Videos
|
National

CM Yogis response to Akhilesh Yadav / 'ପ୍ରଥମେ ରାମ ଭକ୍ତଙ୍କୁ କ୍ଷମା ମାଗ; ତା'ପରେ ଯାଇ ଅଯୋଧ୍ୟ ଆସ'

Subhramjit Ray
Browse all articles by Subhramjit Ray
·1 hour ago·2 min read
'ପ୍ରଥମେ ରାମ ଭକ୍ତଙ୍କୁ କ୍ଷମା ମାଗ; ତା'ପରେ ଯାଇ ଅଯୋଧ୍ୟ ଆସ'
CM Yogis response to Akhilesh Yadav

Key Points

ଅଯୋଧ୍ୟାରେ 'ଦୀପୋତ୍ସବ'ର ଦଶମ ସଂସ୍କରଣ (ହଜାର ହଜାର ମାଟି ଦୀପ ଜଳାଇବାର ଏକ କାର୍ଯ୍ୟକ୍ରମ) ସମୟରେ, ଆଦିତ୍ୟନାଥ କହିଥିଲେ, "ଯେଉଁମାନେ ଅଯୋଧ୍ୟାjs ରକ୍ତର ନଦୀ ବୁହାଇଥିଲେ, ସେମାନେ ମଧ୍ୟ ଏବେ ଅଯୋଧ୍ୟା କଥା ମନେ ପକାଉଛନ୍ତି।"
ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଅଯୋଧ୍ୟା ଗସ୍ତକୁ ନେଇ ଟାର୍ଗେଟ୍ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଯେଉଁମାନେ ରାମ ଭକ୍ତଙ୍କ ଉପରେ ଗୁଳିମାଡ଼ କରିଥିଲେ ଏବଂ ସାଧୁସନ୍ଥଙ୍କ ଉପରେ ଲାଠିଚାର୍ଜ କରିଥିଲେ ସେମାନେ ପ୍ରଥମେ କ୍ଷମା ମାଗିବା ପରେ ଯାଇ ଅଯୋଧ୍ୟା ଆସିପାରିବେ। ଶନିବାର (ନଭେମ୍ବର) ଅଯୋଧ୍ୟା ରାମକଥା ପାର୍କ ଠାରେ ଆୟୋଜିତ ଦଶମ ଦୀପୋତ୍ସବ କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ଉତ୍ସବ କରିବା ଅବସରରେ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁମାନେ ରାମ ଭକ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ, ସାଧୁ ସନ୍ଥଙ୍କ ଉପରେ ଲାଠିଚାର୍ଜ କରିଥିଲେ, ଅଯୋଧ୍ୟା ପ୍ରତି ଅବହେଳା କରିଥିଲେ ସେମାନେ ପ୍ରଥମେ ସେମାନଙ୍କ କାର୍ଯ୍ୟ ପାଇଁ ରାମ ଭକ୍ତ ଏବଂ ସନ୍ଥଙ୍କ ଠାରୁ କ୍ଷମା ମାଗିବା ପରେ ଯାଇ ଏହି ପବିତ୍ର ନଗରୀକୁ ଆସିବା ଆବଶ୍ୟକ।"

ଡିସେମ୍ବର ୧୨ ତାରିଖରେ ଅଯୋଧ୍ୟା ଆସୁଛନ୍ତି ଅଖିଳେଶ ଯାଦବ
ସମାଜବାଦୀ ପାର୍ଟି ନେତା ପବନ ପାଣ୍ଡେଙ୍କ ଘୋଷଣା ପରେ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ବୟାନ ଆସିଛି। ଗତକାଲି ସପା ନେତା ତଥା ଅଯୋଧ୍ୟାର ପୂର୍ବତନ ବିଧାୟକ ପବନ ପାଣ୍ଡେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ଆସନ୍ତା ଡିସେମ୍ବର ୧୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, "ଯେଉଁ ଅଯୋଧ୍ୟାରେ ଶ୍ରୀରାମଙ୍କ ନାମ ନେବା ପାଇଁ ଲାଠିଚାର୍ଜ ଏବଂ ଗୁଳିଚାଳନା କରାଯାଇଥିଲା, ଯେଉଁଠାରେ ରାମଙ୍କ ନାମକୁ ନିଷିଦ୍ଧ କରିବାର ପାପ କରାଯାଇଥିଲା ଏବଂ ଯେଉଁ ଅଯୋଧ୍ୟା ନଗରୀକୁ ସମ୍ପୂର୍ଣ୍ଣ ଅବହେଳିତ ଏବଂ ଅଭିଶପ୍ତ କରାଯାଇଥିଲା, ତାହା ଆଜି ପୁଣି ଥରେ ଜୀବନ୍ତ ହୋଇଉଠିଛି। ରାମ ନଗରୀ ଅଯୋଧ୍ୟା ଏବେ ତ୍ରେତୟା ଯୁଗର ସ୍ମୃତିକୁ ପୁନର୍ଜୀବିତ କରୁଛି।"

