UP CM Yogi Adityanath / ଦୀପାବଳି ପ୍ରଦୂଷଣ ବିତର୍କରେ ମୁହଁ ଖୋଲିଲେ ଯୋଗୀ, ବାଣ ଫୁଟାକୁ କଲେ ସମର୍ଥନ
·1 hour ago·2 min read

Key Points
ଦୀପାବଳି ପରେ ବାୟୁ ପ୍ରଦୂଷଣ ବିତର୍କକୁ ନେଇ ମୁହଁ ଖୋଲିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ବାଣ ଫୁଟାକୁ ସମର୍ଥନ କରିବା ସହ ପ୍ରଦୂଷଣ ସମୟ ସହ ହ୍ରାସ ପାଇବ ବୋଲି କହିଛନ୍ତି। ଏଥିସହ ଦୁର୍ନୀତିକୁ ନେଇ ଚିନ୍ତା ପ୍ରକାଶ କରୁନଥବା ଲୋକଙ୍କୁ ଟାର୍ଗେଟ କରିଛନ୍ତି।
ଲକ୍ଷ୍ନୌ (11/11): ଦୀପାବଳି ପରେ ବାୟୁ ପ୍ରଦୂଷଣ ବିଷୟ ଚାଲିଥିବା ବିତର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୀପାବଳିରେ ହୋଇଥିବା ଆତସବାଜି ଏବଂ ବାଣ ଫୁଟାକୁ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ସମର୍ଥନ କରିଛନ୍ତି। ବୁଧବାର (୧୧ ନଭେମ୍ବର) ଏକ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଲୋକ ବହୁତ ଉତ୍ସାହର ସହିତ ଦୀପାବଳି ପାଳନ କରିଛନ୍ତି। ଅନ୍ୟପଟେ ସରକାର ଏଥର ଦୀପାବଳି ପାଳନ ଉପରେ କୌଣସି କଟକଣା ଲଗାଇ ନାହାଁନ୍ତି। ଯୋଗୀ କହିଛନ୍ତି ଯେ ଯଦି ପ୍ରଦୂଷଣ ବୃଦ୍ଧି ପାଇଛି, ତାହେଲେ ସମୟ ସହିତ ଏହା ହ୍ରାସ ପାଇବ, କିନ୍ତୁ ଦୁର୍ନୀତି ଦ୍ୱାରା ସମଗ୍ର ବ୍ୟବସ୍ଥାକୁ ପ୍ରଦୂଷିତ କରିଥିବା ଲୋକଙ୍କୁ କେହି ପ୍ରଶ୍ନ କରନ୍ତି ନାହିଁ।
୧୧୪୬ ଯୁବକଙ୍କୁ ବଣ୍ଟାଗଲା ନିଯୁକ୍ତି ପତ୍ର
ଯୋଗୀ ଆଦିତ୍ୟନାଥ ଏକ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଏହି ବକ୍ତବ୍ୟ ରଖିଥିଲେ। ଏହି ସମୟରେ ସେ ୧୧୪୬ ନବନିଯୁକ୍ତ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ କିଷାନ ଦୁର୍ଘଟଣା କଲ୍ୟାଣ ଯୋଜନା ଅଧିନରେ ୪୩୦୦ ହିତାଧିକାରୀଙ୍କୁ ୨୧୫ କୋଟିର ସହାୟତା ରାଶି ମଧ୍ୟ ବଣ୍ଟନ କରିଥିଲେ।
"ଯଦି ପ୍ରଦୂଷଣ ହୋଇଛି, ତାହେଲେ ଏହା ମଧ୍ୟ ଶେଷ ହେବ"
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଦୀପାବଳି ପରେ ଅନେକ ଲୋକ ପ୍ରଦୂଷଣ ବିଷୟରେ ଆଲୋଚନା କରୁଛନ୍ତି। ହେଲେ ଏହି ପ୍ରସଙ୍ଗ କେବଳ ପର୍ବପର୍ବାଣୀ ସମୟରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଠାଯାଇଥାଏ। ସେ କହିଥିଲେ, "ଆପଣ ମାନେ ଦୀପାବଳି ପାଳନ କରିଛନ୍ତି ଏବଂ ଅନେକ ଲୋକ କହୁଛନ୍ତି ଯେ ଏହା ଦ୍ୱାରା ପ୍ରଦୂଷଣ ସୃଷ୍ଟି ହୋଇଛି। ହେଲେ ଆମେ କହିଥିଲୁ ଯେ ପ୍ରଦୂଷଣ ହୋଇଯାଇଛି, ଆଉ ଏହା ଶେଷ ହୋଇଯିବ, ଆପଣ କାହିଁକି ଚିନ୍ତା କରୁଛ?" ସେ ଆହୁରି କହିଛନ୍ତି ଯେ ଯେଉଁମାନେ ଗୋଟିଏ ଦିନର ଆତସବାଜି ଉପରେ ଚିନ୍ତା ପ୍ରକାଶ କରୁଛନ୍ତି ସେମାନେ ଦୁର୍ନୀତି ଏବଂ ବେଆଇନ୍ କାର୍ଯ୍ୟ ମାଧ୍ୟମରେ ସମଗ୍ର ବ୍ୟବସ୍ଥାକୁ ପ୍ରଭାବିତ କରିଥିବା ଲୋକଙ୍କୁ ପ୍ରଶ୍ନ କରନ୍ତି ନାଁ ନାହିଁ।
ଏହା ସହୱ ପଢନ୍ତୁ: 'ଭବ୍ୟ ଅଯୋଧ୍ୟା ଉପରେ କୌଣସି ମନ୍ଥରା କିମ୍ବା ମରିଚଙ୍କ କୁଦୃଷ୍ଟି ନପଡୁ' ମୁଖ୍ୟମନ୍ତ୍ରୀ ଯୋଗୀ
ଅଯୋଧ୍ୟାରେ ଦୀପୋତ୍ସବ ବିଷୟରେ କଲେ ଉଲ୍ଲେଖ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ଦୀପାବଳି ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଲୋକଙ୍କୁ ମୁକ୍ତ ଭାବରେ ଉତ୍ସବ ପାଳନ କରିବାର ସୁଯୋଗ ଦିଆଯାଇଛି। ସେ କହିଛନ୍ତି, "ଲୋକ ଭଲ କରିଛନ୍ତି; ସେମାନେ ବହୁତ ଆତସବାଜି ସହିତ ଦୀପାବଳି ମହା ଆଡମ୍ବର ଏବଂ ପ୍ରଦର୍ଶନ ସହିତ ପାଳନ କରିଥିଲେ। ଆମେ କହିଥିଲୁ ଯେ, ଭାଇ, ଆମେ କୌଣସି ପ୍ରତିବନ୍ଧକ ଲଗାଇବୁ ନାହିଁ। ମୁଁ ମଧ୍ୟ ଅଯୋଧ୍ୟାରେ ହୋଇଥିବା ଆତସବାଜିରେ ଉପସ୍ଥିତ ରହିଥିଲି।" ମୁଖ୍ୟମନ୍ତ୍ର ଯୋଗୀ କହିଥିଲେ ଯେ ଯେତେବେଳେ ଲୋକେ କୌଣସି ଉତ୍ସବ ପାଳନ କରନ୍ତି, ସେତେବେଳେ ଅନେକ ପ୍ରଦୂଷଣ ବିଷୟରେ ସଚେତନ ହୋଇଉଠିନ୍ତି। ହେଲେ ସମାଜ ଏବଂ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟ ବିଷୟରେ କେବେ ଆଲୋଚନା ହୁଏ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ, ୨୦୧୭ ପୂର୍ବ ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ରାଜ୍ୟରେ କୌଣସି ପର୍ବପର୍ବାଣୀ ସମୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ କହିଛନ୍ତି ଯେ ପୂର୍ବରୁ ହୋଲି, ଦୀପାବଳି, ବିଜୟାଦଶମୀ, ଜନ୍ମାଷ୍ଟମୀ, ଶିବରାତ୍ରି, ଖ୍ରୀଷ୍ଟମାସ, ଇଦ, ଗୁରୁ ପର୍ବ କିମ୍ବା ମକର ସଂକ୍ରାନ୍ତି ଭଳି ପର୍ବ ପୂର୍ବରୁ ଦଙ୍ଗା ହେଉଥିଲା। ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଲୋକ ଶାନ୍ତିପୂର୍ଣ୍ଣ ଭାବରେ ପର୍ବ ପର୍ବାଣୀ ପାଳନ କରୁଛନ୍ତି।

Related Topics
Explore more stories