତ ହେଉଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବହୁଦେଶୀୟ ଗସ୍ତ କେବଳ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା ଓ ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିବ ।

- ଶକ୍ତି ସଙ୍କଟ ଦୂର କରିବ ମୋଦୀଙ୍କ ରଣନୀତି
Economische samenwerking is een belangrijke pijler van de vriendschap tussen India en Nederland. De vrijhandelsovereenkomst tussen India en de EU biedt oneindige mogelijkheden. Er is enorm veel ruimte voor samenwerking op het gebied van fintech, kritieke mineralen, halfgeleiders,… pic.twitter.com/IQxBFrdClL
— Narendra Modi (@narendramodi) May 16, 2026
ବିଶ୍ଵ ବଜାରରେ ଯୁଦ୍ଧ କିମ୍ବା ଅନ୍ୟ କୌଣସି କାରଣରୁ ତୈଳ ଯୋଗାଣ ବାଧାପ୍ରାପ୍ତ ହେଲେ, ଏହି ଗଚ୍ଛିତ ତେଲ ଭାରତର ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବ । ଏହା ସହିତ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଏଲ୍ପିଜି (LPG) ଯୋଗାଣ ଏବଂ ଗ୍ୟାସ୍ ରିଜର୍ଭ ପ୍ରତିଷ୍ଠା ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି, ଯାହା ଭାରତର ସାଧାରଣ ଗ୍ରାହକ ଓ ଶିଳ୍ପ ଜଗତର ଶକ୍ତି ଆବଶ୍ୟକତାକୁ ସହଜରେ ପୂରଣ କରିବାରେ ସାହାଯ୍ୟ କରିବ ।
- ସେମିକଣ୍ଡକ୍ଟର କ୍ଷେତ୍ରରେ ଚୁକ୍ତିନାମା
Dessa resultat kommer att ge ny energi och momentum till relationerna mellan Indien och Sverige. Och jag är övertygad om att partnerskapet mellan Indien och Sverige kommer att bidra meningsfullt till att bygga en mer välmående och framåtblickande planet. https://t.co/2YBSaTgyyT
— Narendra Modi (@narendramodi) May 18, 2026
- ନେଦରଲ୍ୟାଣ୍ଡରୁ ଫେରିବ 'ଚୋଳ ତାମ୍ରଫଳକ’
ପଢନ୍ତୁ ଏହି ଖବର: ସ୍ୱିଡେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନ
ସେହିପରି ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ କମ୍ପାନୀଗୁଡ଼ିକୁ ଭାରତରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଭାରତ ବର୍ତ୍ତମାନ ଟିକସ ବ୍ୟବସ୍ଥା, ଶ୍ରମ କୋଡ୍ ଏବଂ ଶାସନ ପ୍ରଣାଳୀରେ 'ନେକ୍ସଟ୍-ଜେନେରେସନ୍' ସଂସ୍କାର ଆଣିଛି, ଯାହାଫଳରେ ଭାରତରେ ମ୍ୟାନୁଫ୍ୟାକ୍ଚରିଂ ଏବେ ବେଶ୍ ବ୍ୟୟସାପେକ୍ଷ ଓ ଲାଭଦାୟକ ସାବ୍ୟସ୍ତ ହେଉଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବହୁଦେଶୀୟ ଗସ୍ତ କେବଳ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା ଓ ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories