Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Happy Birthday Amit Shah / ରାଜନୀତିରେ ଗୋଟି ଚାଳନାରେ ପାରଙ୍ଗମ, ଆତଙ୍କୀଙ୍କ ପାଇଁ ଆତଙ୍କ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ରାଜନୀତିରେ ଗୋଟି ଚାଳନାରେ ପାରଙ୍ଗମ, ଆତଙ୍କୀଙ୍କ ପାଇଁ ଆତଙ୍କ !

Key Points

ରାଷ୍ଟ୍ରସେବାରେ ନିରନ୍ତର ଯଶ ଓ ସଫଳତା କାମନା କଲେ ମୁ୍ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତୀୟ ରାଜନୀତିର ଚାଣକ୍ୟଙ୍କୁ ଶୁଭେଚ୍ଛାର ସୁଅ । ତାଙ୍କ ରାଜନୈତିକ ଗୋଟି ଚାଳନାର ବିରୋଧୀଙ୍କ ପାଖରେ ଜବାବ ନଥାଏ। ତାଙ୍କ ଶାଣିତ ଜବାବ ଶୁଣି ସଂସଦରେ ବିରୋଧୀଙ୍କ ମୁହଁ ବନ୍ଦ ହୋଇଯାଏ। ସେ ଭାରତୀୟ ରାଜନୀତିର ଚାଣକ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗୀ। ଦେଶର ଗୃହମନ୍ତ୍ରୀ। ବୁଧବାର ଅମିତ୍ ଶାହଙ୍କ ୬୧ ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼ କରିବାରେ ଅମିତ୍ ଶାହଙ୍କ ଭୂମିକାର ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଏହାସହ ପଢ଼ନ୍ତୁ:- ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

ରାଜନୀତିରେ ଗୋଟି ଚାଳନାରେ ପାରଙ୍ଗମ । ରାଷ୍ଟ୍ର ସେବା ପ୍ରତି ତାଙ୍କର ଅଟଳ ସମର୍ପଣ ଓ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବାରେ ତାଙ୍କର ସଫଳ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷା ଏବଂ ସମ୍ମାନର ସହ ଜୀବନଯାପନ ସୁନିଶ୍ଚିତ କରିବା ପାଇଁ ତାଙ୍କର ଅତୁଳନୀୟ ପ୍ରୟାସକୁ ଧନ୍ୟବାଦ ଦେଇଛନ୍ତି ମୋଦି । ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପାଇ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଅମିତ ଶାହ । ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ଯାତ୍ରାରେ ନିରନ୍ତର ସମର୍ଥନ ପାଇଁ ପିଏମ ମୋଦିଙ୍କୁ ଜଣାଇଛନ୍ତି କୃତଜ୍ଞତା।

ଏଥିସହ ପଢ଼ନ୍ତୁ: 'ଅପରେସନ ସିନ୍ଦୂରରେ ଭାରତ ଅନ୍ୟାୟର ପ୍ରତିଶୋଧ ନେଇଛି'

ଜନ୍ମଦିନରେ ଭାରତୀୟ ରାଜନୀତିର ଚାଣକ୍ୟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରସେବାରେ ନିରନ୍ତର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ପ୍ରେରଣାର ସ୍ରୋତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ରାଷ୍ଟ୍ରନିଷ୍ଠା ଓ ଅତୁଟ ସମର୍ପଣକୁ ଭୂୟଶୀ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଦଳୀୟ ପଦାଧିକାରୀ ବିଜେପିର ଚାଣକ୍ୟ, ରାଜନୀତିରେ ରଣନୀତି ପ୍ରସ୍ତୁତକାରୀ ଧୂରୀଣ ରାଜନେତା ଅମିତ ଶାହଙ୍କୁ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା ।

ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

ଶତ୍ରୁକୁ ସତରଞ୍ଜରେ ହରାଇବାରେ ମାହିର ଭାବେ ଶାହ ଯେତିକି ପରିଚିତ, ସଙ୍ଗଠନକୁ ଶକ୍ତିଶାଳୀ କରିବା ସହ ତୃଣମୂଳସ୍ତରରେ ଜନତାଙ୍କୁ ନ୍ୟାୟ ଦେବାରେ ସେତିକି ସମର୍ଥ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଞ୍ଚାୟତ ସ୍ତରରୁ ସଂସଦ ଯାଏ ବିଜେପିକୁ କ୍ଷମତାର ଶିଖରରେ ପହଞ୍ଚାଇବାରେ ତାଙ୍କର ରହିଛି ଗୁରୁତ୍ଵପୂର୍ଣ୍ଣ ଯୋଗଦାନ । ଦେଶରେ ଆତଙ୍କୀ ଶକ୍ତି ଓ ନକ୍ସଲ ଦମନ ଅଭିଯାନରେ ଶାହଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସାରା ବିଶ୍ବ ସ୍ବୀକାର କରିସାରିଛି । ୨୦୧୪ ଜୁଲାଇରେ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବା ପରେ କର୍ମୀଙ୍କୁ ଏଜଜୁଟ କରିବା ସହ ଦଳକୁ କ୍ଷମତାକୁ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଶାହ ।

୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ଵାଇର ଏକ ଗୁଜରାଟୀ ପରିବାରରେ ଅମିତ ଶାହଙ୍କ ଜନ୍ମ । ଗୃହମନ୍ତ୍ରିତ୍ୱ ସମୟରେ ତାଙ୍କର ରଣନୀତି ଓ ଯୁଗାନ୍ତକାରୀ ପଦକ୍ଷେପ ଦେଶର ସୁରକ୍ଷାକୁ ନିଶ୍ଚିତ କରିଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ସିଏଏ ସଂଶୋଧନ, ୟୁସିସି ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଭାରତ ନ୍ୟାୟ ସଂହିତା, ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅନ୍ତରୀଣ ସୁରକ୍ଷା ଉପରେ ଗୁରୁତ୍ବ ଆଦି ନିଷ୍ପତ୍ତି ଅମିତ ଶାହଙ୍କ ଉତ୍ତୁଙ୍ଗ ନେତୃତ୍ବର ପରିଚୟ ବନିଛି । ନିଜ ଜନ୍ମଦିନ ସହ ଶାହ ଅହମ୍ମଦାବାଦରେ ଗୁଜରାଟୀ ନୂତନ ବର୍ଷ ପାଳନ କରିଛନ୍ତି । ବାସଭବନରେ ପାରମ୍ପରିକ ରୀତିନୀତି ସହ ପରିଦର୍ଶକଙ୍କ ପାଇଁ ଉତ୍ସବ ଆୟୋଜିତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Happy Birthday Amit Shah | 'Widely Admired For His Dedication': PM Modi Extends Birthday Wishes To Amit Shah | Argus News