Zubeen Garg Death Mystery / ଜୁବିନଙ୍କ ବ୍ୟାଣ୍ଡମେଟଙ୍କ ବଡ଼ ଖୁଲାସା; କହିଲେ, ଦୁର୍ଘଟଣା ନୁହେଁ ତାଙ୍କୁ ଦିଆଯାଇଥିଲା ବିଷ

Key Points
ଜୁବିନଙ୍କ ମୃତ୍ୟୁ ନେଇ ବଡ଼ ଖୁଲାସା । ମ୍ୟାନେଜରଙ୍କ ନାଁରେ ବଡ଼ ଅଭିଯୋଗ କଲେ ଜୁବିନଙ୍କ ବ୍ୟାଣ୍ଡମେଟ୍ । କହିଲେ...
ନୂଆ ମୋଡ଼ ନେଲା ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲା । ବଡ଼ ଖୁଲାସା କରିଛନ୍ତି ଜୁବିନଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ବାମୀ । ସେ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଓ ଇଭେଣ୍ଟ ଆୟୋଜକ ଶ୍ୟାମକାନୁ ମହନ୍ତଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ଶେଖର ଜ୍ୟୋତି ଗୋସ୍ବାମୀ କହିଛନ୍ତି, ସିଦ୍ଧାର୍ଥ ଓ ଶ୍ୟାମକାନୁ ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ । ପରେ ତାଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ ।
ସାକ୍ଷୀ ରୂପେ ଦେଇଥିବା ବୟାନରେ ଗୋସ୍ୱାମୀ କହିଛନ୍ତି ଯେ ଜୁବିନଙ୍କ ମୃତ୍ୟୁ ପୂର୍ବରୁ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ଆଚରଣ ସନ୍ଦେହଜନକ ଥିଲା । ତେବେ ଜୁବିନଙ୍କ ମୃତ୍ୟୁ ପରେ ତାଙ୍କ ମ୍ୟାନେଜରଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି । ତାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଭଳି ଗମ୍ଭୀର ଜାମିନ ବିହୀନ ଦଫା ସବୁ ଲାଗିଛି ।
ଅଧିକ ପଢ଼ନ୍ତୁ: ବିହାରରୁ ଫେରିଲେ ବଡ଼ ଘୋଷଣା କରିବେ ନିର୍ବାଚନ କମିଶନ
ସେହିପରି ଗୋସ୍ୱାମୀ ଆହୁରି କହିଛନ୍ତି ଯେ ସିଦ୍ଧାର୍ଥ ଶର୍ମା ସିଙ୍ଗାପୁରର ପାନ୍ ପାସିଫିକ୍ ହୋଟେଲରେ ଜୁବିନଙ୍କ ସହିତ ରହୁଥିଲେ । ଏକ ୟାଟ୍ ଯାତ୍ରା ସମୟରେ ମ୍ୟାନେଜର ବଳପୂର୍ବକ କ୍ୟାପ୍ଟେନଙ୍କଠାରୁ ୟାଟ୍ ନିୟନ୍ତ୍ରଣ ନେଇଥିଲେ, ଯାହା ଫଳରେ ୟାଟଟି ସମୁଦ୍ରରେ ବିପଦପୂର୍ଣ୍ଣ ଭାବରେ ଦୋହଲି ଯାଇଥିଲା । ଯାହା ସମସ୍ତଙ୍କ ଜୀବନକୁ ବିପଦରେ ପକାଇଥିଲା ।
ଗୋସ୍ୱାମୀ ଏହା ମଧ୍ୟ ଦାବି କରିଛନ୍ତି ଯେ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଆସାମ ଆସୋସିଏସନ୍ ସିଙ୍ଗାପୁରର ସଦସ୍ୟ ତନ୍ମୟ ଫୁକନଙ୍କୁ ଡିଙ୍କ୍ସର ବ୍ୟବସ୍ଥା କରିବାକୁ କହିଥିଲେ । ସେ କହିଛନ୍ତି ଯେ ଯେତେବେଳେ ଜୁବିନ୍ ନିଶ୍ୱାସ ନେବାରେ କଷ୍ଟ ପାଉଥିଲେ ଏବଂ ବୁଡ଼ିବାକୁ ଲାଗିଥିଲେ ତାଙ୍କ ମ୍ୟାନେଜର ଚିତ୍କାର କରୁଥିଲେ, "ଜାବୋ ଦେ, ଜାବୋ ଦେ" ଅର୍ଥାତ ତାଙ୍କୁ ଛାଡ଼ିଦିଅ ।
📱 Get Argus News App
✨ସେହିପରି ଗୋସ୍ୱାମୀ ଆହୁରି କହିଛନ୍ତି ଯେ ଜୁବିନ୍ ଜଣେ ତାଲିମପ୍ରାପ୍ତ ପହଁରାଳୀ ଥିଲେ । ତେଣୁ ସେ ପାଣିରେ ବୁଡ଼ି ମୃତ୍ୟୁବରଣ କରିବା ଅସମ୍ଭବ । ସେ ଅଭିଯୋଗ କରିଛନ୍ତି ଯେ ସିଦ୍ଧାର୍ଥ ଶର୍ମା ଏବଂ ଶ୍ୟାମକାନୁ ମହନ୍ତ ଜୁବିନଙ୍କୁ ବିଷ ଦେଇଥିଲେ ଏବଂ ଷଡ଼ଯନ୍ତ୍ରକୁ ଲୁଚାଇବା ପାଇଁ ସିଙ୍ଗାପୁରକୁ ସ୍ଥାନ ଭାବରେ ବାଛିଥିଲେ।
ସିଦ୍ଧାର୍ଥ ଶର୍ମାଙ୍କ ବିରୁଦ୍ଧରେ ଗୋସ୍ୱାମୀଙ୍କ ଗମ୍ଭୀର ଅଭିଯୋଗ
ଶେଖର ଜ୍ୟୋତି ଗୋସ୍ୱାମୀ କହିଛନ୍ତି ଯେ ଯେତେବେଳେ ଜୁବିନଙ୍କ ମୁହଁ ଏବଂ ନାକରୁ ଫେଣ ବାହାରୁଥିଲା । ସେ ସମୟରେ ସିଦ୍ଧାର୍ଥ ଏହାକୁ ଏସିଡ୍ ରିଫ୍ଲେକ୍ସ ବୋଲି କହିଥିଲେ ଏବଂ ଏହାକୁ ନେଇ ଅନ୍ୟମାନଙ୍କୁ ଚିନ୍ତା ନ କରିବାକୁ କହିଥିଲେ ।
ତେବେ ଗୋସ୍ବାମୀଙ୍କ ଏସବୁ ଅଭିଯୋଗକୁ ପଚରାଉଚରା ସମୟରେ ସିଦ୍ଧାର୍ଥ ଶର୍ମା ଏବଂ ଶ୍ୟାମକାନୁ ମହନ୍ତ ଅସ୍ବୀକାର କରିଛନ୍ତି । କିନ୍ତୁ ତଦନ୍ତକାରୀ ସଂସ୍ଥା ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି ।
Related Topics
Explore more stories