Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଗକୁ ଆସିବ ଏଲ୍-ନିନୋ; ବଢିପାରେ ଗରମ-ମରୁଡ଼ି ସମ୍ଭାବନା!

National

El Nino 2026 / ଆଗକୁ ଆସିବ ଏଲ୍-ନିନୋ; ବଢିପାରେ ଗରମ-ମରୁଡ଼ି ସମ୍ଭାବନା!

Subhramjit Ray
Browse all articles by Subhramjit Ray
·3 days ago·3 min read
ଆଗକୁ ଆସିବ ଏଲ୍-ନିନୋ; ବଢିପାରେ ଗରମ-ମରୁଡ଼ି ସମ୍ଭାବନା!
El Nino Impact India

Key Points

ବିଶ୍ୱ ପାଣିପାଗ ସଙ୍ଗଠନ ଚଳିତ ବର୍ଷ ଏଲ୍ ନିନୋ ପରିସ୍ଥିତି ଆହୁରି ଦୃଢ଼ ହେବ ବୋଲି ପୂର୍ବାନୁମାନ କରିଛି। ଏହି ଚେତାବନୀ ସମଗ୍ର ବିଶ୍ୱ ପାଇଁ ଗରମ ଏବଂ ମରୁଡ଼ିର ବିପଦକୁ ସଙ୍କେତ ଦେଉଛି।
El Nino Impact India: ଦେଶରେ ଏବେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଏବେ ୪୫ ଡିଗ୍ରୀ ଅତିକ୍ରମ କରି ସାରିଲାଣି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଲୋକେ ଖରା ଗରମରେ ଛଟପଟ ହେଉଛନ୍ତି। ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି କରୁଛି। ତାପମାତ୍ରା ପ୍ରତିଦିନ ନୂତନ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। ସବୁଠାରୁ ଚକିତ କରିବା ଭଳି କଥା ହେଉଛି ଚଳିତ ବର୍ଷ ମୌସୁମୀ ସମୟରେ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନେକ ରାଜ୍ୟରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାର ପୂର୍ବାନୁମାନ କରାଯାଉଛି। କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ଦେଶ ମଧ୍ୟ ପାଣିପାଗରେ ଏପରି ପରିବର୍ତ୍ତନ ସାମ୍ନା କରୁଛନ୍ତି। ବଦଳିବାରେ ଲାଗିଥିବା ପାଣିପାଗକୁ ନେଇ ପାଣିପାଗ ବିଜ୍ଞାନୀ ଚିନ୍ତିତ ହୋଇ ଉଠିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱ ପାଣିପାଗ ସଙ୍ଗଠନ (World Meteorological Organization) ଗ୍ରୀଷ୍ମ ପ୍ରବାହ ଏବଂ ମୌସୁମୀକୁ ନେଇ ଏକ ଚେତାବନୀ ଜାରି କରିଛି। ଏନେଇ କୁହାଯାଇଛି ଚଳିତ ବର୍ଷ ମେ ମାସରୁ ଜୁଲାଇ ମଧ୍ୟରେ "ଏଲ ନିନୋ" (El Nino 2026) ପରିସ୍ଥିତି ପୁଣି ସୃଷ୍ଟି ହୋଇପାରେ। ଭାରତ ଭଳି ଏକ କୃଷିପ୍ରଧାନ ଦେଶ ପାଇଁ ଏହି ଖବର କୌଣସି ସତର୍କ ଘଣ୍ଟି ଠାରୁ କମ୍ ନୁହେଁ। କାରଣ "ଏଲ ନିନୋ" ଦ୍ୱାରା ଚଳିତ ବର୍ଷ କୃଷି କାର୍ଯ୍ୟ ପ୍ରଭାବିତ ହୋଇପାରେ।

ବିଶ୍ୱ ପାଣିପାଗ ସଙ୍ଗଠନ ପୂର୍ବାନୁମାନ ଅନୁଯାୟୀ "ଏଲ୍ ନିନୋ" ପରିସ୍ଥିତି ଆସନ୍ତା ମାସରୁ ଅଧିକ ସକ୍ରିୟ ହେବାର ସମ୍ଭାବନା ଅଛି। ଯାହା ବୈଶ୍ୱିକ ତାପମାତ୍ରା ଏବଂ ବର୍ଷା ହେବାର ପ୍ରକ୍ରିୟାକୁ ପ୍ରଭାବିତ କରିବ। ମେ-ଜୁନ୍-ଜୁଲାଇ ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଏହି ସଙ୍କେତ ଦକ୍ଷିଣ-ଉତ୍ତର ଆମେରିକା, ମଧ୍ୟ ଆମେରିକା ଏବଂ କାରିବିଆନ୍, ଏବଂ ୟୁରୋପ ଏବଂ ଉତ୍ତର ଆଫ୍ରିକାରେ ବିଶେଷ ଭାବରେ ଶକ୍ତିଶାଳୀ ହୋଇଉଠିବ।

ଏହା ସହ ପଢନ୍ତୁ: ୪୫ ଠାରୁ ଅଧିକ ବିପଜ୍ଜନକ ୩୮ ଡିଗ୍ରୀ ତାପମାତ୍ରା; କେବେ ଏବଂ କେତେବେଳେ ଏହା ହୋଇଯାଏ ଘାତକ?

IMD ଦେଇସାରିଛି ଚେତାବନୀ

ପୂର୍ବରୁ ଭାରତ ପାଣିପାଗ ବିଭାଗ (IMD) ମଧ୍ୟ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ କମ୍ ରହିବା ନେଇ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ କହିଛି ଯେ ଚଳିତ ବର୍ଷ ଜୁନ୍ ଠାରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ବର୍ଷା ସ୍ୱାଭାବିକ ଠାରୁ କମ୍ ପରିମାଣ ହେବ। ଏପରିକି ଚଳିତ ବର୍ଷ ସ୍ୱାଭାବିକ ଠାରୁ ୮% ପର୍ଯ୍ୟନ୍ତ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ କହିଛି ଯେ "ଲା ନିନା" (La Nina) ପରିସ୍ଥିତି ଦୁର୍ବଳ ହେଉଥିବା ବେଳେ "ଏଲ୍ ନିନୋ" (El Nino) ପ୍ରଭାବ ବଢିବାରେ ଲାଗିଛି।

"ଏଲ ନିନୋ"-"ଲା ନିନା" କ’ଣ?

"ଏଲ ନିନୋ" ହେଉଛି ଏକ ପ୍ରାକୃତିକ ଜଳବାୟୁ ଘଟଣା। ଯାହା "ଲା ନିନା" ର ଠିକ୍ ବିପରୀତ। ଯାହା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଜଳବାୟୁ ଢାଞ୍ଚା ମଧ୍ୟରୁ ଗୋଟିଏ। ଏହି ଘଟଣା ବୈଶ୍ୱିକ ପାଣିପାଗକୁ ନୂଆ ରୂପ ଦେଇଥାଏ। ଯାହା ବିଭିନ୍ନ ଅଞ୍ଚଳରେ ବର୍ଷା, ମରୁଡ଼ି ଏବଂ ଅତିମାତ୍ରାର ପାଣିପାଗ ଘଟଣାକୁ ପ୍ରଭାବିତ କରେ। କେନ୍ଦ୍ରୀୟ ଏବଂ ପୂର୍ବ ବିଷୁବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ବୃଦ୍ଧି ହେବା ଦ୍ୱାରା "ଏଲ୍ ନିନୋ" ଚିହ୍ନିତ ହୋଇଥାଏ। ଏହା ସାଧାରଣତଃ ପ୍ରତି ୨ ରୁ ୭ ବର୍ଷରେ ଘଟିଥାଏ ଏବଂ ପ୍ରାୟ ୯ ରୁ ୧୨ ମାସ ପର୍ଯ୍ୟନ୍ତ ରହିଥାଏ।

"ଏଲ ନିନୋ" ପ୍ରଭାବରେ ପ୍ରଶାନ୍ତ ମହାସାଗରର ଜଳ ଅସ୍ୱାଭାବିକ ଭାବେ ଗରମ ହୋଇଥାଏ। ଯାହା ଦ୍ୱାରା ଦେଶରେ କମ୍ ବର୍ଷା ଏବଂ ମରୁଡ଼ି ହୁଏ। "ଲା ନିନା" ପ୍ରଭାବରେ ପ୍ରଶାନ୍ତ ମହାସାଗରର ଜଳ ଅସ୍ୱାଭାବିକ ଭାବେ ଥଣ୍ଡା ହୋଇଥାଏ। ଯାହା ଦ୍ୱାରା ଦେଶରେ ଅତ୍ୟଧିକ ବର୍ଷା ଏବଂ ବନ୍ୟା ପରିସ୍ଥିତି ଉପୁଜିଥାଏ।

ଏହା ସହ ପଢନ୍ତୁ: ପଶ୍ଚିମ ବିକ୍ଷୋଭ କ'ଣ? ଯାହା ପାଇଁ ବାରମ୍ବାର ବଦଳିଥାଏ ପାଣିପାଗ

ବିଶ୍ୱ ପାଣିପାଗ ସଂସ୍ଥା ଏବଂ ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ପୂର୍ବର "ଏଲ୍ ନିନୋ" ଦୁର୍ବଳ ହୋଇଛି। ଆଉ ଅନ୍ୟ ଏକ ଆଶ୍ୱସ୍ତି ହେଉଛି ଜୁନ୍-ଅଗଷ୍ଟ ମାସରେ "ଲା ନିନା" ସକ୍ରିୟ ହେବାର ୬୦-୭୦% ସମ୍ଭାବନା ଅଛି। "ଏଲ୍ ନିନୋ" ମୌସୁମୀକୁ ଦୁର୍ବଳ କରିଥାଏ। ଏହା ମୌସୁମୀ ଋତୁରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଭାରତ ବର୍ଷରେ କୃଷି ପ୍ରାୟତଃ ମୌସୁମୀ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇସାରିବା ମୌସୁମୀ ବର୍ଷା ଆଶ୍ୱସ୍ତି ପ୍ରଦାନ କରିଥାଏ। ଚଳିତ ବର୍ଷ କମ୍ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି।

ଗତ ଥର କିପରି ଥିଲା ସ୍ଥିତି?

ଶେଷ ଥର "ଏଲ୍ ନିନୋ" ଘଟଣା ୨୦୨୩ ଜୁନ୍ ମାସରେ ଆରମ୍ଭ ହୋଇଥିଲା ଯାହା ଦେଶକୁ ଅେନକାଂଶରେ ପ୍ରଭାବିତ କରିଥିଲା। ୧୨୩ ବର୍ଷ ମଧ୍ୟରେ ଅଗଷ୍ଟ ୨୦୨୩ ସବୁଠାରୁ ଶୁଷ୍କ ଥିଲା। ସେତେବେଳର ମୌସୁମୀ ଋତୁରେ ପ୍ରାୟ ୬% କମ୍ ବର୍ଷା ହୋଇଥିଲା। ବର୍ଷା ହ୍ରାସ ପାଇବା ଯୋଗୁଁ ଧାନ, ଡାଲି ଏବଂ ଆଖୁ ଉତ୍ପାଦନ ହ୍ରାସ ପାଇଥିଲା। ଯାହାର ଫଳସ୍ୱରୂପ, ସରକାରଙ୍କୁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡିଥିଲା। ଏହା ଦ୍ୱାରା ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥିଲା। CCCS ରିପୋର୍ଟ ଅନୁଯାୟୀ ୨୦୨୩ ବିଶ୍ୱ ସ୍ତରରେ ରେକର୍ଡ ହୋଇଥିବା ସବୁଠାରୁ ଗରମ ବର୍ଷ ରହିଥିଲା। ଶୀତଦିନେ ମଧ୍ୟ ଦେଶର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WMO Alert: El Niño May Return by May 2026, Sparking Global Heat & Drought | Argus News