Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Viral stories

Zipline Safety Lock fails / ରାଇଡ୍ ବେଳେ ବିଫଳ ହେଲା ଜିପଲାଇନ୍ ସିକ୍ୟୁରିଟି ଲକ୍; ୪୦ ଫୁଟ ତଳେ ପଡ଼ିଗଲେ ପର୍ଯ୍ୟଟକ

Subhramjit Ray
Browse all articles by Subhramjit Ray
·15 hours ago·2 min read
 ରାଇଡ୍ ବେଳେ ବିଫଳ ହେଲା ଜିପଲାଇନ୍ ସିକ୍ୟୁରିଟି ଲକ୍; ୪୦ ଫୁଟ ତଳେ ପଡ଼ିଗଲେ ପର୍ଯ୍ୟଟକ
Zipline Safety Lock fails

Key Points

କ୍ୟାମେରାରେ କଏଦ ହୋଇଥିବା ଏହି ଭୟଙ୍କର ଘଟଣା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଇଛି। ଯାହା ଦୁଃସାହସିକ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇଛି।
Dandeli resort zipline ride accident Karnataka: କର୍ଣ୍ଣାଟକର ଡାଣ୍ଡେଲି ସ୍ଥିତ ଏକ ରିସୋର୍ଟ ଠାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏଠାକୁ ଆସିଥିବା ଜଣେ ପର୍ଯ୍ୟଟକ ଜିପଲାଇନ୍ ରାଇଡ୍ କରିବା ସମୟରେ ସୁରକ୍ଷା ବ୍ୟବସ୍ଥା ବିଫଳ ହେବା ଯୋଗୁଁ ସେ ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିପଲାଇନ୍ ସିକ୍ୟୁରିଟି ଲକ୍ ଏବେ ପ୍ରଶ୍ନ ଘେରକୁ ଆସିଯାଇଛି। ବିଜୟପୁରା ଅଞ୍ଚଳର କୁବେର ସୁରପୁର ନାମକ ପର୍ଯ୍ୟଟକ ଜିପଲାଇନ୍ ରାଇଡ୍ ବେଳେ ମଝି ରାସ୍ତାରେ ଖସିପଡ଼ିବା ପରେ ସେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଛି। କ୍ୟାମେରାରେ କଏଦ ହୋଇଥିବା ଏହି ଭୟଙ୍କର ଘଟଣା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଇଛି। ଯାହା ଦୁଃସାହସିକ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇଛି।

ଆହତ ପର୍ଯ୍ୟଟକ କୁବେର ସୁରପୁରଙ୍କ ପରିବାରର କହିବା ଅନୁଯାୟୀ, ସେ ରାଇଡ୍ କରିବା ସମୟରେ ଜିପଲାଇନ୍ ସିକ୍ୟୁରିଟି ଲକ୍ ଖସି ପଡ଼ିଥିଲା। ଯାହା ଫଳରେ ସେ ତଳେ ପଡ଼ି ଯାଇଥିଲେ। ପରିବାରବର୍ଗ ରିସର୍ଟ ପରିଚାଳନା ବିରୋଧରେ ଅବହେଳାର ଅଭିଯୋଗ ଆଣିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଜିପଲାଇନ୍ ରାଇଡ୍ ପାଇଁ ବ୍ୟବହୃତ ଉପକରଣରେ କଳଙ୍କି ଲାଗି ଯାଇଥିଲା ଏବଂ ଠିକ୍ ଭାବରେଏହାର ରକ୍ଷଣାବେକ୍ଷଣ କରାଯାଇ ନଥିଲା। କୁବେରଙ୍କୁ ବିଜୟପୁରାର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପୂର୍ବରୁ ପ୍ରଥମେ ଡାଣ୍ଡେଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବିଶେଷ ଚିକିତ୍ସା ଆବଶ୍ୟକ ଥିବାରୁ, ତାଙ୍କୁ ପରେ ମିରାଜ ସ୍ଥାନାନ୍ତର କରାଯାଇଥିଲା।

ଏହା ସହ ପଢନ୍ତୁ: ମୃତ୍ୟୁ ମୁହଁରୁ ଫେରିଆସିଲେ ପର୍ଯ୍ୟଟକ; ଭିଡ଼ିଓ ଭାଇରାଲ

ତାଙ୍କ ପରିବାର ରିସୋର୍ଟ ଠାରୁ ସେମାନଙ୍କର ଉତ୍ତରଦାୟିତ୍ୱ ଦାବି କରିଛନ୍ତି। ପରିବାରବର୍ଗ ଦାବି କରିଛନ୍ତି ଯେ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଯାଞ୍ଚ ଦ୍ୱାରା ଦୁର୍ଘଟଣାକୁ ରୋକା ଯାଇପାରିଥାନ୍ତା। ଏହି ଘଟଣା ଏବେ ଲୋକଙ୍କ ମନରେ ଅନେକ ଚିନ୍ତା ସୃଷ୍ଟି କରିଛି। ସେମାନେ ଭବିଷ୍ୟତରେ ସମାନ ଦୁର୍ଘଟଣାକୁ ରୋକିବା ପାଇଁ ଦୁଃସାହସିକ କ୍ରୀଡ଼ା ସୁବିଧା କେନ୍ଦ୍ରର କଠୋର ଯାଞ୍ଚ ଏବଂ ଏଥିପାଇଁ ବ୍ୟବହୃତ ହେଉଥିବା ଉପକରଣର ନିୟମିତ ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି।

ଏନେଇ ପ୍ରତିକ୍ରିୟା ରଖି ଜଣେ ୟୁଜର କହିଛନ୍ତି, ଏହା ଏକ ଭୟଙ୍କର ଜିପ୍ଲାଇନ୍ ଡିଜାଇନ୍। ବେଲ୍ଟ୍ ତାଙ୍କ ଶରୀରରେ ଲଗାଯିବା ଆବଶ୍ୟକ। ଯାହା ଦ୍ୱାରା ସେ ଜିପଲାଇନ୍ ରଶି ଛାଡିଲେ ମଧ୍ୟ ସେ ତଳେ ପଡ଼ିନଥାନ୍ତେ। ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି, "ମୁଁ ଅନୁମାନ କରୁଛି କିଛି ସାମାନ୍ୟ ଜରିମାନା ଲାଗିପାରେ। କିଛି ସପ୍ତାହ ଲାଗି ରିସୋର୍ଟ ବନ୍ଦ ରହିବା ପରେ ଏହା ପୁନର୍ବାର ଚାଲୁହେବା ପାଇଁ ପ୍ରସ୍ତୁତ ହୋଇଯିବ। ହେଲେ କୌଣସି ନ୍ୟାୟ ମିଳିବ ନାହିଁ।"




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored