Videos
|
National

Zakir Naik IRF Ban / ଜାକିର ନାଏକଙ୍କ ସଙ୍ଗଠନ IRF ଉପରେ ଆଉ ୫ ବର୍ଷ ବଢ଼ିଲା ବ୍ୟାନ୍, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି!

Subhramjit Ray
Browse all articles by Subhramjit Ray
·1 hour ago·3 min read
ଜାକିର ନାଏକଙ୍କ ସଙ୍ଗଠନ IRF ଉପରେ ଆଉ ୫ ବର୍ଷ ବଢ଼ିଲା ବ୍ୟାନ୍, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି!
5 Year IRF Ban Extension (Photo Source: Social Media/AI)

Key Points

କେନ୍ଦ୍ର ସରକାର ବିବାଦୀୟ ଇସଲାମିକ୍ ପ୍ରଚାରକ ଜାକିର ନାଏକଙ୍କ ସଙ୍ଗଠନ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (IRF) ଉପରେ ଲାଗିଥିବା ପ୍ରତିବନ୍ଧକକୁ ଆଉ ୫ ବର୍ଷ ବୃଦ୍ଧି କରିଛନ୍ତି। UAPA ଆଇନ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଜାତୀୟ ସୁରକ୍ଷା, ସାମ୍ପ୍ରଦାୟିକ ସଦ୍ଭାବ ଓ ଦେଶର ଅଖଣ୍ଡତା ପ୍ରତି ବିପଦ ଥିବା ନେଇ ସରକାର ଚିନ୍ତା ପ୍ରକାଶ କରିଛନ୍ତି।




















ଆତଙ୍କବାଦ ଦମନ ଅଭିଯାନ ଅଧିନରେ କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ବିବାଦୀୟ ଇସଲାମିକ୍ ପ୍ରଚାରକ ଜାକିର ନାଏକଙ୍କ ସଙ୍ଗଠନ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ) ଉପରେ ପ୍ରତିବନ୍ଧକକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅଧିନରେ ଶୁକ୍ରବାର (ନଭେମ୍ବର ୧୩) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସଙ୍ଗଠନର କାର୍ଯ୍ୟକଳାପ ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ବିପର୍ଯ୍ୟସ୍ତ କରିବା ଏବଂ ଦେଶର ଧର୍ମନିରପେକ୍ଷ ଗଠନକୁ ଦୁର୍ବଳ କରିବାର ଆଶଙ୍କା ରହିଛି। ପୂର୍ବରୁ ଏହି ସଙ୍ଗଠନକୁ ଗତ ୨୦୧୬ ଏବଂ ୨୦୨୧ ବର୍ଷରେ ନିଷିଦ୍ଧ କରାଯାଇଥିଲା।

୨୦୨୬ ନଭେମ୍ବର ୧୪ ତାରିଖରେ ଶେଷ ହୋଇଥିଲା ପ୍ରତିବନ୍ଧକ ଅବଧି
୧୯୬୭ ୟୁଏପିଏ (UAPA) ଧାରା-୩, ଉପଧାରା (୧) ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଏହାର କ୍ଷମତା ପ୍ରୟୋଗ କରି ଆଇଆରଏଫ (IRF) କୁ ଏକ ବେଆଇନ ସଙ୍ଗଠନ ଘୋଷଣା କରି ଏକ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରତିବନ୍ଧକ ସରକାରୀ ଗେଜେଟ୍ ବିଜ୍ଞପ୍ତି ପ୍ରକାଶିତ ହେବା ତାରିଖରୁ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। IRF ଉପରେ ପୂର୍ବରୁ ଲାଗିଥିବା ପ୍ରତିବନ୍ଧକ ୨୦୨୬ ନଭେମ୍ବର ୧୪ ତାରିଖରେ ଶେଷ ହୋଇଥିଲା। ସରକାର ଏବେ ଏହାର ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

୧୯୯୧ ମସିହାରେ ଜାକିର ନାଏକ ପ୍ରତିଷ୍ଠା କରିଥିଲେ ସଙ୍ଗଠନ
ବିବାଦୀୟ ଇସଲାମିକ୍ ପ୍ରଚାରକ ଜାକିର ନାଏକ ଗତ ୧୯୯୧ ମସିହାରେ ମୁମ୍ବାଇ ଠାରେ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (IRF) ନାମକ ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ସେ ଭାରତ ଛାଡି଼ ମାଲେସିଆ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କର ସ୍ଥାୟୀ ବାସସ୍ଥାନ ରହିଛି। କେନ୍ଦ୍ର ସରକାର ପ୍ରଥମେ ଏହି ସଙ୍ଗଠନକୁ ୨୦୧୭ ନଭେମ୍ବର ୧୭ ତାରିଖରେ ଏକ ବେଆଇନ ସଙ୍ଗଠନ ଘୋଷଣା କରିଥିଲେ। ଏହା ସହିତ IRF ଉପରେ ୫ ବର୍ଷ ପାଇଁ ନିଷେଧାଦେଶ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୧ ନଭେମ୍ବର ୧୫ ତାରିକରେ ଏହି ପ୍ରତିବନ୍ଧକକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା।

