Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / ଦିଲ୍ଲୀରେ ଝଲସିବ ଓଡ଼ିଶାର ଗୌରବ…ଜେଏଲଏନ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ‘ଓଡ଼ିଶା ପର୍ବ-୨୦୨୬’

Ritu Das
Browse all articles by Ritu Das
·4 months ago·2 min read
ଦିଲ୍ଲୀରେ ଝଲସିବ ଓଡ଼ିଶାର ଗୌରବ…ଜେଏଲଏନ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ‘ଓଡ଼ିଶା ପର୍ବ-୨୦୨୬’
India

Key Points

ମାର୍ଚ୍ଚ ୧୩ରୁ ୧୫ ତାରିଖ ଦିଲ୍ଲୀରେ ଓଡ଼ିଶା ପର୍ବ || ଦିଲ୍ଲୀରେ ଝଲସିବ ଓଡିଶାର କଳା ସଂସ୍କୃତି ଓ ଐତିହ୍ୟ || ଯେଉଁଥିରେ ଓଡିଶାର ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ ସହ ପଟ୍ଟଚିତ୍ରର ଭବ୍ୟତାର ପ୍ରଦର୍ଶିତ ହେବ
ଆଜିଠୁ ୩ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହେଉଛି ‘ଓଡ଼ିଶା ପର୍ବ -୨୦୨୬ । ଦିଲ୍ଲୀରେ ଝଲସିବ ଓଡିଶାର କଳା ସଂସ୍କୃତି ଓ ଐତିହ୍ୟ । ଯେଉଁଥିରେ ଓଡିଶାର ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ ସହ ପଟ୍ଟଚିତ୍ରର ଭବ୍ୟତାର ପ୍ରଦର୍ଶିତ ହେବ। ଏଥି ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟର ପସରାର ଆସର ଜମିବ।

ଓଡ଼ିଆ ଖାଦ୍ୟ, ନାଚ, ଗୀତ, କଳା କାରିଗରୀର ଝଲକ ଦେଖିବ ଦିଲ୍ଲୀ । ଯୋଡ଼ିଶଙ୍ଖ, ରଣପା, ସାହିଯାତ, ପାଇକ ନାଚ, ଆଦିବାସୀ ନାଚ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ । ଗୋଟିଏ ସ୍ଥାନରେ ଓଡ଼ିଆ ଓ ଅଣଓଡ଼ିଆ ସଭିଏଁ ହେବେ ଏକାଠି । ହାତ ପାହାନ୍ତାରେ ଓଡ଼ିଶାର ପିଠାପଣା, ମିଠା, ସୁସ୍ଵାଦୁ ବ୍ୟଞ୍ଜନର ମଜା ନେବେ ଦେଶବାସୀ । ଓଡ଼ିଶାର ନୃତ୍ୟଶିଳ୍ପୀମାନେ ରାଜ୍ୟର ପାରମ୍ପରିକ ନୃତ୍ୟ ଏବଂ ଲୋକକଳାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବେ। ଆଦିବାସୀ ଲୋକକଳାଠୁ ଆଧୁନିକ ସଂଗୀତ, ଗୋଟିଏ ମଞ୍ଚରେ ମିଳିବ ସବୁର ଝଲକ ।

ଏଥିସହ ପଢ଼ନ୍ତୁ: ପାଖେଇଲା ଓଡ଼ିଶା ପର୍ବ ୨୦୨୬; ଦିଲ୍ଲୀରେ ହେବ 'ପ୍ରକୃତି ଓ ସଂସ୍କୃତି'ର ମହାମିଳନ

ଚଳିତବର୍ଷ ଓଡିଶା ପର୍ବର ଏହି ସମାରୋହରେ ପ୍ରଦର୍ଶିତ ହେବ ଓଡ଼ିଶାର ପାରମ୍ପରିକ ଆରିସା ପିଠା, ପୋଡ଼ ମିଠା, ପାନ, ଦହିବରା, ଝାଲ ମୁଢି ପରି ଅନ୍ୟାନ୍ୟ ଖାଦ୍ୟପେୟ। ଏଥିପାଇଁ ଖାଦ୍ୟ ଷ୍ଟଲର ଥିମ୍ ରହିଛି ୯ତିଅଣ ଛଅ ଭଜା। ମୋଟ 45 ଟି ଖାଦ୍ୟ ଷ୍ଟଲ ରହିବ ସେହିପରି ହସ୍ତଶିଳ୍ପ ପାଇଁ 25 ଟି, କୋରାପୁଟ କଫି ପାଇଁ ସ୍ୱତନ୍ତ୍ର ଭାବେ 4 ଟି ଷ୍ଟଲ ରହିବ। ଜ୍ଞାନ ମଣ୍ଡପମରେ ବିଭିନ୍ନ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଓଡ଼ିଶା ପର୍ବ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ୱତନ୍ତ୍ର ପରିଚୟକୁ ବିଶ୍ୱବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିଛି। ଓଡ଼ିଶାର କୋଣାର୍କ ମନ୍ଦିର କାରୁକାର୍ଯ୍ୟ ହେଉ କିମ୍ବା ପଟ୍ଟଚିତ୍ରର ଭବ୍ୟତାର ପ୍ରଚାର ପ୍ରସାର କରିବ ଓଡିଶା ପର୍ବ । ଶଙ୍ଖଧ୍ୱନି, ରଣପା, ସାହିଯାତ, ପାଇକ ନାଚ, ଆଦିବାସୀ ନାଚ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ।

ସଞ୍ଜ ନଇଁଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ସନ୍ଧ୍ୟା ହେଲେ ରଙ୍ଗୀନ ହୋଇ ଉଠିବ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ । ଶୁକ୍ରବାରଠୁ ରବିବାର ଦିନ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରିବେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି । ସେହିପରି ସମ୍ବଲପୁରୀ ନୃତ୍ୟ ନାଟିକା ମାଧ୍ୟମରେ ପ୍ରଦର୍ଶିତ ହେବ ପଶ୍ଚିମ ଓଡ଼ିଶାର ସଂସ୍କୃତି । ଆଦିବାସୀଙ୍କ ଜୀବନଶୈଳୀର ଝଲକ, ଓଡ଼ିଶାର ଆଦିବାସୀ ଜନଜାତି ନୃତ୍ୟରେ ଝଲସିବ । ଏହା ପଛକୁ ପଛ ପଶ୍ଚିମ ଓଡ଼ିଶା ସୁର ସନ୍ଧ୍ୟାରେ ଚାରଚାନ୍ଦ୍ ଲଗାଇବେ ଲୋକପ୍ରିୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଏବଂ ଶାଶ୍ଵତ ତ୍ରିପାଠୀ । ସେହିପରି ଦ୍ଵିତୀୟ ଓ ତୃତୀୟ ଦିନ ସନ୍ଧ୍ୟାରେ ମଧ୍ୟ ଓଡ଼ିଶାର ଅନ୍ୟ କଳାକାରମାନେ ସାମିଲ ହୋଇ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନର କାରଣ ପାଲଟିବେ ।

ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖଓ୍ବାତ ପ୍ରମୁଖ ବିଶେଷ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ପଢ଼ନ୍ତୁ: କାଲିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମରେ ଆରମ୍ଭ ହେବ ଓଡ଼ିଶା ପର୍ବ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Parba 2026 Begins in Delhi JLN Stadium, Showcases State’s Rich Culture and Heritage | Argus News