Yogi Adityanath Bulldozer Factory / ବୁଲଡୋଜର ଏବେ ୟୁପିର ବ୍ରାଣ୍ଡ, କାରଖାନା ନିର୍ମାଣ ପାଇଁ କମ୍ପାନୀକୁ ଯୋଗୀଙ୍କ ଆହ୍ୱାନ
·59 mins ago·2 min read

Key Points
ଉତ୍ତର ପ୍ରଦେଶରେ ବୁଲଡୋଜର ନିର୍ମାଣ କାରଖାନା ସ୍ଥାପନ ପାଇଁ CNH ଇଣ୍ଡଷ୍ଟ୍ରିଆଲ୍ କମ୍ପାନୀକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜେୱାର ଠାରେ କମ୍ପାନୀର ଟ୍ରାକ୍ଟର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସେ ବୁଲଡୋଜରକୁ ୟୁପିର ବ୍ରାଣ୍ଡ ବୋଲି କହିଥିଲେ। ଏହି ଟ୍ରାକ୍ଟର କାରଖାନାରେ ୧୨୦୦ କୋଟିରୁ ଅଧିକ ଟଙ୍କା ନିବେଶ ହେବ।
ଗୁରୁବାର (ନଭେମ୍ବର ୧୨) ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜ୍ୟର ବୁଲଡୋଜର କାରଖାନା ନିର୍ମାଇ କରିବାକୁ କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାଜ୍ୟରେ ବୁଲଡୋଜର ଉତ୍ପାଦନ କାରଖାନା ସ୍ଥାପନ କରିବାକୁ କମ୍ପାନୀକୁ ନିବେଦନ କରିଥିଲେ। ଏନେଇ ସେ କହିଥିଲେ ଯେ ବୁଲଡୋଜର ଏବେ ଉତ୍ତର ପ୍ରଦେଶର ପରିଚୟ (ବ୍ରାଣ୍ଡ) ପାଲଟିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୌତମ ବୁଦ୍ଧ ନଗରର ଜେୱାର ଠାରେ ଟ୍ରାକ୍ଟର ନିର୍ମାଣ କମ୍ପାନୀ CNH ଇଣ୍ଡଷ୍ଟ୍ରିଆଲ କାରଖାନା ପାଇଁ ଭର୍ଚ୍ୟୁଆଲ୍ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯମୁନା ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ (YEIDA) ଅଧିନରେ ନିର୍ମିତ ହେବାକୁ ଥିବା ଏହି କାରଖାନାରେ ୧୨୦୦ କୋଟିରୁ ଅଧିକ ନିବେଶ ହେବ।
କ'ଣ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ?
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରି କହିଥିଲେ, "ଆପଣ ଉତ୍ତର ପ୍ରଦେଶର ବୁଲଡୋଜର ବିଷୟରେ ନିଶ୍ଚୟ ଶୁଣିଥିବ। ତେଣୁ, ମୁଁ CNH କୁ କହିବି ଯେ ଆପଣ ଏଠାକୁ ଟ୍ରାକ୍ଟର ତିଆରି କରିବାକୁ ଆସିଛନ୍ତି। ଯଦି ଆପଣ ଉତ୍ତର ପ୍ରଦେଶରେ ବୁଲଡୋଜର ନିର୍ମାଣ କରନ୍ତି, ତାହେଲେ ଦେଶ ଏବଂ ବିଦେଶରେ ସ୍ୱତଃ ପ୍ରବୃତ୍ତ ଭାବରେ ଏହାର ପ୍ରବଳ ଚାହିଦା ରହିବ। କାରଣ ଏହା ଏଠାରେ ଏକ ବ୍ରାଣ୍ଡ ପାଲଟିଛି। ଉତ୍ତର ପ୍ରଦେଶରେ ମାଫିଆ ଶାସନ ଶେଷ ହୋଇଯାଇଛି। ରାଜ୍ୟରେ ବର୍ତ୍ତମାନ ଆଇନର ଶାସନ ଚାଲିଛି। ଅପରାଧ ଏବଂ ଅପରାଧିଙ୍କ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି ସହିତ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଯୋଗୁଁ, ଉତ୍ତର ପ୍ରଦେଶ ଏକ ପ୍ରମୁଖ ନିବେଶ କେନ୍ଦ୍ରରେ ପରିଣତ ହୋଇଛି।
ଏହା ସହ ପଢନ୍ତୁ: ଦୀପାବଳି ପ୍ରଦୂଷଣ ବିତର୍କରେ ମୁହଁ ଖୋଲିଲେ ଯୋଗୀ, ବାଣ ଫୁଟାକୁ କଲେ ସମର୍ଥନ
ଉତ୍ତର ପ୍ରଦେଶରେ, "ବୁଲଡୋଜର ନ୍ୟାୟ" (Bulldozer Justice), ଅର୍ଥାତ ବୁଲଡୋଜର ସାହାଯ୍ୟରେ ବେଆଇନ ନିର୍ମାଣ ଭାଙ୍ଗିବାର କାର୍ଯ୍ୟାନୁଷ୍ଠାନ ଯୋଗୀ ଆଦିତ୍ୟନାଥଙ୍କୁ ଜଣେ କଠୋର ମୁଖ୍ୟମନ୍ତ୍ରୀ ଭାବରେ ରାଜନୈତିକ ଖ୍ୟାତି ଦେଇଛି। ଉତ୍ତର ପ୍ରଦେଶର ଉଦାହରଣ ଅନୁସରଣ କରି, ଅନ୍ୟ ବିଜେପି ଶାସିତ ରାଜ୍ୟର ସରକାର ମଧ୍ୟ ଅପରାଧିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୁଲଡୋଜର ବ୍ୟବହାର କରୁଛନ୍ତି।
ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଉଠିଛି ପ୍ରଶ୍ନ
ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ କେବଳ ଏକ ମାମଲାରେ ଅଭିଯୁକ୍ତ ହୋଇଥିବାରୁ ସେମାନଙ୍କ ଘର ଭାଙ୍ଗି ଦିଆଯାଇଛି। ହେଲେ ତଥାପି ପ୍ରଶାସନ ପକ୍ଷରୁ କୁହାଯାଇ ସାରିଛି ଯେ ଭଙ୍ଗାଯାଇଥିବା କୋଠା ବେଆଇନ ନିର୍ମାଣ ଥିଲା। ଗତ ୨୦୨୪ରେ, "ବୁଲଡୋଜର ନ୍ୟାୟ" ବିରୋଧରେ ଏକ ଆବେଦନର ଶୁଣାଣି କରିବା ସମୟରେ, ସୁପ୍ରିମକୋର୍ଟ ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଥିଲେ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, "କେବଳ ଏକ ମାମଲାରେ ଅଭିଯୁକ୍ତ ଥିବାରୁ କ'ଣ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦିଆଯାଇ ପାରିବ କି? ଯଦିଓ ଜଣେ ବ୍ୟକ୍ତି ଦୋଷୀ ପ୍ରମାଣିତ ହୁଅନ୍ତି, ତାହେଲେ ଆଇନର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନକରି ତାଙ୍କ ଘର ଭଙ୍ଗା ଯାଇପାରିବ ନାହିଁ। ଏହି ପ୍ରସଙ୍ଗ ସହିତ ଜଡି଼ତ ଚିନ୍ତାର ସମାଧାନ ପାଇଁ ଆମେ ସମଗ୍ର ଦେଶ ପାଇଁ କିଛି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଉଛୁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: