Akhilesh Yadav Infiltrator Remarks / ଅନୁପ୍ରବେଶକାରୀ ବୟାନ ଲାଗି ସପା ମୁଖିଆ; ଇତିହାସ ମନେ ପକାଇଦେଲେ ମୁଖ୍ୟମନ୍ତ୍ରୀ ଧାମୀ
·57 mins ago·2 min read

Key Points
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି X ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ତାଙ୍କ ପିତାଙ୍କ ଶାସନ ସମୟରେ ଉତ୍ତରାଖଣ୍ଡ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଆଜି ତାଙ୍କ ପୁଅ ଉତ୍ତରାଖଣ୍ଡ ଲୋକଙ୍କୁ ଅନୁପ୍ରବେଶକାରୀ ବୋଲି କହୁଛନ୍ତି।
ଉତ୍ତରାଖଣ୍ଡ ଲୋକଙ୍କୁ ଅନୁପ୍ରବେଶକାରୀ ବୋଲି କହିବା ଫସି ଯାଇଛନ୍ତି ସମାଜବାଦୀ ପାର୍ଟି (ସପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ ସୃଷ୍ଟି କରିଛି। ସପା ମୁଖିଆ ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିବାକୁ ହୁଏତ ଏପରି ବୟାନ ଦେବାକୁ ଚାହୁଁଥିଲେ।
ହେଲେ ସେ ଭୁଲ ବଶତଃ ଉତ୍ତରାଖଣ୍ଡର ଲୋକଙ୍କ ବିଷୟରେ ଏପରି ଏକ ବୟାନ ଦେଇଥିଲେ ଯାହାକୁ ନେଇ ଏବେ ସରଗରମ ହୋଇଉଠିଛି ରାଜନୀତି। ଏବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହାକୁ ରାଜ୍ୟ ପାଇଁ ଅପମାନ ବୋଲି କହିଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଖିଳେଶ ଯାଦବ କହିଥିଲେ, "ଉତ୍ତର ପ୍ରଦେଶରେ ସବୁଠାରୁ ବଡ଼ ଅନୁପ୍ରବେଶକାରୀ ଉତ୍ତରାଖଣ୍ଡର ଅଛନ୍ତି। ଏଥିପାଇଁ ଅନୁପ୍ରବେଶକାରୀର ପରିଭାଷା ନିର୍ଣ୍ଣୟ କରାଯିବା ଆବଶ୍ୟକ।"
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, "ଉତ୍ତରାଖଣ୍ଡ ହେଉଛି ଉଭୟ ଦେବଭୂମି ଏବଂ ବୀରଭୂମି। ଏହି ପବିତ୍ର ଭୂମି ଦେଶକୁ ସନ୍ଥ, ସୈନିକ ଏବଂ ଜାତୀୟ ସେବାରେ ସମର୍ପିତ ଅନେକ ବ୍ୟକ୍ତିତ୍ୱ ଦେଇଛି। ଅଖିଳେଶ ଯାଦବ ମହୋଦୟ, ଉତ୍ତରାଖଣ୍ଡର ଲୋକଙ୍କୁ ଅନୁପ୍ରବେଶକାରୀ କହିବା ଦେବଭୂମି ଏବଂ ଆମ ସଂଘର୍ଷ, ଆମର ସ୍ୱାଭିମାନ ପ୍ରତି ଅପମାନ। ଉତ୍ତରାଖଣ୍ଡର ଲୋକ ଭୁଲି ନାହାଁନ୍ତି ଯେ ଯେତେବେଳେ ତାଙ୍କ ପିତା ମୁଲାୟମ ସିଂହ ଯାଦବ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମୁଜାଫରନଗର ଜିଲ୍ଲାର ରାମପୁର ତିରାହା ଠାରେ ଉତ୍ତରାଖଣ୍ଡ ରାଜ୍ୟ ମାନ୍ୟତା ଦାବି କରୁଥିବା ଶହ ଶହ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା।"
ଏହା ସହ ପଢନ୍ତୁ: 'ଚ୍ୟାଲେଞ୍ଜ ଦେବା ପରେ ପଛକୁ ହଟନ୍ତୁ ନାହିଁ ଅଖିଳେଶ ଯାଦବ; ମୁକାବିଲା ପାଇଁ ରୁହନ୍ତୁ ପ୍ରସ୍ତୁତ'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଟ୍ୱିଟ୍ କରି ଲେଖିଛନ୍ତି ଯେ ତାଙ୍କ ପିତାଙ୍କ ମୁଲାୟମ ସିଂହ ଯାଦବଙ୍କ ସରାକାର ସମୟରେ, ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ଦାବି କରୁଥିବା ପ୍ରତିବାଦକାରୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଏବେ ତାଙ୍କ ପୁଅ ଅଖିଲେଶ ଯାଦବ ଉତ୍ତରାଖଣ୍ଡ ଲୋକଙ୍କୁ ଅନୁପ୍ରବେଶକାରୀ କହୁଛନ୍ତି!ଉତ୍ତରାଖଣ୍ଡ ଲୋକ କେବେ ହେଲେ ସେମାନଙ୍କ ସଂଘର୍ଷ ଏବଂ ବଳିଦାନକୁ ଭୁଲି ପାରିବେ ନାହିଁ।
କଂଗ୍ରେସ କ'ଣ ଏହାର ରାଜନୈତିକ ସହଯୋଗୀ ଅଖିଳେଶ ଯାଦବଙ୍କ ଏପରି ବୟାନକୁ ସମର୍ଥନ କରେ? କଂଗ୍ରେସ କ'ଣ ଉତ୍ତରାଖଣ୍ଡ ଲୋକମାନଙ୍କୁ ଅନୁପ୍ରବେଶକାରୀ ବୋଲି କହିବାକୁ ଗ୍ରହଣ କରେ? କଂଗ୍ରେସ ଦେବଭୂମି ଲୋକଙ୍କ ସାମ୍ନାରେ ଏହାର ଉତ୍ତର ରଖିବା ଆବଶ୍ୟକ। ସପା ମୁଖିଆ କହୁଛନ୍ତି ଯେ ଏହି ଲୋକ ହିନ୍ଦୁସ୍ତାନୀ ପରିଚୟକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନେ ଲୋକଙ୍କୁ ବିଶ୍ୱାସ ସହିତ ଖେଳୁଛନ୍ତି। ଗଣମାଧ୍ୟମ ମଧ୍ୟ ଏ ବିଷୟରେ ଅବଗତ ରହିଛି।