Karwa Chauth / ହେ ଭଗବାନ ! ଏମିତି ବି ଆସେ ମୃତ୍ୟୁ, ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରୁଥିଲେ ନିଜେ ଚାଲିଗଲେ...

Key Points
ଆଶା ରାଣୀଙ୍କ ସ୍ୱାମୀଙ୍କ ନାଁ ତାରସେମ ଲାଲ ।
ଉଭୟଙ୍କର ଏକ ନାତୁଣୀ ମଧ୍ୟ ରହିଛି ।
ଯିଏ କି ସେଦିନ କରଓ୍ୱା ଚୌଥ ଉତ୍ସବ ପାଇଁ ଅନ୍ୟ ଏକ ସାଙ୍ଗ ଘରକୁ ଯାଇଥିଲା ।
ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରୁଥିଲେ । ହେଲେ ନିଜେ ଆରପାରିକୁ ଚାଲିଗଲେ । କରଓ୍ୱା ଚୌଥରେ ସ୍ୱାମୀଙ୍କ ଲମ୍ବା ଆୟୁ କାମନା କରି ଉପବାସ କରିଥିଲେ ମହିଲା । ହେଲେ ସେହି ଦିନ ହିଁ ତାଙ୍କ ଜୀବନ ଚାଲିଯିବ, ଏକଥା କିଏ ଜାଣିଥିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ପଞ୍ଜାବର ବରନାଳାରୁ । ମହିଳାଙ୍କ ବୟସ ୫୯ ଓ ତାଙ୍କ ନାଁ ଆଶା ରାଣୀ । ସେ କରଓ୍ୱା ଚୌଥ ଉତ୍ସବରେ ସାଙ୍ଗ ମାନଙ୍କ ସହ ନାଚ କରୁଥିବା ବେଳେ ତାଙ୍କ ଜୀବନ ଚାଲିଯାଇଛି । ସବୁଠାରୁ ବଡ଼ କଥା ହେଲା, ନାଚୁ ନାଚୁ ହଠାତ୍ ସେ ତଳେ ପଡ଼ିଯାଇଥିଲେ, ତାପରେ ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆଶା ରାଣୀଙ୍କ ପଡ଼ୋଶୀ କହିବା କଥା, କରଓ୍ୱା ଚୌଥରେ ମହିଳା ମାନେ ନିଜ ସ୍ୱାମୀଙ୍କ ଲମ୍ବା ଆୟୁସ ପାଇଁ ଦିନ ସାରା ଉପାସ ରହିଥାନ୍ତି । ତାପରେ ଜହ୍ନ ଦେଖିବା ପାରେ ସ୍ୱାମୀ ହାତରୁ ପାଣି ପିଇ ଉପବାସ ଭାଙ୍ଗନ୍ତି ଆଉ କିଛି ଖାଦ୍ୟ ଖାଇଥାନ୍ତି । ଆଶା ରାଣୀଙ୍କ ସ୍ୱାମୀଙ୍କ ନାଁ ତାରସେମ ଲାଲ । ଉଭୟଙ୍କର ଏକ ନାତୁଣୀ ମଧ୍ୟ ରହିଛି । ଯିଏ କି ସେଦିନ କରଓ୍ୱା ଚୌଥ ଉତ୍ସବ ପାଇଁ ଅନ୍ୟ ଏକ ସାଙ୍ଗ ଘରକୁ ଯାଇଥିଲା ।
ଏହାସହ ପଢ଼ନ୍ତୁ:- ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !
