Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....

National

ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....

ଅର୍ଗସ ବ୍ୟୁରୋ : ଅନଲାଇନ ସପିଂ, ଅନଲାଇନ ଫୁଡ ଡେଲିଭରୀ ଏବେର ବ୍ୟସ୍ତବହୁଳ ଲୋକଙ୍କ ଜୀବନର ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ବଞ୍ଚିବା ସହ ଅଳ୍ପ ସମୟରେ ନିଜ ମନପସନ୍ଦର ଜିନିଷ ପାଇ ପାରୁଛନ୍ତି ଗ୍ରାହକ । ହେଲେ ଟେକ୍ନୋଲୋଜି ଯେତେ ଉନ୍ନତ ହେଲେ ମଧ୍ୟ ସମସ୍ୟା ସେତେ ବଢୁଛି । କାରଣ ଏବେ ଅନେକ ସମୟରେ ଅନଲାଇନ ଫୁଡ ଡେଲିଭରୀକୁ ନେଇ ସମସ୍ୟା ଦେଖାଦେଇଛି । କେଉଁଠି ଖାଦ୍ୟ ନିମ୍ନମାନର ଦେଖିବାକୁ ମିଳିଥିବା ବେଳେ କେବେ ଖାଦ୍ୟର ଟେଷ୍ଟରେ ମଧ୍ୟ ଖରାପ ଦେଖିବାକୁ ମିଳିଛି । ସେହିପରି ଏବେ ଆଉ ଏକ ପୋଷ୍ଟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳା ଏକ ଖରାପ ଆଇସକ୍ରିମ ରିସିଭ କରିଥିବା ଶେୟାର କରିଛନ୍ତି ।

ଅଧିକ ପଢନ୍ତୁ : ଭାଇରାଲ ହେଉଛି ଛାତ୍ରଙ୍କ ଉତ୍ତର, ଆପଣ ବି ପଢିଲେ ରୋକିପାରିବେନି ହସ

ସେ ଲେଖିଛନ୍ତି, ସେ ଜେପ୍ଟୋରୁ ଏକ ଅମୁଲ ଆଇସକ୍ରିମ ଅର୍ଡର କରିଥିଲେ । ହେଲେ ସେଥିରୁ ଅଏଲ ଲିକୁଇଡ୍ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଏବଂ ଜେପ୍ଟୋ ନିଜର ଫ୍ରିଜ ମଧ୍ୟ ଚାଲୁ ରଖୁନାହାନ୍ତି । ଯାହାଦ୍ବାରା ଆଇସକ୍ରିମ ମଧ୍ୟ ପୁରା ତରଳ ଦେଖାଯାଉଛି ।  ଯେଉଁଥିରେ ଜେପ୍ଟୋରୁ ତୁରନ୍ତ ରିପ୍ଲାଏ ଆସିଛି ଯେ, " ଆମ ଦ୍ବାରା ଏପରି ଭୁଲ ହୋଇଥିବାରୁ ଆମେ ଅନୁତପ୍ତ । ଦୟାକରି ଆପଣଙ୍କ ରେଜିଷ୍ଟର କଣ୍ଟାକ୍ଟ ଡିଟେଲ୍ସ ନଚେତ ଆପଣଙ୍କ ଅର୍ଡର ଆଇ ଡି ଆମକୁ ପଠାନ୍ତୁ । ଆମେ ଆମ ଟିମ ଏ ବିଷୟରେ ଅଧିକ ସଚେତନ ହେବେ ।" ଯାହାକୁ ନେଇ ସେ ଲେଖିଛନ୍ତି, ସେ ଏ ବିଷୟରେ ତାଙ୍କର କଷ୍ଟ୍ୟୁମର କେୟାର ସହ କଥା ହୋଇ ସାରିଛନ୍ତି । ଏବଂ ଆଗାମୀ ଦିନରେ ଏଥିପ୍ରତି ସଚେତନ ରହିବାକୁ ତାଗିଦ ମଧ୍ୟ କରି ସାରିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
woman finds "oily frothy liquid" in ice cream order from zepto | Argus News