ଏହା ସହ ପଢନ୍ତୁ: ଆଗକୁ ଆସୁଛି ନିର୍ବାଚନ; ଅଯୋଧ୍ୟା ମୁହାଁ ଅଖିଳେଶ ଯାଦବ

ଅଯୋଧ୍ୟାର ରକ୍ତ ରଞ୍ଜିତ ଇତିହାସ କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ
ବିରୋଧି ଦଳର ନେତାଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ଯେଉଁମାନେ ଅଯୋଧ୍ୟାର ରାସ୍ତା ଘାଟକୁ ରକ୍ତ ରଞ୍ଜିତ କରିଥିଲେ, ସେମାନେ ଆଜି ସେମାନଙ୍କର ଲୋଭକୁ ନିୟନ୍ତ୍ରଣ କରିପାରୁ ନାହାଁନ୍ତି। ଯେତେବେଳେ ସେମାନେ କଥା(ପ୍ରବଚନ) କୁ ଯାଇଥାନ୍ତି, ସେମାନେ ଏହା ମଧ୍ୟ ଜାଣନ୍ତି ନାହିଁ ଯେ ଏହା ପ୍ରବଚନ କାର୍ଯ୍ୟକ୍ରମ ନା ମୁଶାୟରା। ହେଲେ ସେମାନଙ୍କର ଅବ୍ୟବସ୍ଥିତ ଆଚରଣ ଦ୍ୱାରା ସେମାନେ ଏହାକୁ ଅପବିତ୍ର କରିବାକୁ ଚେଷ୍ଟା କରିଥାନ୍ତି। ବିଜେପି ସରକାରଙ୍କ କାର୍ଯ୍ୟକାଳରେ ଅଯୋଧ୍ୟାରେ ହୋଇଥିବା ବିକାଶ ବିଷୟରେ ଉଲ୍ଲେଖ କରି ଯୋଗୀ କହିଛନ୍ତି, "ଯେଉଁମାନେ ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁଥିଲେ ସେମାନଙ୍କ ଏବେ ଏତେ ସଦବୁଦ୍ଧି ଆସିଗଲାଣି ଯେ ସେମାନେ ତାଙ୍କୁ ଗ୍ରହଣ କରୁଛନ୍ତି।" ବିଜେପି ସରକାରଙ୍କ ଅଧିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏବେ କେହି ଅଯୋଧ୍ୟାରେ ଦଙ୍ଗା ସୃଷ୍ଟି କରିବାକୁ ସାହସ କରିବେ ନାହିଁ।

ଦୀପୋତ୍ସବ କାର୍ଯ୍ୟକ୍ରମ ସହିତ ଅଯୋଧ୍ୟା ସହର ଆଲୋକିତ ହୋଇଉଠିଲା
ଶନିବାର ଅଯୋଧ୍ୟାରେ ଏକ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ସଙ୍ଗମ ପ୍ରଦର୍ଶିତ ହୋଇଥିଲା। ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ୩୬ ଲକ୍ଷରୁ ଅଧିକ ଦୀପର ଆଲୋକରେ ଆଲୋକିତ ହୋଇଉଠିଥିଲା। ସରୟୁ ନଦୀ କୂଳରୁ ମନ୍ଦିର, ରାସ୍ତା ଏବଂ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦୀପ ଜଳିଥିଲା। "ଶ୍ରୀରାମ, ଜୟ ରାମ, ଜୟ ଜୟ ରାମ," "ଜୟ ସିଆ ରାମ," ଏବଂ "ସିଆବର ରାମଚନ୍ଦ୍ର କି ଜୟ" ଧ୍ୱନି ସମଗ୍ର ଅଯୋଧ୍ୟା ନଗରୀରେ ପ୍ରତିଧ୍ୱନିତ ହୋଇଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: