Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Youtuber / ପରିଚୟ ଲୁଚାଇ ହିନ୍ଦୁ ୟୁଟବରଙ୍କୁ ଫସାଇଥିଲେ ! ଏବେ ଜେଲ୍‌ରେ...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ପରିଚୟ ଲୁଚାଇ ହିନ୍ଦୁ ୟୁଟବରଙ୍କୁ ଫସାଇଥିଲେ ! ଏବେ ଜେଲ୍‌ରେ...

Key Points

ନିକଟ ଅତୀତରେ ମଧ୍ୟ ତାର ଏକ ଫିଲ୍ମ ରିଲିଜ ହୋଇଛି।

ଖାଲି ସେତିକି ନୁହେଁ, ମନି ମେରାଜ ଆଇପିଏଲ ସମୟରେ ଜିଓ ଟିଭିରେ ଭୋଜପୁରୀ କମେଣ୍ଟ୍ରି ମଧ୍ୟ କରୁଥିଲା।

ଉତ୍ତର ପ୍ରଦେଶ ଗାଜିଆବାଦର ଖୋଡ଼ା ପୋଲିସ, ବିହାରର ରାଜଧାନୀ ପାଟନାରୁ ଜଣେ ଲୋକପ୍ରିୟ ୟୁଟ୍ୟୁବର ଏବଂ ଭୋଜପୁରୀ ଅଭିନେତା ମନି ମେରାଜଙ୍କୁ ଗିରଫ କରିଛି। ମନି ମେରାଜଙ୍କ ବିରୋଧରେ ଜଣେ ସାଥୀ ମହିଳା ୟୁଟ୍ୟୁବର ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ମନି ମେରାଜ୍ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଛନ୍ତି ଏବଂ ବଳପୂର୍ବକ ଧର୍ମାନ୍ତରୀକରଣ ଓ ଗର୍ଭପାତ କରାଇବାକୁ ଚେଷ୍ଟା କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ପାଟନାରୁ ଗାଜିଆବାଦକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ଏବଂ ଅଧିକ ତଦନ୍ତ କରୁଛି ।


ଏହାସହ ପଢ଼ନ୍ତୁ:- ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !


ଗିରଫ ହୋଇଥିବା ମନି ମେରାଜ, ସୋସିଆଲ ମିଡିଆରେ ଏକ ଜଣାଶୁଣା ନାଁ। ଏସିପି ଇନ୍ଦିରାପୁରମ (ଗାଜିଆବାଦ) ଅଭିଷେକ ଶ୍ରୀବାସ୍ତବ ତା'ର ଗିରଫଦାରୀ ନେଇ ସ୍ପଷ୍ଟ କରିଛନ୍ତି। ମନି ମେରାଜର କାହାଣୀ ଖୁବ୍‌ ଆକର୍ଷଣୀୟ । ସେ ପ୍ରଥମେ ଚିକେନ କାଟି ଲୋକଙ୍କୁ ବିକ୍ରି କରୁଥିଲା । ଧୀରେ ଧୀରେ, ସେ କମେଡି ଭିଡିଓ ତିଆରି କରିବା ଆରମ୍ଭ କଲା । ତା'ର ଫଲୋଅର୍ସ ମଧ୍ୟ ବଢ଼ି ଚାଲିଲେ । ତା ଲକ୍ଷ ଲକ୍ଷ ଫ୍ୟାନ ଫଲୋଇଂ ବଢ଼ିଲା । ସେ ଅନେକ ଭୋଜପୁରୀ ଫିଲ୍ମରେ ମଧ୍ୟ ଅଭିନୟ କରିଛି । ନିକଟ ଅତୀତରେ ମଧ୍ୟ ତାର ଏକ ଫିଲ୍ମ ରିଲିଜ ହୋଇଛି। ଖାଲି ସେତିକି ନୁହେଁ, ମନି ମେରାଜ ଆଇପିଏଲ ସମୟରେ ଜିଓ ଟିଭିରେ ଭୋଜପୁରୀ କମେଣ୍ଟ୍ରି ମଧ୍ୟ କରୁଥିଲା।

ମହିଳା YouTuberଙ୍କ ଗୁରୁତର ଅଭିଯୋଗ

ଖୋଡା ଅଞ୍ଚଳରେ ରହୁଥିବା ପୀଡିତା ମହିଳା YouTuber, ସେପ୍ଟେମ୍ବର ୧୮ ତାରିଖରେ ମନି ମେରାଜଙ୍କ ବିରୋଧରେ ଥାନାରେ ଏକ ମାମଲା ଦାୟର କରିଥିଲେ। ମହିଳା ଜଣକ ମନି ମେରାଜଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସେହି ଅଭିଯୋଗ ଗୁଡ଼କ ହେଲା, ମନି ମେରାଜ ପ୍ରଥମେ ନିଜର ପ୍ରକୃତ ପରିଚୟ ଲୁଚାଇ ମହିଳାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ତାପରେ ଧିରେ ଧିରେ ଯେତେବେଳେ ସମ୍ପର୍କ ଆଗକୁ ବଢ଼ିଲା, ସେମାନେ ଭେଟା ଭେଟି ହୋଇଥିଲେ । ଆଉ ଏହାରି ଭିତରେ ସେ ଏକ ଥଣ୍ଡା ପାନୀୟରେ ନିଶା ମିଶାଇ ମହିଳାଙ୍କୁ ବେହୋସ କରିଥିଲେ ଏବଂ ପରେ ତାଙ୍କ ଦୁଷ୍କର୍ମ କରିଥିଲେ। ତାପରେ ବିବାହର ପ୍ରତିଶ୍ରୁତି ଦେଇ ୩ ବର୍ଷ ପର୍ଯ୍ୟନ୍ତ ଲଗାତର ତାଙ୍କ ସହ ଦୁଷ୍କର୍ମ କରିଥିଲେ ମନି ମେରାଜ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ଖୁସି ଖବର, PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି !


ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ମନି ଏବଂ ତାର ପରିବାର ଲୋକେ ଇସଲାମ ଧର୍ମ ଗ୍ରହଣ କରିବାକୁ ଜବରଦସ୍ତି କରୁଥିଲେ। ଏଥିରେ ରାଜି ନହେବାରୁ ମହିଳାଙ୍କୁ ମାରପିଟ୍‌ ମଧ୍ୟ କରୁଥିଲେ । ଏମିତିକି କଲମା ପଢ଼ିବାକୁ ବାଧ୍ୟ କରୁଥିଲେ, ଗୋମାଂସ ଖାଇବାକୁ ମଧ୍ୟ ଜବରଦସ୍ତି କରୁଥିଲେ ।

ଖାଲି ସେତିକି ନୁହେଁ, ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ ମନି ମେରାଜ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ ଏବଂ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୋଲିସ ତଦନ୍ତ କରିଥିଲା ​​ଏବଂ ଅଭିଯୋଗ ସତ ଜାଣିବା ପରେ ପାଟନାରେ ମନି ମେରାଜଙ୍କୁ ଗିରଫ କରିଥିଲା। ପୋଲିସ ଏବେ ଏହି ମାମଲାରେ ଅଧିକ ତଦନ୍ତ କରୁଛି ।

Related Topics

Explore more stories

Sponsored
YouTuber arrested for raping Bhojpuri actor; accused coerced, forced her to convert to Islam | Argus News