ତେବେ ସେହିଦନ ସନ୍ଧ୍ୟାରେ ଏତେଶୀଘ୍ର ଜହ୍ନ ନଜର ଆସିଲେ ନାହିଁ । ତେଣୁ କରଓ୍ୱା ଚୌଥ ବ୍ରତ ରଖିଥିବା ସମସ୍ତ ମହିଳା ଏକାଠି ହୋଇ ପଞ୍ଜାବୀ ଗୀତରେ ନାଚ କରିବା ଆରମ୍ଭ କରିଥିଲେ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେଠାରେ ଗୀତ ବାଜୁଥିଲା 'ଆଜି ସୁଯୋଗ ମିଳିଛି ଏନ୍ଜଏ କର, କାଲି କ'ଣ ହେବ କିଏ ଜାଣିଛି' । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । କିନ୍ତୁ ଆମେ ଆପଣଙ୍କୁ ତାହା ଦେଖାଇପାରିବୁ ନାହିଁ । ଭିଡିଓରେ ଆଶା ରାଣୀ ହଳଦିଆ ସାଢ଼ି ପିନ୍ଧି ଖୁବ୍ ଖୁସିରେ ନାଚୁଥିଲେ । ଗୀତର ତାଳେ ତାଳେ ସେ ଏକ୍ଦମ୍ ମସଗୁଲ ଥିଲେ । କିନ୍ତୁ ହଠାତ୍ କ'ଣ ହେଲା କେଜାଣି, ସେ ତଳେ ପଡ଼ିଗଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆଶା ରାଣୀ ନିସ୍ତେଜ ଥିଲେ । ତାଙ୍କୁ ଲୋକମାନେ ଯେତେ ଡାକିଲେ ବି ସେ ଆଉ ଶୁଣିଲେ ନାହିଁ ।
📱 Get Argus News App
✨ଏହାସହ ପଢ଼ନ୍ତୁ:- ଖୁସି ଖବର, PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି !
ତେଣୁ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଡ଼ୋଶୀଙ୍କ କହିବା କଥା, ଆଶା ରାଣୀଙ୍କ ପରିବାର ଲୋକେ ସମାଜ ସେବା ସହ ଜଡ଼ିତ । ତାଙ୍କ ମୃତ୍ୟୁ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ଏକଥା ଏବେ ବି ବିଶ୍ୱାସ କରିପାରୁନୁ ଯେ ତାଙ୍କର ମୃତ୍ୟୁ ହୋଇଛି । ଏମିତିକି ତାଙ୍କ ପରିବାର ଏବେ କେଉଁଭଳି ପରିସ୍ଥିତିରେ ଥିବ ତାହା ଭାବିଲା ବେଳକୁ ମନ ଭାରି ହୋଇପଡ଼ୁଛି । କରଓ୍ୱା ଚୌଥ ଭଳି ଦିନରେ ତାଙ୍କ ମୃତ୍ୟୁ ହେଲା ।
ଆଉ ଜଣେ ପଡ଼ୋଶୀ କହିଛନ୍ତି, ଆମେ ଏହି ଖବର ଶୁଣିବା ପରେ ବିଲକୁଲ ବିଶ୍ୱାସ ବି କରିପାରୁନଥିଲୁ । ସମସ୍ତଙ୍କଠାରୁ ଶୁଣିବା ପରେ ଆମର ବିଶ୍ୱାସ ହେଲା । କାରଣ ସେଭଳି ଜଣେ ମହିଳା ଏମିତି ହଠାତ ଚାଲିଯିବେ, ଆମେ କେହି କେବେ ଭାବି ନଥିଲୁ । ସେ ଖୁସିରେ ନାଚୁ ନାଚୁ ଚାଲିଗଲେ । ଏହି ଘଟଣା ଆମ ହୃଦୟକୁ ଖବ୍ ଆଘାତ ଦେଇଛି । ଜଣେ ମହିଳା ଯିଏ କି ସ୍ୱାମୀ ପାଇଁ ଉପବାସ କରୁଛି, ପୁଣି ସେ ନିଜେ ହିଁ ମରିଯାଉଛି । ଆମେ ଅନୁଭବ କରିପାରୁଛୁ, ତାଙ୍କ ପରିବାର ସହ ଏବେ କ'ଣ ବିତୁଥିବ ।
Related Topics
Explore more stories