Videos
|
National

UP CM Yogi Adityanath / 'ଭବ୍ୟ ଅଯୋଧ୍ୟା ଉପରେ କୌଣସି ମନ୍ଥରା କିମ୍ବା ମରିଚଙ୍କ କୁଦୃଷ୍ଟି ନପଡୁ' ମୁଖ୍ୟମନ୍ତ୍ରୀ ଯୋଗୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
'ଭବ୍ୟ ଅଯୋଧ୍ୟା ଉପରେ କୌଣସି ମନ୍ଥରା କିମ୍ବା ମରିଚଙ୍କ କୁଦୃଷ୍ଟି ନପଡୁ' ମୁଖ୍ୟମନ୍ତ୍ରୀ ଯୋଗୀ
UP CM Yogi Adityanath

Key Points

ଅଯୋଧ୍ୟାରେ ଦୀପାବଳି ମିଳନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏବେ ଅଯୋଧ୍ୟାରେ ରାମ ଭକ୍ତଙ୍କ ଉପରେ ଗୁଳି ଚାଳନା କରାଯିବ ନାହିଁ କିମ୍ବା 'ଜୟ ଶ୍ରୀ ରାମ' କହିବା ପାଇଁ କାହା ଉପରେ ଲାଠି ମାଡ଼ ହେବ ନାହିଁ।
ଅଯୋଧ୍ୟା ନଗରୀ ସ୍ଥିତ ନିଷାଦ ବସ୍ତିରେ ଆୟୋଜିତ ହୋଇଥିବା ଦୀପାବଳି ମିଳନ ସମାରୋହରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ଭକ୍ତଙ୍କ ଉପରକୁ ଆଉ ଗୁଳି ଚାଳନା କରାଯିବ ନାହିଁ କିମ୍ବା "ଜୟ ଶ୍ରୀ ରାମ" କହିବା ପାଇଁ କାହା ଉପରେ ଲାଠିଚାର୍ଜ କରାଯିବ ନାହିଁ। ସେ କହିଛନ୍ତି ଯେ ଆଜିର ଅଯୋଧ୍ୟା ଏକ ନୂତନ ପରିଚୟ ସହିତ ବିକାଶ ପଥରେ ଅଗ୍ରଗତି କରୁଛି। ପଞ୍ଚକୋଶୀ, ୧୪ କୋଶୀ ଏବଂ ୮୪ କୋଶୀ ପରିକ୍ରମା ଉପରେ କେହି ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ।

ଏହା ସହିତ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପ୍ରତିଜ୍ଞା କରିବାକୁ ଆହ୍ୱାନ କରିଛନ୍ତି ଯେ ଭବିଷ୍ୟତରେ ଅଯୋଧ୍ୟା ଉପରେ କୌଣସି ମନ୍ଥରା କିମ୍ବା ମରିଚଙ୍କ କୁଦୃଷ୍ଟି ନପଡୁ। ଅଯୋଧ୍ୟା ନଗରୀର ଗୌରବମୟ ଐତିହ୍ୟ ସୁରକ୍ଷିତ ରହୁ। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ନିଷାଦରାଜ, ମାତା ଶବରୀ, ବାନର ଏବଂ ଭାଲୁ ସମ୍ପ୍ରଦାୟଙ୍କ ସହାୟତାରେ ରାକ୍ଷସୀ ଶକ୍ତି ବିରୋଧରେ ଲଢ଼ିଥିଲେ। ସେହିପରି ନିଷାଦ ସମ୍ପ୍ରଦାୟ, ନାବିକ, ମତ୍ସ୍ୟଜୀବୀ, ସଫେଇ କର୍ମଚାରୀ ଏବଂ ଜନପ୍ରତିନିଧି ଅଯୋଧ୍ୟାର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସରକାର ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରିପାରିବେ। ହେଲେ ଏହି ଐତିହ୍ୟକୁ ସଂରକ୍ଷଣ କରିବାର ଦାୟିତ୍ୱ ମଧ୍ୟ ସ୍ଥାନୀୟ ଲୋକଙ୍କ ହାତରେ ରହିଛି। ମୁଖ୍ୟମନ୍ତ୍ରୀ ଆଶା କରିଥିଲେ ଯେ ନୂତନ ଅଯୋଧ୍ୟା ନିର୍ମାଣରେ ଅବଦାନ ଦେଇଥିବା ଲୋକଙ୍କୁ ଭବିଷ୍ୟତ ପିଢ଼ି ମନେ ରଖିବେ। ଏହି କାର୍ଯ୍ୟକ୍ରମରେ ସେ ସ୍ୱଚ୍ଛତା କର୍ମୀ, ନାବିକ, ମତ୍ସ୍ୟଜୀବୀ, ନିଷାଦ ସମ୍ପ୍ରଦାୟର ପ୍ରତିନିଧି ଏବଂ ଜନ ପ୍ରତିନିଧିଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ। ସେମାନଙ୍କୁ ଦୀପାବଳି ଉପହାର ପ୍ରଦାନ କରି କୃତଜ୍ଞତା ଜଣାଇଥିଲେ।

ଏହା ସହ ପଢନ୍ତୁ: ୩୦ ଲକ୍ଷ ଦୀପରେ ଆଲୋକିତ ହୋଇଉଠିଲା ରାମ ନଗରୀ; ଭାଙ୍ଗିଲା ପୁରୁଣା ରେକର୍ଡ଼

୨ ଦିନ ଧରି ଅଯୋଧ୍ୟାରେ ଅବସ୍ଥାନ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଚଳିତ ବର୍ଷ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଦିନ ଶନିବାର ଏବଂ ରବିବାର (ନଭେମ୍ବର ୭-୮) ଅଯୋଧ୍ୟାରେ ଅବସ୍ଥାନ କରିଥିଲେ। ଏହି ସମୟୟରେ ସେ ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ, ରାଜ୍ୟାଭିଷେକ, ସରୟୁ ଆରତୀ ଏବଂ ଦୀପ ପ୍ରଜ୍ଜ୍ୱଳନ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆନନ୍ଦ ଉଲ୍ଲାସର ସହ ସମଗ୍ର ଦେଶରେ ପାଳିତ ହୋଇଯାଇଛି ଆଲୋକର ପର୍ବ ଦୀପାବଳି। ଆଲୋକର ଏହି ପର୍ବ ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ। ଏହି ଅବସରରେ ଉତ୍ସବ ମୁଖର ହୋଇଉଠିଥିଲା ରାମ ନଗରୀ ଅଯୋଧ୍ୟା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭୁ ଶ୍ରୀରାମଙ୍କ ରଥ ଟାଣି ଚଳିତ ବର୍ଷ ଆୟୋଜିତ ହେଉଥିବା ଦଶମ ଦୀପୋତ୍ସବର ଶୁଭାରମ୍ଭ କରିଥିଲେ। ଏଥର ରାମ ନଗରୀରେ ୩୦ ଲକ୍ଷ ଦୀପ ଜଳାଇ ସମଗ୍ର ସହରକୁ ଦିବ୍ୟ ଆଲୋକରେ ଆଲୋକିତ କରାଯାଇଥିଲା।