ଉତ୍ତେଜକ ଭାଷଣ ଏବଂ ସାମ୍ପ୍ରଦାୟିକ ବିଦ୍ୱେଷ ପ୍ରସାର କରିବାର ରହିଛି ଅଭିଯୋଗ
ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ଏଜେନ୍ସି ଏବଂ ଗୁଇନ୍ଦା ସଂସ୍ଥା ଜାକିର ନାଏକ ଏବଂ IRF ଉପରେ ଉତ୍ତେଜକ ଭାଷଣ ଦେବା ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଧାର୍ମିକ ବିଦ୍ୱେଷ ଏବଂ ଘୃଣା ପ୍ରସାର କରୁଥିବାର ଅଭିଯୋଗ ଆଣିଛି। ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ IRF ଏବଂ ଏହାର ସଦସ୍ୟ ବିଶେଷକରି ସଙ୍ଗଠନର ପ୍ରତିଷ୍ଠାତା ଏବଂ ସଭାପତି, ଜାକିର ଅବଦୁଲ କରିମ ନାଏକ, ଓରଫ ଡକ୍ଟର ଜାକିର ନାଏକ, ଧର୍ମ ଆଧାରରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଏବଂ ଗୋଷ୍ଠୀ ମଧ୍ୟରେ ଶତ୍ରୁତା, ଘୃଣା ଏବଂ ବିଦ୍ୱେଷ ବଢାଉଛନ୍ତି କିମ୍ବା ଏହାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ସରକାରଙ୍କ ଅନୁଯାୟୀ, ଏପରି କାର୍ଯ୍ୟକଳାପ ଦେଶର ଅଖଣ୍ଡତା ଏବଂ ସୁରକ୍ଷା ପାଇଁ କ୍ଷତିକାରକ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ତାଲିବାନ ପ୍ରତିବନ୍ଧକକୁ ସମର୍ଥନ କରି ବିବାଦରେ ଜାକିର ନାଏକ; ପାକିସ୍ତାନ ଠାରୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ସବୁଠି ହେଉଛି ପ୍ରତିବାଦ

ଟିଭି, ଇଣ୍ଟରନେଟ୍ ଏବଂ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର କରୁଥିବାର ହୋଇଛି ଅଭିଯୋଗ
ଗୃହ ମନ୍ତ୍ରଣାଳୟ ଜାକିର ନାଏକଙ୍କ ବକ୍ତବ୍ୟ ଏବଂ ଭାଷଣକୁ ଆପତ୍ତିଜନକ ଏବଂ ବିଧ୍ୱଂସକାରୀ ବୋଲି ବର୍ଣ୍ଣନା କରିଛି। ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ଏହି ଭାଷଣ ମାଧ୍ୟମରେ ସେ ବିଭିନ୍ନ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଏବଂ ଘୃଣାକୁ ପ୍ରୋତ୍ସାହିତ କରିଥିଲେ। ଏକ ନିର୍ଦ୍ଦିଷ୍ଟ ଧର୍ମର ଯୁବକଙ୍କୁ ଭାରତ ଏବଂ ବିଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଉସୁକାଇଥିଲେ। ଜାକିର ନାଏକ ଆନ୍ତର୍ଜାତୀୟ ସାଟେଲାଇଟ୍ ଟିଭି ନେଟୱାର୍କ, ଇଣ୍ଟରନେଟ୍, ମୁଦ୍ରିତ ଏବଂ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ତାଙ୍କର ବକ୍ତବ୍ୟ ଏବଂ ଭାଷଣ ପ୍ରସାର କରୁଛନ୍ତି।

ଦେଶର ଏକତା ଏବଂ ସୁରକ୍ଷା ପାଇଁ ବିପଦଜନକ
ଗୃହ ମନ୍ତ୍ରଣାଳୟ ଆଶଙ୍କା କରୁଛି ଯେ ଯଦି IRF ଦ୍ୱାରା ହେଉଥିବା ବେଆଇନ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରାନଯାଏ, ତାହେଲେ ସଙ୍ଗଠନ ଏହାର ଧ୍ୱଂସକାରୀ କାର୍ଯ୍ୟକଳାପ ଜାରି ରଖିପାରେ। ଏହାର ପଳାତକ କର୍ମକର୍ତ୍ତାଙ୍କୁ ପୁନର୍ଗଠିତ କରିବାକୁ, ସାମ୍ପ୍ରଦାୟିକ ସଂଘର୍ଷ ସୃଷ୍ଟି କରିବାକୁ, ଦେଶ ବିରୋଧି ଭାବନାକୁ ଉସକାଇବାକୁ ଏବଂ ଉଗ୍ରବାଦକୁ ସମର୍ଥନ କରି ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ଚେଷ୍ଟା କରିପାରେ। ମନ୍ତ୍ରଣାଳୟ କହିଛି ଯେ ଏହି ସଙ୍ଗଠନର ଏପରି କାର୍ଯ୍ୟକଳାପ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ କ୍ଷତିକାରକ।

UAPA ଟ୍ରିବ୍ୟୁନାଲ୍ ମଧ୍ୟ ଏହି ନିଷେଧାଦେଶକୁ ଜଣାଇଛି ସମର୍ଥନ
UAPA ଧାରା ୫ ଅନୁଯାୟୀ ଗଠିତ ବେଆଇନ କାର୍ଯ୍ୟକଳାପ ନିବାରଣ ଟ୍ରିବ୍ୟୁନାଲ୍ ଏହି ସଙ୍ଗଠନକୁ (IRF) ନିଷେଧ କରିବାର ନିଷ୍ପତ୍ତି ସମୀକ୍ଷା କରିଥିଲା। ୨୦୧୭ ମେ ୨୨ ଏବଂ ୨୦୨୨ ମାର୍ଚ୍ଚ ୩୦ ତାରିଖରେ ଏହାର ଆଦେଶରେ, ଟ୍ରିବ୍ୟୁନାଲ୍ ନିଶ୍ଚିତ କରିଛି ଯେ ସଙ୍ଗଠନକୁ ବେଆଇନ ଘୋଷଣା କରିବା ପାଇଁ ପର୍ଯ୍ୟାପ୍ତ କାରଣ ରହିଛି।