Videos
|
Politics

Akhilesh Yadav Ayodhya Tour / ଆଗକୁ ଆସୁଛି ନିର୍ବାଚନ; ଅଯୋଧ୍ୟା ମୁହାଁ ଅଖିଳେଶ ଯାଦବ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଆଗକୁ ଆସୁଛି ନିର୍ବାଚନ; ଅଯୋଧ୍ୟା ମୁହାଁ ଅଖିଳେଶ ଯାଦବ
Akhilesh Yadav Ayodhya Tour

Key Points

କିଛି ଦିନ ପୂର୍ବେ ଅଯୋଧ୍ୟା ଗସ୍ତ ସମୟରେ ସପା ମୁଖିଆ ଅଖିଳେଶ ଯାଦବ ପବନ ପାଣ୍ଡେଙ୍କୁ ଗସ୍ତର ତାରିଖ ସ୍ଥିର କରିବାର ଦାୟିତ୍ୱ ଦେଇଥିଲେ।
୨୦୨୭ ବିଧାନସଭା ନିର୍ବାଚନକୁ ଏବେ ଠାରୁ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ହେଲେ ଏହି ନିର୍ବାଚନ ପୂର୍ବରୁ ଧର୍ମନଗରୀ ଅଯୋଧ୍ୟା ଚର୍ଚ୍ଚାରେ ରହିଛି। କାରଣ ବର୍ତ୍ତମାନ ସମୟରେ ଦୀପାବଳି ପାଇଁ ରାମ ନଗରୀ ଉତ୍ସବ ମୁଖର ହୋଇଉଠିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଆସନରୁ ଆଗାମୀ ବିଧାନସଭା ନିର୍ବାଚନ ଲଢନ୍ତି ବୋଲି ଚ୍ୟାଲେଞ୍ଜ ଦେଇଥିଲେ ସମାଜାବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଲେଶ ଯାଦବ। ଯାହାକୁ ନେଇ ଅଯୋଧ୍ୟା ନଗରୀ ଚର୍ଚ୍ଚାର ପରିସରରେ ରହିଥିଲା।

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଆସନ୍ତା ମାସରେ ଅଯୋଧ୍ୟା ଗସ୍ତ କରିବେ। ସପା ଅଧ୍ୟକ୍ଷଙ୍କ ଅଯୋଧ୍ୟା ଗସ୍ତ ସମ୍ପର୍କରେ ଘୋଷଣା କରିଛନ୍ତି ଦଳ ସ୍ଥା ନେତା ପୂର୍ବତନ ଅଯୋଧ୍ୟା ବିଧାୟକ ପବନ ପାଣ୍ଡେ। ଏକଥା ସେ ଛୋଟ ଦୀପାବଳି ଅବସରରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅଖିଳେଶ ଯାଦବ ଆସନ୍ତା ଡିସେମ୍ବର ୧୨ ତାରିଖରେ ତାଙ୍କ ପରିବାର ସହିତ ରାମନଗରୀରେ ପହଞ୍ଚିବେ ଏବଂ ଧାର୍ମିକ ସ୍ଥଳ ପରିଦର୍ଶନ କରିବେ।

ରାମ ଲଲ୍ଲା ଏବଂ ହନୁମାନଗଡ଼ି ଠାରେ କରିବେ ପୂଜାର୍ଚ୍ଚନା
ସପା ନେତା ପବନ ପାଣ୍ଡେଙ୍କ କହିବା ଅନୁଯାୟୀ ଅଯୋଧ୍ୟା ପହଞ୍ଚିବା ପରେ ଅଖିଳେଶ ଯାଦବ ପ୍ରଥମେ ହନୁମାନଗଡ଼ି ଠାରେ ପୂଜାର୍ଚ୍ଚନା କରିବେ। ଏହା ପରେ ସେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମ ଲଲ୍ଲାଙ୍କ ଦର୍ଶନ କରିବେ। ତାଙ୍କ ଗସ୍ତକୁ ନେଇ ସପା କର୍ମକର୍ତ୍ତା ଉତ୍ସାହିତ ହୋଇ ଉଠିଛନ୍ତି। ସପା ଅଧ୍ୟକ୍ଷଙ୍କ ଅଯୋଧ୍ୟା ଗସ୍ତ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି।

ଏହା ସହ ପଢନ୍ତୁ: 'ମୁଁ ବିଧାନସଭା ନିର୍ବାଚନ ଲଢ଼ିବି ନାହିଁ; ମୋ ପାଇଁ ଯାହା ଠିକ୍ ହେବ ମୁଁ ତାହା କରିବି'

ତାରିଖ ସ୍ଥିର କରିବାର ଦାୟିତ୍ୱ ପୂର୍ବରୁ ଦିଆଯାଇଥିଲା
କିଛି ଦିନ ପୂର୍ବରୁ ଅଯୋଧ୍ୟା ଗସ୍ତ ସମୟରେ, ଅଖିଳେଶ ଯାଦବ, ଦଳୀୟ ନେତା ପବନ ପାଣ୍ଡେଙ୍କୁ ତାଙ୍କ ଗସ୍ତ ପାଇଁ ତାରିଖ ସ୍ଥିର କରିବାର ଦାୟିତ୍ୱ ଦେଇଥିଲେ। ଏହା ପରେ, କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ ନିରନ୍ତର ଜାରି ରହିଥିଲା। ବର୍ତ୍ତମାନ ପବନ ପାଣ୍ଡେ ଡିସେମ୍ବର ୧୨ ତାରିଖ ଘୋଷଣା କରି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜନୈତିକ ଏବଂ ଧାର୍ମିକ ଉଭୟ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ
ଅଖିଳେଶ ଯାଦବଙ୍କ ଅଯୋଧ୍ୟା ଗସ୍ତକୁ ରାଜନୈତିକ ଏବଂ ଧାର୍ମିକ ଉଭୟ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ରାମ ମନ୍ଦିର ଗସ୍ତକୁ ନେଇ ସମର୍ଥକଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ରହିଛି। ଯାହାର ଫଳସ୍ୱରୂପ ଡିସେମ୍ବର ୧୨ ତାରିଖରେ ଏହି ଗସ୍ତ ରାଜ୍ୟ ରାଜନୀତିରେ ଆଲୋଚନାର ବିଷୟ ହେବାକୁ ଯାଉଛି।